ETV Bharat / international

'କୋରୋନା ବ୍ୟାପିବାର କାରଣ ମହିଳାଙ୍କ ସ୍ୱଳ୍ପ ପୋଷାକ' - pakishtan kattarpanthi

ପାକିସ୍ତାନର ପ୍ରସିଦ୍ଧ କଟ୍ଟରପନ୍ଥୀ ମୌଲାନା ତାରିକ୍ ଜାମିଲ ଦାବି କରିଛନ୍ତି ଯେ , ମହିଳାଙ୍କ ଭୁଲ ପାଇଁ ବିଶ୍ୱ ଦଣ୍ଡ ଭୋଗୁଛି ଏବଂ କୋରୋନା ହେଉଛି ଏହାର ଫଳାଫଳ। ଅଧିକ ପଢନ୍ତୁ...

କୋରୋନା ବ୍ୟାପିବାର କାରଣ ମହିଳାଙ୍କ ସ୍ୱଳ୍ପ ପୋଷାକ

author img

By

Published : Apr 27, 2020, 3:39 PM IST

ଇସଲାମାବାଦ: କଟ୍ଟରପନ୍ଥୀ ଓଲେମାଓଁଙ୍କ ଜିଦ ପାଇଁ ପାକିସ୍ତାନରେ କୋରୋନା ସଂକ୍ରମଣ ମାମଲା ବଢିବା ସତ୍ତ୍ୱେ ମସଜିଦ ଖୋଲାଯାଇଛି । ପାକିସ୍ତାନରେ ଇସଲାମିକ କଟ୍ଟଟରପନ୍ଥୀ ଏଥିରେ ସେମାନଙ୍କ ମନ ପୁରିଲାନିଯେ, ସେମାନଙ୍କ ମଧ୍ୟରୁ ଜଣେ କୋରୋନା ସଂକ୍ରମଣ ବିସ୍ତାର ପାଇଁ ମହିଳାମାନଙ୍କୁ ଦାୟୀ କରିଛନ୍ତି । ପାକିସ୍ତାନର ପ୍ରସିଦ୍ଧ କଟ୍ଟରପନ୍ଥୀ ମୌଲାନା ତାରିକ୍ ଜାମିଲ ଦାବି କରିଛନ୍ତି ଯେ, ମହିଳାଙ୍କ ଭୁଲ ପାଇଁ ବିଶ୍ୱ ଦଣ୍ଡ ଭୋଗୁଛି ଏବଂ କୋରୋନା ହେଉଛି ଏହାର ଫଳାଫଳ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ସମୟ ମଧ୍ୟରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଉପସ୍ଥିତ ଥିଲେ।

କଟ୍ଟରପନ୍ଥୀ ମୌଲାନା ତାରିକ୍ ଜାମିଲ ଶନିବାର ଦିନ ହୋଇଥିବା ଟେଲିଥନ୍ ଫେଡରେଜିଙ୍ଗ ଇଭେଣ୍ଟ ଘଟଣାକୁ ନେଇ ତାଙ୍କ ବିତର୍କରେ କହିଛନ୍ତି ଯେ, ମହିଳା ସ୍ୱଳ୍ପ ପୋଷାକ ପିନ୍ଧୁଥିବା ହେତୁ ଦେଶରେ କୋରୋନା ଜୀବାଣୁ ହେବାର ଆଶଙ୍କା ରହିଛି । ସେ କହିଛନ୍ତି ଯେ ମହିଳାଙ୍କ ମନ୍ଦ କାର୍ଯ୍ୟ ପାଇଁ ଏହା ଏକ ଦଣ୍ଡ, ଯାହାକୁ ସମଗ୍ର ସମ୍ପ୍ରଦାୟକୁ ଭୋଗିବାକୁ ପଡିବ ।

ଏହି କାର୍ଯ୍ୟକ୍ରମରେ ଜାମିଲ ଏହା ମଧ୍ୟ କହିଛନ୍ତି ଯେ ମହିଳାଙ୍କ ଖୋଲା ପୋଷାକ ପିନ୍ଧିଥିବାରୁ ସମସ୍ତଙ୍କୁ ଦଣ୍ଡ ଦିଆଯାଉଛି ଏବଂ କୋରୋନା ଜୀବାଣୁ ମଧ୍ୟ ସେମାନଙ୍କ ମଧ୍ୟରୁ ଅନ୍ୟତମ। ସେ ଆହୁରି କହିଛନ୍ତି କିଛି ଟିଭି ଚ୍ୟାନେଲ ମିଥ୍ୟା ଖବର ଚଳାଇଥିଲାଯେ, ଯାହା ମୁଁ କହିଥିଲି ସେଥିପାଇଁ ମୁଁ କ୍ଷମା ମାଗିଥିଲି। ହେଲେ ଏହା ସମ୍ପୂର୍ଣ୍ଣ ମିଥ୍ୟା ମୁଁ ଯାହା କହୁଛି ତାହା ଏକଦମ ସତ । ଆଉ ଏନେଇ ମୁଁ କ୍ଷମା ପ୍ରାର୍ଥନା କରିନାହି। ଯଦିଓ ମୋ ପାଟିରୁ କ୍ଷମା ପ୍ରାର୍ଥନା ପରି କିଛି ବାହାରିଥାଏ ତେବେ ଏହା ଭୁଲବଶତଃ ।

ମୌଲାନା ଜାମିଲଙ୍କ ଏହି ବିବୃତ୍ତିକୁ ପାକିସ୍ତାନର ମାନବ ଅଧିକାର ଆୟୋଗ ନିନ୍ଦା କରିଛନ୍ତି ଏବଂ ତାଙ୍କୁ କ୍ଷମା ମାଗିବାକୁ କହିଛନ୍ତି । ମାନବ ଅଧିକାର ଆୟୋଗ ଏକ ବିବୃତ୍ତି ଜାରି କରି କହିଛନ୍ତିଯେ, ମହିଳାଙ୍କ ବିରୋଧରେ ହୋଇଥିବା ଏହି ଅଶ୍ଳୀଳ ମନ୍ତବ୍ୟକୁ ଯଥାଶୀଘ୍ର ପ୍ରତ୍ୟାହାର କରିବାକୁ ଆମେ ମୌଲାନା ତାରିକ୍ ଜାମିଲଙ୍କୁ ନିବେଦନ କରୁଛୁ। ଏହିପରି ମନ୍ତବ୍ୟଗୁଡିକ ଗ୍ରହଣ କରାଯାଇପାରିବ ନାହିଁ ଏବଂ ଯେତେବେଳେ ସେମାନେ ଜାତୀୟ ଟେଲିଭିଜନରେ ସିଧା ପ୍ରସାରଣ କରନ୍ତି । ଏହା ସମାଜରେ ମହିଳାଙ୍କ ପ୍ରତି ଅପରାଧ ବଢାଇପାରେ । ଟିଭି ଚ୍ୟାନେଲରେ ଏପରି କଥା ପ୍ରସାରଣ କରିବା ଅତ୍ୟନ୍ତ ଦୁଃଖଦାୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.