ETV Bharat / international

ପାକିସ୍ତାନରେ ଅଣାୟତ୍ତ କୋରୋନା, ଆକ୍ରାନ୍ତ ସଂଖ୍ୟା 1,03,671କୁ ବୃଦ୍ଧି

author img

By

Published : Jun 8, 2020, 7:22 PM IST

ପାକିସ୍ତାନରେ ଅଣାୟତ୍ତ ହେବାରେ ଲାଗିଛି କୋରୋନା ସ୍ଥିତି । ଦେଶରେ ଆକ୍ରାନ୍ତ ସଂଖ୍ୟା ସୋମବାର ସୁଦ୍ଧା 1,03,671ରେ ପହଞ୍ଚିଥିବା ଜଣା ପଡିଛି । ଏଥିସହ ପାକିସ୍ତାନ ବିଶ୍ବର କୋରୋନା ଆକ୍ରାନ୍ତ ସଂଖ୍ୟା ତାଲିକାରେ 16ତମ ସ୍ଥାନରେ ପହଞ୍ଚିଛି ।

corona condition in pakistan, coronavirus news, corona update in pakistan, corona goes out of control in pakistan, ପାକିସ୍ତାନରେ କୋରୋନା ସ୍ଥିତି, କୋରୋନା ଭାଇରସ ନ୍ୟୁଜ୍‌, ପାକିସ୍ତାନରେ କୋରୋନା ଅପଡେଟ, ପାକିସ୍ତାନରେ ଅଣାୟତ୍ତ କୋରୋନା
ପାକିସ୍ତାନରେ ଅଣାୟତ୍ତ କୋରୋନା, ଆକ୍ରାନ୍ତ ସଂଖ୍ୟା 103,671କୁ ବୃଦ୍ଧି

ଇସଲାମାବାଦ: ପାକିସ୍ତାନରେ ଅଣାୟତ୍ତ ହେବାରେ ଲାଗିଛି କୋରୋନା ସ୍ଥିତି । ଦେଶରେ ଆକ୍ରାନ୍ତ ସଂଖ୍ୟା ସୋମବାର ସୁଦ୍ଧା 103,671ରେ ପହଞ୍ଚିଥିବା ଜଣା ପଡିଛି । ଏଥିସହ ପାକିସ୍ତାନ ବିଶ୍ବର କୋରୋନା ଆକ୍ରାନ୍ତ ସଂଖ୍ୟା ତାଲିକାରେ 16ତମ ସ୍ଥାନରେ ପହଞ୍ଚିଛି । ସେପଟେ ଦେଶରେ କୋରୋନା ମୃତ୍ୟୁ ବେଲଗାମ ହୋଇ ଚାଲିଥିବା ବେଳେ ମୋଟ ସଂଖ୍ୟା 2067ରେ ପହଞ୍ଚିଛି ।

ଦେଶରେ କୋରୋନା ଦ୍ବାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ପଞ୍ଜାବ ପ୍ରାନ୍ତରେ 38,903 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପରେ ପରେ ସିନ୍ଧରେ 38,108 ଆକ୍ରାନ୍ତ, ଖୈବର-ପଖତୁଙ୍ଖୱାରେ 13,487 ଆକ୍ରାନ୍ତ, ବାଲୋଚିସ୍ତାନରେ 6516, ଗିଲଗିଟ-ବାଲଟିସ୍ତାନରେ 932, ଇସଲାମାବାଦରେ 5329 ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ 396 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 65 ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ସେପଟେ ବର୍ତ୍ତମାନ ସୁଦ୍ଧା ଦେଶରେ 34,355 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.