ଇସଲାମବାଦ: ପାକିସ୍ତାନରେ ନାହିଁ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ । ଗୁରୁବାର ଏହାର ସୂଚନା ଦେଇଛି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ । ତେବେ 1993 ମୁମ୍ବାଇରେ ହୋଇଥିବା ବୋମା ବିସ୍ପୋରଣର ମାଷ୍ଟରମାଇଣ୍ଡ ଦାଉଦ ଇବ୍ରାହିମ ଦେଶ ବାହାରେ ଥିବା ନେଇ ଲଣ୍ଡନର ଏକ କୋର୍ଟକୁ ସୂଚନା ଦିଆଯିବାପରେ ଏହା ସ୍ପଷ୍ଟ କରିଛି ପାକିସ୍ତାନ ।
ଦାଉଦ ଇବ୍ରାହିମ ପାକିସ୍ତାନରେ ରହୁନଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି, ପାକିସ୍ତାନର ବିଦେଶ ମନ୍ତ୍ରାଳୟ ମୁଖପାତ୍ର ।
1993 ମୁମ୍ବାଇ ବିସ୍ଫୋରଣ ଘଟଣାରେ ଅନ୍ୟ ଏକ ଅଭିଯୁକ୍ତ ଜବୀର ମୋତି(51)ର ଶୁଣାଣି ସମୟରେ ଦାଉଦ ପାକିସ୍ତାନରେ ଲୁଚି ରହିଥିବା ଶୁଣିବାକୁ ମିଳିଥିଲା ।
ଏଠାରେ ସୂଚନାଯୋଗ୍ୟ, ମୁମ୍ବାଇ ବିସ୍ଫୋରଣରେ 20 ଜଣଙ୍କ ମୃତ୍ୟୁ ଘଟିଥିଲା ।