ETV Bharat / international

କୋରୋନା ଆକ୍ରାନ୍ତ: 18 ହଜାର ଟପିଲା ମୃତ୍ୟୁ ସଂଖ୍ୟା, ଲକ୍ଷେ ସୁସ୍ଥ

author img

By

Published : Mar 25, 2020, 8:50 AM IST

Updated : Mar 25, 2020, 9:45 AM IST

କୋରୋନା କବଳରେ ଏବେ ସାରା ବିଶ୍ବ କବଳିତ । ବର୍ତ୍ତମାନ ସୁଦ୍ଧା ବିଶ୍ବରେ ମୋଟ୍‌ 4 ଲକ୍ଷ 22 ହଜାର 613 ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ଲକ୍ଷେ 7 ହଜାର 762 ଜଣ ସୁସ୍ଥ ହୋଇଥିବାବେଳେ 18 ହଜାର 891 ଜଣଙ୍କର ମୃତ୍ୟୁ ହୋଇଛି ।

corona virus
କୋରୋନା ଆକ୍ରାନ୍ତ: 18 ହଜାର ଟପିଲା ମୃତ୍ୟୁ ସଂଖ୍ୟା, ଲକ୍ଷେ ସୁସ୍ଥ

ନୂଆଦିଲ୍ଲୀ: କୋରୋନା କବଳରେ ଏବେ ସାରା ବିଶ୍ବ କବଳିତ । ବର୍ତ୍ତମାନ ସୁଦ୍ଧା ବିଶ୍ବରେ ମୋଟ୍‌ 4 ଲକ୍ଷ 22 ହଜାର 613 ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ଲକ୍ଷେ 7 ହଜାର 762 ଜଣ ସୁସ୍ଥ ହୋଇଥିବାବେଳେ 18 ହଜାର 891 ଜଣଙ୍କର ମୃତ୍ୟୁ ହୋଇଛି ।

ଚୀନରେ ବର୍ତ୍ତମାନ 81 ହଜାର 591 ଜଣ କୋରୋନା ଆକ୍ରାନ୍ତ ଥିବାବେଳେ 3 ହଜାର 281 ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଆକ୍ରାନ୍ତଙ୍କ ସଂଖ୍ୟାରେ ପଛରେ ପଡିଥିବା ଇଟାଲୀ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଚୀନକୁ କାଟିଦେଇଛି । ଇଟାଲୀରେ 69 ହଜାର 176 ଜଣ ଆକ୍ରାନ୍ତ ହୋଇଥିବାବେଳେ 6 ହଜାର 820 ଜଣଙ୍କର ମୃତ୍ୟୁ ଘଟିଛି ।

ସେହିପରି ମୃତ୍ୟୁ ସଂଖ୍ୟାରେ ଚୀନ ପଛକୁ ରହିଛି ସ୍ପେନ, ଇରାନ ଓ ଫ୍ରାନ୍ସ । ସ୍ପେନରେ 2ହାଜର 991 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଇରାନରେ ଏକ ହଜାର 934 ଜଣ ଓ ଫ୍ରାନ୍ସରେ ଏଗାରଶହ ଲୋକଙ୍କ ମୃତ୍ୟୁ ଘଟିଛି ।

ଅନ୍ୟପଟେ ଭାରତରେ 536 ଜଣ ଆକ୍ରାନ୍ତ ହୋଇଥିବାବେଳେ 10 ଜଣଙ୍କର ମୃତ୍ୟୁ ଘଟିଛି । ସେପଟେ 40 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୂଚନାଥାଉକି, ଦେଶରେ କୋରୋନା ପ୍ରଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସାରା ଦେଶକୁ 21 ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 25, 2020, 9:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.