ୱାଶିଂଟନ: ମହାମାରୀ କୋରୋନା ଏବେ ସାରା ବିଶ୍ବରେ କାୟା ବିସ୍ତାର କରିସାରିଛି । ଇଟାଲୀ ଏବଂ ସ୍ପେନ ପରେ ଆମେରିକାରେ ସର୍ବାଧିକ କୋରୋନା ଆକ୍ରାନ୍ତ ରହିଛନ୍ତି । ତେବେ ଗତ 24 ଘଣ୍ଟା ମଧ୍ୟରେ ଆମେରିକାର 345 ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ 18000 ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି ।
ବର୍ତ୍ତମାନ ଆମେରିକାରେ ଏହାକୁ ମିଶାଇ ମୋଟ 1550 ଜଣଙ୍କର କୋରୋନା କାରଣରୁ ମୃତ୍ୟୁ ଘଟି ସାରିଲାଣି । ଏପଟେ ବର୍ତ୍ତମାନ ସମଗ୍ର ଦେଶରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ଥିବା ଜଣାପଡିଛି ।