ETV Bharat / international

ବାୟୁୁରେ ବ୍ୟାପୁଛି କୋରୋନା - ବାୟୁୁରେ ବ୍ୟାପୁଛି କରୋନା

ଚାଇନାରେ କୋରୋନା ଭାଇରସ କବଳରେ 9ଶହ ଲୋକଙ୍କ ପ୍ରାଣ ଯାଇଥିବା ବେଳେ ବର୍ତ୍ତମାନ 40 ହଜାରରୁ ଅଧିକ ଲୋକ ଆକ୍ରାନ୍ତ ରହିଛନ୍ତି । ଏହି ଭାଇରସ ବାୟୁ ଦ୍ବାରା ବ୍ୟାପୁଥିବା କହିଛନ୍ତି ସାଂଘାଇର ଅଧିକାରୀ । ଆଗକୁ ପଢନ୍ତୁ..

corona virous
corona virous
author img

By

Published : Feb 10, 2020, 6:25 AM IST

Updated : Feb 10, 2020, 7:22 AM IST

ବେଜିଂ: ସାରା ବିଶ୍ବରେ ଆତଙ୍କ ସାଜିଛି କୋରୋନା ଭାଇରସ । କାହାକୁ ନିଦ ହଉନାହିଁ ତ କାହାର ନିଦ ହଜାଇଛି ଏହି ମାରାତ୍ମକ ଭାଇରସ । ଚାଇନାରେ କୋରୋନା ଭାଇରସ କବଳରେ 9ଶହ ଲୋକଙ୍କ ପ୍ରାଣ ଯାଇଥିବା ବେଳେ ବର୍ତ୍ତମାନ 40 ହଜାରରୁ ଅଧିକ ଲୋକ ଆକ୍ରାନ୍ତ ରହିଛନ୍ତି । କେବଳ ଚାଇନା ନୁହେଁ ଅନ୍ୟ ପଡୋଶୀ ରାଷ୍ଟ୍ରକୁ ବ୍ୟାପିବାରେ ଲାଗିଛି ଏହି କାଳ ଭାଇରାସ ।

ଏପଟେ ସାଂଘାଇର ଅଧିକାରୀଙ୍କ ସୂଚନା ବିଶ୍ବ ବାସୀଙ୍କ ଚିନ୍ତାକୁ ଆହୁରି ବଢାଇଦେଇଛି । କୋରୋନା ଭାଇରସ ବାୟୁ ଦ୍ବାରା କାୟା ବିସ୍ତାର କରୁଥିବାବେଳ ଜଣଙ୍କ ଦେହରୁ ଅନ୍ୟ ଜଣଙ୍କୁ ବ୍ୟାପୁଛି ବୋଲି ସେ କହିଛନ୍ତି । ବାୟୁର ଆର୍ଦ୍ରତାରେ ଏହି ଭୂତାଣୁ ଘୁରି ବୁଲୁଥିବା କୁହାଯାଉଛି। ଯାହା ସହଜରେ ସୁସ୍ଥ ଲୋକଙ୍କୁ ସଂକ୍ରମିତ କରୁଛି।

ସେହିପରି ଏହି ଭାଇରସରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସହ ସିଧାସଳଖ ସମ୍ପର୍କରେ ଆସିଲେ ମଧ୍ୟ ଏହା ସଂକ୍ରମିତ ହେଉଛି। ବାୟୁରେ ବ୍ୟାପୁଥିବାରୁ ଏହାକୁ ‘ଏୟାରୋସ୍ପେସ ଟ୍ରାନ୍ସମିଶନ’ ବୋଲି କୁହାଯାଉଛି। ନିଃଶ୍ବାସ ପ୍ରଶ୍ବାସରେ ଏହା ସଂକ୍ରମିତ ହେଉଥିବା କହିଛନ୍ତି ମେଡିକାଲ ଏକ୍ସପର୍ଟ।

Intro:Body:

 odisha

Conclusion:
Last Updated : Feb 10, 2020, 7:22 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.