ETV Bharat / international

ଚୀନରେ ପୁଣି କୋରୋନା ଆଭାସ, 6 ନୂଆ ଆକ୍ରାନ୍ତ ଚିହ୍ନଟ

author img

By

Published : Jun 14, 2020, 12:57 AM IST

ଦୁଇ ମାସର ନିରବତା ପରେ ବେଜିଂରେ ପୁଣି ମୁଣ୍ଡ ଟେକିଛି କୋରୋନା ସଂକ୍ରମଣ । ଚଳିତ ସପ୍ତାହ ଆରମ୍ଭରେ ଚୀନ ରାଜଧାନୀରେ ଦଳୀୟ ସଂକ୍ରମଣର ପ୍ରଥମ ଦୁଇଟି ମାମଲା ସାମ୍ନାକୁ ଆସିଥିବା ବେଳେ ଶନିବାର ପୁଣି ଚିହ୍ନଟ ହୋଇଛନ୍ତି 4 ନୂଆ ଆକ୍ରାନ୍ତ ।

corona in china, corona update in china, corona situation in china, coronavirus news, ଚୀନରେ କୋରୋନା କାୟା, ଚୀନରେ କୋରୋନା ଅପଡେଟ, ଚୀନରେ କୋରୋନା ସ୍ଥିତି, କୋରୋନା ଭାଇରସ ନ୍ୟୁଜ୍‌
ଚୀନରେ ପୁଣି କୋରୋନା ଆଭାସ, 6 ନୂଆ ଆକ୍ରାନ୍ତ ଚିହ୍ନଟ

ବେଜିଂ: ଦୁଇ ମାସର ନିରବତା ପରେ ବେଜିଂରେ ପୁଣି ମୁଣ୍ଡ ଟେକିଛି କୋରୋନା । ଚଳିତ ସପ୍ତାହ ଆରମ୍ଭରେ ଚୀନ ରାଜଧାନୀରେ କୋରୋନା ସଂକ୍ରମଣର ପ୍ରଥମ ଦୁଇଟି ମାମଲା ସାମ୍ନାକୁ ଆସିଥିବା ବେଳେ ଶନିବାର ପୁଣି ଚିହ୍ନଟ ହୋଇଛନ୍ତି 4 ନୂଆ ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ପ୍ରଥମେ ଚିହ୍ନଟ ଆକ୍ରାନ୍ତ ଦ୍ବୟ ଫେଙ୍ଗତାଇ ଜିଲ୍ଲାର ଚୀନ ମିଟ୍‌ ଫୁଡ ରିସର୍ଚ୍ଚ ସେଣ୍ଟରର କର୍ମକର୍ତ୍ତା ହୋଇଥିବା ଜଣାପଡିଛି । ସେପଟେ ବଳକା 4 ଜଣ ଶନିବାର ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅନୁସନ୍ଧାନରୁ ଜଣାପଡିଛି କି ସଦ୍ୟତମ ଚିହ୍ନଟ 4 ଜଣ ଆକ୍ରାନ୍ତ ନିକଟରେ ଫେଙ୍ଗତାଇ ଜିଲ୍ଲାର ଜିନଫାଦି ହୋଲସେଲ ମାର୍କେଟକୁ ଯାଇଥିଲେ । ଏମାନଙ୍କ ମଧ୍ୟରେ ଜଣେ 38 ବର୍ଷୀୟ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ, ସେ ମେ’ 30, ଜୁନ 5 ଓ 6ରେ ସମ୍ପୃକ୍ତ ବଜାରରୁ ଖାଦ୍ୟ ସାମଗ୍ରୀ କିଣିଥିଲେ । ତେବେ ଜୁନ 9ରୁ ତାଙ୍କ ଦେହରେ କୋରୋନାର ଲକ୍ଷଣ ପ୍ରକାଶ ପାଇବା ଆରମ୍ଭ କରିଥିଲା । ଏନେଇ ସେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ରକ୍ତ ନମୂନା ପରୀକ୍ଷା କରାଇବାରୁ ଦୁଇ ଦିନ ପରେ ସେମାନେ ପଜିଟିଭ ଚିହ୍ନଟ ହୋଇଥିଲେ ।

ସମାନ ଭାବେ ଦ୍ବିତୀୟ ଆକ୍ରାନ୍ତ ଜଣଙ୍କ ବୋଦିଂ ସହରର 50 ବର୍ଷୀୟ ଜଣେ ନାଗରିକ । ସେ ସାମୂଦ୍ରିକ ଖାଦ୍ୟ ସାମଗ୍ରୀ ମାର୍କେଟରେ ଡ୍ରାଇଭର ଭାବେ କାର୍ଯ୍ୟରତ । ତୃତୀୟ ଜଣଙ୍କ ମଧ୍ୟ ବୋଦିଂ ସହରର ଜଣେ 35 ବର୍ଷୀୟ ଯୁବକ । ସେ ସମ୍ପୃକ୍ତ ମାର୍କେଟରେ ଜଣେ ବ୍ୟବସାୟୀ । ସେହିପରି ଚତୁର୍ଥ ଆକ୍ରାନ୍ତ ଜଣଙ୍କ ଶାନଡୋଙ୍ଗ ପ୍ରାନ୍ତରୁ ଜଣେ 27 ବର୍ଷୀୟ ମହିଳା । ସେ ମଧ୍ୟ ଏହି ମାର୍କେଟରେ ନିଜ ବ୍ୟବସାୟ କରୁଥିବା ଜଣାପଡିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.