ETV Bharat / international

କୋରୋନା ନେଲା ବାଂଲାଦେଶ ପ୍ରତିରକ୍ଷା ସଚିବଙ୍କ ଜୀବନ

author img

By

Published : Jun 29, 2020, 10:38 PM IST

ବାଂଲାଦେଶରେ କୋରୋନା ସଂକ୍ରମଣ ମାତ୍ରା ବେଲଗାମ ହୋଇ ପଡିଥିବା ବେଳେ ସୋମବାର ଆଖି ବୁଜିଛନ୍ତି ଦେଶର ପ୍ରତିରକ୍ଷା ସଚିବ ଅବଦୁଲ୍ଲା ଅଲ ମୋହସିନ ଚୌଧୁରୀ । ଅଧିକ ପଢ଼ନ୍ତୁ...

corona situation in bangladesh, corona update in bangladesh, bangladesh defence secretary's death, abdul al mohsin choudhury, ବାଂଲାଦେଶରେ କୋରୋନା ସ୍ଥିତି, ବାଂଲାଦେଶରେ କୋରୋନା ଅପଡେଟ, ବାଂଲାଦେଶ ପ୍ରତିରକ୍ଷା ସଚିବଙ୍କ ମୃତ୍ୟୁ, ଅବଦୁଲ୍ଲା ଅଲ ମୋହସିନ ଚୌଧୁରୀ
କୋରୋନାରେ ଗଡିଲା ବାଂଲାଦେଶ ପ୍ରତିରକ୍ଷା ସଚିବଙ୍କ ମୁଣ୍ଡ

ଢାକା: ବାଂଲାଦେଶରେ କୋରୋନା ସଂକ୍ରମଣ ମାତ୍ରା ବେଲଗାମ ହୋଇ ପଡିଥିବା ବେଳେ ସୋମବାର ଆଖି ବୁଜିଛନ୍ତି ଦେଶର ପ୍ରତିରକ୍ଷା ସଚିବ ଅବଦୁଲ୍ଲା ଅଲ ମୋହସିନ ଚୌଧୁରୀ । ସେ କୋରୋନାରେ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ବେଳକୁ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଥିଲା । କୋରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଢାକାର ମିଳିତ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

କୋରୋନା ଚିକିତ୍ସା ଜାରି ରହିଥିବା ବେଳେ ସୋମବାର ସକାଳ 9ଟା 30 ସମୟରେ ସେ ପ୍ରାଣ ହରାଇଥିଲେ । ମେ’ 29ରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଧିରେ ଧିରେ ତାଙ୍କ ଅବସ୍ଥା ଗମ୍ଭୀର ହେବାରୁ ଜୁନ 6ରେ ତାଙ୍କୁ ସ୍ବତନ୍ତ୍ର ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ତଥାପି ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ନହେବାରୁ ଜୁନ 18ରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

ଜାନୁଆରୀ ମାସରେ ସେ ପ୍ରତିରକ୍ଷା ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିବା ବେଳେ ଜୁନ 14ରେ ତାଙ୍କୁ ବରିଷ୍ଠ ପଦବୀକୁ ଉନ୍ନୀତ କରାଯାଇଥିଲା । ତେବେ ବାଂଲାଦେଶରେ ବର୍ତ୍ତମାନ କୋରୋନା ଆକ୍ରାନ୍ତ ସଂଖ୍ୟା 137,787ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 1738ରେ ପହଞ୍ଚିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.