ETV Bharat / international

Covid Vaccination: ସିଙ୍ଗାପୁର ଯିବା ପୂର୍ବରୁ ଜାଣି ରଖନ୍ତୁ ଏହି ନୂଆ ନିୟମ - ସିଙ୍ଗାପୁର ସରକାରଙ୍କ ନୂଆ ନିୟମ

କୋଭିଡ ଟିକାକୁ ବାଧ୍ୟତାମୂଳକ ପାସ ବନାଇଲା ସିଙ୍ଗାପୁର । ଚାକିରି ଉଦ୍ଦେଶ୍ୟରେ ହେଉ ଅବା ପଢା ପାଇଁ ସିଙ୍ଗାପୁର ଯାଉଥିବା ଲୋକଙ୍କ ପାଇଁ କୋଭିଡ ସାର୍ଟିଫିକେଟ ବାଧ୍ୟତାମୂଳକ କରିଛନ୍ତି ସିଙ୍ଗାପୁର ସରକାର । ତେବେ ଆସନ୍ତା ଫେବୃଆରୀ ୧ ତାରିଖରୁ ସିଙ୍ଗାପୁରରେ ଏହି ନିୟମ ଲାଗୁ ହେବ । ଅଧିକ ପଢ଼ନ୍ତୁ

Covid Vaccination
ଟୀକାକରଣ ସାର୍ଟିଫିକେଟ ନଥିଲେ ଯାଇ ହେବନି ସିଙ୍ଗାପୁର
author img

By

Published : Dec 27, 2021, 11:19 AM IST

ସିଙ୍ଗାପୁର: କୋଭିଡ ଟିକା ପ୍ରମାଣପତ୍ରକୁ ବାଧ୍ୟତାମୂଳକ ପାସ ବନାଇଲା ସିଙ୍ଗାପୁର । ଚାକିରି ଉଦ୍ଦେଶ୍ୟରେ ହେଉ ଅବା ପଢା ପାଇଁ ସିଙ୍ଗାପୁର ଯାଉଥିବା ଲୋକଙ୍କ ପାଇଁ କୋଭିଡ ସାର୍ଟିଫିକେଟ ବାଧ୍ୟତାମୂଳକ କରିଛନ୍ତି ସିଙ୍ଗାପୁର ସରକାର । ଆସନ୍ତା ଫେବୃଆରୀ ୧ ତାରିଖରୁ ଏହି ନିୟମ ଲାଗୁ ହେବ ।

ଯେଉଁମାନେ ଚାକିରି ଉଦ୍ଦେଶ୍ୟରେ ସିଙ୍ଗାପୁର ଆସୁଥିବା ଅବା ପାସ୍‌ ନେଇ ରହୁଥିବା ଲୋକଙ୍କ ପାଇଁ କୋଭିଡ ଟୀକାକରଣ ସାର୍ଟିଫିକେଟ ଆବଶ୍ୟକ ହେବ । ଦି ଷ୍ଟ୍ରାଇଟ୍ସ ଟାଇମ୍ସ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ଉଲ୍ଲେଖ ରହିଛି ଯେ,12 ବର୍ଷରୁ କମ ବୟସର ପିଲା ଓ ରୋଗୀ(ଟୀକା ନେବା ପାଇଁ ଯୋଗ୍ୟ ନୁହଁନ୍ତି)ଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ କରାଯିବ ନାହିଁ ।

ଯେଉଁମାନେ ଡିଜିଟାଲ ମାଧ୍ୟମରେ ନିଜ ସାର୍ଟିଫିକେଟକୁ ଦାଖଲ କରିବାକୁ ଚାହୁଁଛନ୍ତି, ସେମାନେ ଇମିଗ୍ରେସନ ଓ ଚେକ ପଏଣ୍ଟସ ଅଥରିଟିର ଟୀକାକରଣ ଚେକ ପୋର୍ଟଲ ମାଧ୍ୟମରେ ଅପଲୋଡ କରିବାକୁ ହେବ । ଡିଜିଟାଲ୍ ଯାଞ୍ଚ ଯୋଗ୍ୟ ପ୍ରମାଣପତ୍ର ନଥିବା ବ୍ୟକ୍ତିଙ୍କୁ ବିମାନ ଚଳାଚଳ କିମ୍ବା ଫେରି ଅପରେଟର କିମ୍ବା ଚେକପଏଣ୍ଟରେ ବୋର୍ଡିଂ ପୂର୍ବରୁ ସେମାନଙ୍କ ଟୀକାକରଣ ସାର୍ଟିଫିକେଟ ଦାଖଲ କରିବାକୁ ହେବ ।

ଯେଉଁମାନେ ଉପଯୁକ୍ତ ଦସ୍ତାବିଜ ଦାଖଲ କରିପାରିବେ ନାହିଁ ସେମାନଙ୍କୁ ସିଙ୍ଗାପୁରକୁ ପ୍ରବେଶ ଅନୁମତି ମିଳିବନି । ବିଦେଶରେ ଟିକା ନେଇଥିବା ବ୍ୟକ୍ତି ବିଶେଷଙ୍କୁ ଜାତୀୟ ପ୍ରତିରୋପଣ ରେଜେଷ୍ଟ୍ରି(NIR)ରେ ରେକର୍ଡ ଅପଡେଟ କରିବାକୁ ହେବ ।

ଯେଉଁମାନେ ସ୍ଥାୟୀ ବାସସ୍ଥାନ, ଛାତ୍ର ପାସ ଏବଂ ଦୀର୍ଘସ୍ଥାୟୀ ପାସ ପାଇଁ ଆବେଦନ କରନ୍ତି, ସେମାନଙ୍କୁ ପାସ ଦିଆଯିବା ପରେ ସେମାନଙ୍କର ଟୀକାକରଣ ସ୍ଥିତି ଯାଞ୍ଚ କରାଯିବ ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.