ETV Bharat / international

ପାକିସ୍ତାନରେ ମହାମାରୀର ତୃତୀୟ ଲହର, ଆଜିଠୁ ୭ ସହରରେ ଲକଡାଉନ ଜାରି

author img

By

Published : Mar 15, 2021, 10:04 AM IST

ପାକିସ୍ତାନରେ ଦେଖିବାକୁ ମିଳିଛି କୋରୋନା ମହାମାରୀର ତୃତୀୟ ଲହର। ଏହାରି ମଧ୍ୟରେ ପଞ୍ଜାବ ପ୍ରଦେଶର ୭ଟି ସହରରେ ପୁନଃ ଲକଡାଉନ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ପାକିସ୍ତାନରେ ମହାମାରୀର ତୃତୀୟ ଲହର, ଆଜିଠୁ ୭ଟି ସହରରେ ଲକଡାଉନ ଜାରି

ଇସଲାମାବାଦ: ପୁଣି ଡରାଉଛି କୋରୋନା । ପାକିସ୍ତାନରେ ଦେଖିବାକୁ ମିଳିଛି କୋରୋନା ମହାମାରୀର ତୃତୀୟ ଲହର। ଏହାରି ମଧ୍ୟରେ ପଞ୍ଜାବ ପ୍ରଦେଶର ୭ଟି ସହରରେ ପୁନଃ ଲକଡାଉନ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଲକଡାଉନ ଆଜିଠାରୁ(ସୋମବାର)ରୁ କାର୍ଯ୍ୟକାରୀ ହେବ । ଏହି ସମୟ ମଧ୍ୟରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ କାହାକୁ ଯିବା ଆସିବା କରିବାକୁ ଅନୁମତି ଦିଆଯିବ ନାହିଁ ।

ପାକିସ୍ତାନର ପଞ୍ଜାବ ପ୍ରଦେଶ ସରକାର ଶନିବାର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଲାହୋର, ରାୱଲପିଣ୍ଡି, ସରଗୋଧା, ଫୈସଲାବାଦ, ମୁଲତାନ, ଗୁଜରାନୱାଲା ଏବଂ ଗୁଜୁରାତରେ ଏହି ଲକଡାଉନ୍ ଲାଗୁ ହେବ । ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନ ଏହି ଲକଡାଉନ ଦୁଇ ସପ୍ତାହ ପାଇଁ ଲାଗୁ କରାଯାଇଛି । ଏହା ପରେ ପରିସ୍ଥିତିର ମୂଲ୍ୟାଙ୍କନ କରାଯିବ ଏବଂ ଏହା ଉପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ସରକାରଙ୍କ ବିବୃତ୍ତି ଅନୁଯାୟୀ ଲକଡାଉନ ସମୟରେ ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯିବ। ଯେକୌଣସି ସ୍ଥାନରେ, ସର୍ବସାଧାରଣ କିମ୍ବା ବେସରକାରୀ ସାମାଜିକ, ଧାର୍ମିକ କିମ୍ବା ଅନ୍ୟାନ୍ୟ ଉଦ୍ଦେଶ୍ୟରେ ସମସ୍ତ ପ୍ରକାରର ସମାବେଶ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ । ଏହି ସମୟ ମଧ୍ୟରେ ଭୋଜି ହଲ୍, କମ୍ୟୁନିଟି ହଲ୍ ଏବଂ ବଜାର ମଧ୍ୟ ବନ୍ଦ ରହିବ ।

ଲୋକଙ୍କ ଇନଡୋର ଏବଂ ଆଉଟ ଡୋର ଭୋଜୀ ଉପରେ ମଧ୍ୟ ନିଷେଧାଦେଶ ରହିବ । ଏହି ସମୟ ମଧ୍ୟରେ ହୋମ୍ ଡେଲିଭରୀକୁ ଅନୁମତି ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି । ଲକଡାଉନ ସମୟରେ ସମଗ୍ର ରାଜ୍ୟରେ ସମସ୍ତ ପ୍ରକାର କ୍ରୀଡା, ସାଂସ୍କୃତିକ ତଥା ଅନ୍ୟାନ୍ୟ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ନିଷିଦ୍ଧ ହେବ । ଏହାପୂର୍ବରୁ ପଞ୍ଜାବ ସରକାର ଲାହୋର ସମେତ ତିନୋଟି ସହରର ୩୬ ଟି ଅଞ୍ଚଳରେ ସ୍ମାର୍ଟ ଲକଡାଉନ ଲାଗୁ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.