ETV Bharat / international

କୋରୋନା ତାଣ୍ଡବ: ଇରାନରେ 6 ହଜାର ଟପିଲା ମୃତ୍ୟୁ ସଂଖ୍ୟା - ଇରାନରେ କୋରୋନା

କୋରୋନା ପ୍ରକୋପରେ ସାରା ବିଶ୍ବରେ ଚାଲିଛି ମୃତ୍ୟୁର ତାଣ୍ଡବ । ଇରାନରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଅବସ୍ଥା । କିଛି ଦିନର ବିରାମ ପରେ ଏଠାରେ ପୁଣି ଧିରେ ଧିରେ ବଢିବାରେ ଲାଗିଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା ।

coronavirus news, corona impact, corona in iran, corona death in iran, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ପ୍ରକୋପ, ଇରାନରେ କୋରୋନା, ଇରାନରେ କୋରୋନା ମୃତ୍ୟୁ
କୋରୋନା ତାଣ୍ଡବ: ଇରାନରେ 6ହଜାର ଟପିଲା ମୃତ୍ୟୁ ସଂଖ୍ୟା
author img

By

Published : May 1, 2020, 6:43 PM IST

ତେହେରାନ: କୋରୋନା ପ୍ରକୋପରେ ସାରା ବିଶ୍ବରେ ଚାଲିଛି ମୃତ୍ୟୁର ତାଣ୍ଡବ । ଏମିତିରେ ବିଶ୍ବର କେତେକ ସ୍ଥାନରେ କୋରୋନା କାୟା ଧିରେ ଧିରେ ଫିକା ପଡୁଥିବା ବେଳେ କେତେକ ସ୍ଥାନରେ ସାମୟିକ ବିରାମ ପରେ ପୁଣି ଆରମ୍ଭ ହୋଇଛି କୋରୋନା ପ୍ରଭାବ । ଇରାନରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଅବସ୍ଥା । କିଛି ଦିନର ବିରାମ ପରେ ଏଠାରେ ପୁଣି ଧିରେ ଧିରେ ବଢିବାରେ ଲାଗିଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା ।

ଇରାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଗତ 24 ଘଣ୍ଟା ମଧ୍ୟରେ ଏଠାରେ 63 ଜଣଙ୍କ କୋରୋନାରେ ମୃତ୍ୟୁ ରେକର୍ଡ କରାଯାଇଛି । ଏଥିସହ ବର୍ତ୍ତମାନ ଦେଶରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 6091ରେ ପହଞ୍ଚିଛି । ଏନେଇ ସରକାରୀ ଭାବେ ଘୋଷଣା କରିଥିଲେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମୁଖପାତ୍ର କିଆନୁଷ ଜାହାନପୁର । ଶୁକ୍ରବାର ଏକ ଆଞ୍ଚଳିକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କିଆନୁଷ ଏହି ସୂଚନା ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ଦେଶରେ କିଛି ଦିନର ବିରତି ପରେ ପୁଣି କୋରୋନା ନିଜର କାୟା ମେଲାଇବାରେ ଲାଗିଛି । ଯାହାକୁ ରୋକିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି ।

କିଆନୁଷ ଏସମ୍ପର୍କରେ ଅଧିକ ସୂଚନା ଦେଇ କହିଛନ୍ତି କି କୋରୋନା ଦ୍ବାରା ସବୁଠାରୁ କମ ପ୍ରଭାବିତ ହୋଇଥିବା ମଧ୍ୟପୂର୍ବ ଦେଶ ଇସଲାମିକ ରିପବ୍ଲିକ ମଧ୍ୟ ଏବେ କୋରୋନା ଗ୍ରାସରେ ଫସିବା ଆରମ୍ଭ ହୋଇଛି । ପ୍ରାରମ୍ଭିକ ଦିନରେ ଏଠାରେ କୋରୋନାର ସବୁଠାରୁ କମ ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ ଏଠାରେ ମୋଟ ଆକ୍ରାନ୍ତ ସଂଖ୍ୟା 95,646ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 2899ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.