ETV Bharat / international

କାଚ ବଦଳରେ କାଗଜ ବୋତଲରେ ମିଳିବ ମଦ ! - diageo sold johnnie liquor bottle

ଏକ ଆନ୍ତର୍ଜାତୀୟ ମଦ କମ୍ପାନୀ ଏକ ନିଆରା ଉଦ୍ଭାବନ କରିଛି । ଯାହାକି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି କମ୍ପାନୀ ମଦ ପ୍ୟାକ୍ ପାଇଁ କାଚ ବଦଳରେ କାଗଜ ବୋତଲ ବ୍ୟବହାର କରିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

କାଚ ବଦଳରେ କାଗଜ ବୋତଲରେ ମିଳିବ ମଦ !
କାଚ ବଦଳରେ କାଗଜ ବୋତଲରେ ମିଳିବ ମଦ !
author img

By

Published : Jul 15, 2020, 7:06 AM IST

ହାଇଦ୍ରାବାଦ: କୋରୋନା ସଙ୍କଟରେ ଲୋକେ ଘରେ ବସି ବିଭିନ୍ନ ପ୍ରକାରର ନୂତନ ଉଦ୍ଭାବନ କରିବାକୁ ଚେଷ୍ଟା କରୁଛନ୍ତି । କେଉଁଠି ନଡ଼ିଆ ପତ୍ର ସହିତ ନଡ଼ା ପାଇପ୍ ତିଆରି କରାଯାଉଛି ତ ଅନ୍ୟ କେଉଁଠି ଗ୍ୟାଜେଟକୁ ନେଇ ନୂତନ ଉଦ୍ଭାବନ କରାଯାଉଛି । ତେବେ ଏହି ଲକଡାଉନରେ ମଦ ବିକ୍ରି ଉପରେ ମଧ୍ୟ ବହୁତ ଖବର ଆସିଛି। ବର୍ତ୍ତମାନ ଏକ ଆନ୍ତର୍ଜାତୀୟ ମଦ କମ୍ପାନୀ ଏକ ନିଆରା ଉଦ୍ଭାବନ କରିଛି । ଯାହାକି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି କମ୍ପାନୀ ମଦ ପ୍ୟାକ୍ ପାଇଁ କାଚ ବଦଳରେ କାଗଜ ବୋତଲ ବ୍ୟବହାର କରିବ ।

ଦୁନିଆର ସବୁଠୁ ବଡ ମଦ କମ୍ପାନୀ ମଧ୍ୟରୁ ଡାଏଜୋ ଏହାର ପ୍ରସିଦ୍ଧ ହ୍ବିସ୍କି ଜନି ୱାକରକୁ କାଚ ବଦଳରେ କାଗଜ ବୋତଲ ବ୍ୟବହାର କରିବ । ପରିବେଶକୁ ଧ୍ୟାନରେ ରଖି କମ୍ପାନୀ ଆସନ୍ତା ବର୍ଷ ଠାରୁ ଏହି ନୂତନ ପ୍ୟାକେଜିଂର ପରୀକ୍ଷା ଆରମ୍ଭ କରିବ । ଦୁଇ ଶହ ବର୍ଷର ହ୍ବିସ୍କି ଜନି ୱାକର୍ ସାଧାରଣତଃ ଏକ କାଚ ବୋତଲରେ ପ୍ୟାକ୍ ରେ ଉପଲବ୍ଧ କରୁଥିଲା । ଏବେ କିନ୍ତୁ କମ୍ପାନୀ କାଚ ଏବଂ ପ୍ଲାଷ୍ଟିକର ବ୍ୟବହାର ହ୍ରାସ କରିବାକୁ ମନସ୍ତ କରିଛି ।

କାଗଜ ବୋତଲ ତିଆରି କରିବାକୁ କମ୍ପାନୀ ପାଲପେକ୍ସ ନାମକ ଅନ୍ୟ ଏକ ଫାର୍ମ ତିଆରି କରିବାକୁ ଯାଉଛି, ଯାହା ୟୁନିଲିଭର ଏବଂ ପେପସିକୋ ଭଳି ବ୍ରାଣ୍ଡ ପାଇଁ ମଧ୍ୟ କାଗଜ ବୋତଲ ଉତ୍ପାଦନ କରିବ । କମ୍ପାନୀ କହିଛି ଯେ ଏହାର କାଗଜ ବୋତଲ କାଠ ଡାଲିରୁ ତିଆରି ହେବ ଏବଂ 2021 ରେ ପରୀକ୍ଷା କରାଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବୋତଲଗୁଡିକ ସହଜରେ ପୁନଃ ବ୍ୟବହାର କରାଯିବ ।

ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଏପରି ଅନେକ ପାନୀୟ କମ୍ପାନୀ କାଗଜ ବୋତଲ ତିଆରି କରିବାକୁ ମନସ୍ତ କରିଛନ୍ତି । ବିୟର କମ୍ପାନୀ କାର୍ଲସବର୍ଗ ମଧ୍ୟ କାଗଜ ବୋତଲ ତିଆରି କରିବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ ବିଶ୍ୱର ସର୍ବବୃହତ ପାନୀୟଜଳ ଉତ୍ପାଦ କମ୍ପାନୀ କୋକାକୋଲା କହିଛି ଯେ ସେ ପ୍ଲାଷ୍ଟିକ ବୋତଲ ବ୍ୟବହାର ବନ୍ଦ କରିବ ନାହିଁ । କାରଣ ଗ୍ରାହକମାନେ ଏହି ବତଲକୁ ଏବେବି ବହୁତ ପସନ୍ଦ କରନ୍ତି ।

https://www.amarujala.com/photo-gallery/bizarre-news/diageo-sold-johnnie--whwalkerisky-in-paper-bottles?pageId=5

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.