ETV Bharat / international

କୋରୋନା ଟୀକାର କ୍ଲିନିକାଲ ଟ୍ରାଏଲ ପାଇଁ ବିଶ୍ବକୁ ସହଯୋଗ କରିବ ଚୀନ - କୋରୋନା ଭାଇରସ୍

ଭବିଷ୍ୟତରେ କୋରୋନା ଭାଇରସ୍ ଟୀକାର କ୍ଲିନିକାଲ୍ ଟ୍ରାଏଲ୍ ଉପରେ ଅନ୍ତର୍ଜାତୀୟ ସହଯୋଗ ବୃଦ୍ଧି କରିବ ବୋଲି ଚୀନ ପ୍ରତିଶୃତି ଦେଇଛି । ଚୀନ କହିଛି ଯେ, ଯଦି ପ୍ରଥମେ କୋରୋନା ଭାଇରସ ସଂକ୍ରମଣକୁ ଦୂର କରିବା ପାଇଁ ଟୀକା ପ୍ରସ୍ତୁତ କରେ ତେବେ ଭବିଷ୍ୟତରେ ଅନ୍ତର୍ଜାତୀୟ ଟୀକା ପରୀକ୍ଷଣରେ ସହଯୋଗ କରିବ ।

corona
କୋରୋନା ଟିକାର କ୍ଲିନିକାଲ୍ ଟ୍ରାଏଲ୍ ଉପରେ ଆନ୍ତର୍ଜାତୀୟ ସହଯୋଗ ବୃଦ୍ଧି କରିବ ଚୀନ
author img

By

Published : Jun 8, 2020, 6:00 PM IST

ବେଜିଂ: ଭବିଷ୍ୟତରେ କୋରୋନା ଭାଇରସ୍ ଟୀକାର କ୍ଲିନିକାଲ୍ ଟ୍ରାଏଲ୍ ଉପରେ ଅନ୍ତର୍ଜାତୀୟ ସହଯୋଗ ବୃଦ୍ଧି କରିବ ବୋଲି ଚୀନ ପ୍ରତିଶୃତି ଦେଇଛି । ଚୀନ କହିଛି ଯେ, ଯଦି ପ୍ରଥମେ କୋରୋନା ଭାଇରସ ସଂକ୍ରମଣକୁ ଦୂର କରିବା ପାଇଁ ଟୀକା ପ୍ରସ୍ତୁତ କରେ ତେବେ ଭବିଷ୍ୟତରେ ଅନ୍ତର୍ଜାତୀୟ ଟୀକା ପରୀକ୍ଷଣରେ ସହଯୋଗ କରିବ।

ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ବିଶ୍ବରେ ପ୍ରାୟ 7 ନିୟୁତ ଲୋକ କୋରୋନାରେ ସଂକ୍ରମିତ ହୋଇଥିବାବେଳେ 4 ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ସମଗ୍ର ବିଶ୍ବ କୋରୋନା ଟୀକା ପ୍ରସ୍ତୁତ କରିବାକୁ ପ୍ରୟାସ କରୁଥିବା ବେଳେ ଚୀନ ଗବେଷକମାନେ 5ଟି ଅଲଗା ଅଲଗା ଟୀକାର ମାନବ ପରୀକ୍ଷଣ କରୁଛନ୍ତି । ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ୱାଙ୍ଗ ଜିକିଙ୍ଗ କହିଛନ୍ତି ଯେ, ଏହି ଟୀକା ପ୍ରସ୍ତୁତ ହୋଇଗଲେ ଚୀନ ଏହାକୁ ‘ଗ୍ଲୋବାଲ୍ ପବ୍ଲିକ୍ ଗୁଡସ’ ଭାବରେ ସ୍ୱୀକୃତି ଦେବ। ଏହି ଟିକା ସମଗ୍ର ବିଶ୍ୱ ପାଇଁ ଉପଲବ୍ଧ ହେବ।

ଗତ ମାସରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଭାରେ ଏକ ପ୍ରତିଶ୍ରୁତୁ ଦେଇଥିଲେ ଯେ, ଯଦି ଚୀନ ଟିକା ପ୍ରସ୍ତୁତ କରେ ତେବେ ସେ ଟୀକାକୁ ‘ଗ୍ଲୋବାଲ୍ ପବ୍ଲିକ୍ ଗୁଡସ’ ଭାବେ ଘୋଷଣା କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.