ETV Bharat / international

ବାଂଲାଦେଶରେ 1 ଲକ୍ଷ ଟପିଲା ଆକ୍ରାନ୍ତ ସଂଖ୍ୟା, ମୃତ୍ୟୁ ସଂଖ୍ୟା 1300 ପାର

author img

By

Published : Jun 19, 2020, 7:24 AM IST

ବାଂଲାଦେଶରେ ହାତରୁ ପରିସ୍ଥିତି ଖସିବାରେ ଲାଗିଥିବା ବେଳେ ଜନ ହପକିନ୍ସ ୟୁନିଭର୍ସିଟି ଦ୍ବାରା ପ୍ରକାଶିତ ଗ୍ଲୋବାଲ କୋରୋନା ଭାଇରସ ଡାଟା ମୁତାବକ କାନାଡାକୁ ଅତିକ୍ରମ କରି ବାଂଲାଦେଶ 17ତମ ସ୍ଥାନରେ ପହଞ୍ଚିଛି ।

corona situation in bangladesh, corona update in bangladesh, corona fight in bangladesh, ବାଂଲାଦେଶରେ କୋରୋନା ସ୍ଥିତି, ବାଂଲାଦେଶରେ କୋରୋନା ଅପଡେଟ, ବାଂଲାଦେଶରେ କୋରୋନା ମୁକାବିଲା
ବାଂଲାଦେଶରେ 1 ଲକ୍ଷ ଟପିଲା ଆକ୍ରାନ୍ତ ସଂଖ୍ୟା, ମୃତ୍ୟୁ ସଂଖ୍ୟା 1300 ପାର

ଢାକା: ବାଂଲାଦେଶରେ ହୁ ହୁ ହୋଇ ବ୍ୟାପିବାରେ ଲାଗିଛି କୋରୋନା ସଂକ୍ରମଣ । ଗୁରୁବାର ଦେଶରେ ଆକ୍ରାନ୍ତ ସଂଖ୍ୟା 1 ଲକ୍ଷ ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା 1300 ପାର କରିଥିବା ଦେଖାଯାଇଛି । ଏଠାରେ ଘଞ୍ଚ ଜନସଂଖ୍ୟା ରହିଥିବା ମାଡି ଚାଲିଥିବା ସଂକ୍ରମଣକୁ ରୋକିବାରେ ଅସୁବିଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି ।

ଆଶ୍ଚର୍ଯ୍ୟର କଥା କି ଗତ 24 ଘଣ୍ଟା ମଧ୍ୟରେ ଦେଶରେ 3803ଟି ନୂଆ ମାମଲା ସାମ୍ନାକୁ ଆସିଛି । ଯାହା ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟାକୁ 102,292ରେ ପହଞ୍ଚାଇଛି । ବାଂଲାଦେଶରେ ହାତରୁ ପରିସ୍ଥିତି ଖସିବାରେ ଲାଗିଥିବା ବେଳେ ଜନ ହପକିନ୍ସ ୟୁନିଭର୍ସିଟି ଦ୍ବାରା ପ୍ରକାଶିତ ଗ୍ଲୋବାଲ କୋରୋନା ଭାଇରସ ଡାଟା ମୁତାବକ କାନାଡାକୁ ଅତିକ୍ରମ କରି ବାଂଲାଦେଶ 17ତମ ସ୍ଥାନରେ ପହଞ୍ଚିଛି । ସେପଟେ ଦେଶରେ କୋରୋନା ଜମିତ ମୃତ୍ୟୁ ସଂଖ୍ୟା 1343 ଛୁଇଁଥିବା ଜଣା ପଡିଛି । ଯେଉଁଥିରେ ଗତ 24 ଘଣ୍ଟା ମଧ୍ୟରେ କେବଳ 38 ଜଣଙ୍କ ପ୍ରାଣହାନୀ ଘଟିଛି ।

ତେବେ ପ୍ରକାଶିତ ତଥ୍ୟ ତୁଳନାରେ ଦେଶରେ ଆକ୍ରାନ୍ତ ସଂଖ୍ୟା ବାସ୍ତବରେ ଆହୁରି ଅଧିକ ରହିଥିବା ନେଇ ଦେଶବାସୀ ମତ ଦେଇଛନ୍ତି । ବର୍ତ୍ତମାନ ଦେଶରେ କୋରୋନା ଚିକିତ୍ସା ପାଇଁ ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ମାତ୍ର 12,034ଟି ଶଯ୍ୟା ସମେତ 339ଟି ଆଇସିୟୁର ବ୍ୟବସ୍ଥା ରହିଛି । ଏଥିମଧ୍ୟରେ ଅଧିକାଂଶ ଶଯ୍ୟାରେ ବର୍ତ୍ତମାନ ଚିକିତ୍ସା ଜାରି ରହିଛି । ସେପଟେ ଦେଶରେ ଡାକ୍ତରଙ୍କ ସୁରକ୍ଷା ସେପରି କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନଥିବା ସୂଚନା ଦେଇଛି ବାଂଲାଦେଶ ମେଡିକାଲ ଆସୋସିଏସନ(ବିଏମଏ) । ଏଥିପାଇଁ ବର୍ତ୍ତମାନ ସୁଦ୍ଧା ଦେଶଚରେ 40 ଜଣ ଡାକ୍ତର ପ୍ରାଣ ହରାଇସାରିଥିବା ବେଳେ 1035 ଜଣ ଡାକ୍ତର ପଜିଟିଭ ଚିହ୍ନଟ ହୋଇସାରିଛନ୍ତି ।

ଏହାର ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ଦେଶରେ ପୁଣି ପର୍ଯ୍ୟାୟକ୍ରମେ ଲକଡାଉନ ଲାଗୁ ସହ ରେଡ ଜୋନ ଗୁଡିକରେ କଡାକଡି ସୁରକ୍ଷା ଓ ଭିଜିଲାନ୍ସର ବ୍ୟବସ୍ଥା କରାଯାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.