ETV Bharat / international

କୋଭିଡ -19: ଲକଡାଉନ କୋହଳ, 24 ଘଣ୍ଟାରେ ପାକିସ୍ତାନରେ 23 ମୃତ

author img

By

Published : Apr 17, 2020, 5:46 PM IST

ପାକ ସରକାର ଲକଡାଇନର ନିୟମରେ ସାମାନ୍ୟ ଢିଲା ଦେବା କାରଣରୁ କୋରୋନା ମାମଲାରେ ରେକର୍ଡ ବୃଦ୍ଧି ଘଟିଛି । ଗତ 24 ଘଣ୍ଟା ମଧ୍ୟରେ ପାକିସ୍ତାନରେ 627 ଟି ନୂଆ କୋରୋନାଭାଇରସ୍ ରିପୋର୍ଟ ହୋଇଥିବାବେଳେ ଏହି ସମୟ ମଧ୍ୟରେ 23 ଜଣ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ଇସଲାମାବାଦ: ସାରା ବିଶ୍ବ ସମେତ ପାକିସ୍ତାନ ମଧ୍ୟ କୋରୋନା ଭାଇରସ ବିରୋଧରେ ଲଢେଇ ଜାରି ରଖିଛି । ମାତ୍ର ପାକିସ୍ତାନ ସରକାରଙ୍କ କୋରୋନା କଟକଣାରେ ବେପରୁଆମି କାରଣରୁ ଏହାର ଭୟାଭୟତା ବଢିବାରେ ଲାଗିଛି । ପାକ ସରକାର ଲକଡାଇନର ନିୟମରେ ସାମାନ୍ୟ ଢିଲା ଦେବା କାରଣରୁ କୋରୋନା ମାମଲାରେ ରେକର୍ଡ ବୃଦ୍ଧି ଘଟିଛି । ଗତ 24 ଘଣ୍ଟା ମଧ୍ୟରେ ପାକିସ୍ତାନରେ 627 ଟି ନୂଆ କୋରୋନାଭାଇରସ୍ ରିପୋର୍ଟ ହୋଇଥିବାବେଳେ ଏହି ସମୟ ମଧ୍ୟରେ 23 ଜଣ ପ୍ରାଣ ହରାଇଛନ୍ତି ।

ପାକିସ୍ତାନରେ ସମୁଦାୟ 7027 କରୋନା ମାମଲା ହୋଇଥିବାବେଳେ ଏହି ମାରାତ୍ମକ ଜୀବାଣୁ ଯୋଗୁଁ 134 ଜଣଙ୍କର ମୃତ୍ୟୁ ଘଟିଛିନ।

ପ୍ରମୁଖ ଗଣମାଧ୍ୟମ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଲକଡାଉନ କୁ କୋହଳ କରାଯିବା କାରଣରୁ କରୋନା ମାମଲା ସଂଖ୍ୟା ବୃଦ୍ଧି ପାଇଛି । ବିଶେଷ କରି ରମଜାନ ମାସରେ, ଇଫତାର ଏବଂ ସେହରୀ ସମୟରେ ଲକ୍ଷାଧିକ ଲୋକ ଏକତ୍ରୀତ ହେବାର ଆଶଙ୍କା କାରଣରୁ ମାରାତ୍ମକ ଭାଇରସ ବିସ୍ତାର ହେବ। ଏହାର ମୁଖ୍ୟ କାରଣ ହୋଇପାରେ |

ଜାତୀୟ ସ୍ୱାସ୍ଥ୍ୟ ସେବା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଗତ 24 ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ 5,300 ପରୀକ୍ଷା କରାଯାଇଛି। ଯେଉଁଠାରେ ପୂର୍ବରୁ ପ୍ରାୟ 2400 ପରୀକ୍ଷା ସାଧାରଣରେ କରାଯାଉଥିଲା |

@IANS ଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.