ETV Bharat / international

କୋରୋନା ମୁକାବିଲା: 11 ମିଲିୟନ ଉହାନବାସୀଙ୍କର ହେବ ଟେଷ୍ଟିଂ

author img

By

Published : May 12, 2020, 8:19 PM IST

କୋରୋନା ସଂକ୍ରମଣର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନର ହୁବେଇ ପ୍ରାନ୍ତର ରାଜଧାନୀ ଉହାନରେ ଆରମ୍ଭ ହେବାକୁ ଯାଉଛି ଯୋଜନା । ଏହି ନୂଆ ଯୋଜନା ଆଧାରରେ 11 ମିଲିୟନ ଉହାନବାସୀଙ୍କ କୋଭିଡ-19 ଟେଷ୍ଟିଂ କରାଯିବାର ବ୍ୟବସ୍ଥା କରାଯାଉଛି ।

corona fight, corona testing of wuhan population, covid-19 testing, corona situation in china, coronavirus news, କୋରୋନା ମୁକାବିଲା, ଉହାନବାସୀଙ୍କ କୋରୋନା ଟେଷ୍ଟିଂ, କୋଭିଡ-19 ଟେଷ୍ଟିଂ, ଚୀନରେ କୋରୋନା ସ୍ଥିତି, କୋରୋନା ଭାଇରସ ନ୍ୟୁଜ୍‌
କୋରୋନା ମୁକାବିଲା: 11 ମିଲିୟନ ଉହାନବାସୀଙ୍କର ହେବ ଟେଷ୍ଟିଂ

ବେଜିଂ: କୋରୋନା ସଂକ୍ରମଣର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନର ହୁବେଇ ପ୍ରାନ୍ତର ରାଜଧାନୀ ଉହାନରେ ଆରମ୍ଭ ହେବାକୁ ଯାଉଛି ଯୋଜନା । କୋରୋନା ମୁକାବିଲା ପାଇଁ ଏହା କାର୍ଯ୍ୟକାରୀ ହେବା ନେଇ ସୂଚନା ମିଳିଛି । ଏହି ନୂଆ ଯୋଜନା ଆଧାରରେ 11 ମିଲିୟନ ଉହାନବାସୀଙ୍କ କୋଭିଡ-19 ଟେଷ୍ଟିଂ କରାଯିବାର ବ୍ୟବସ୍ଥା କରାଯାଉଛି । ଏନେଇ ଚୀନର ଏକ ଡିଜିଟାଲ ମିଡିଆ ରିପୋର୍ଟରେ ମଙ୍ଗଳବାର ସୂଚନା ଦିଆଯାଇଛି ।

ଏହି ନୂଆ ଯୋଜନା 10 ଦିନ ପାଇଁ ଲାଗୁ ହେବ । ଯେଉଁଥିରେ ଉହାନର ସମସ୍ତ ଜିଲ୍ଲାକୁ ନିଜର ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ହେବ । ଉଦ୍ଦେଶ୍ୟ ଉହାନର ସମସ୍ତ ନାଗରିକ କୋଭିଡ-19 ଟେଷ୍ଟିଂ କରାଇବା । ଏନେଇ ନିଜ ଜିଲ୍ଲାର ଜନସଂଖ୍ୟାକୁ ନଜରରେ ରଖି ସମସ୍ତ ରାଜ୍ୟକୁ ନିଜର ସ୍ବତନ୍ତ୍ର ଯୋଜନା ମଙ୍ଗଳବାର ସୁଦ୍ଧା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଏହି ଟେଷ୍ଟିଂ ଯୋଜନାରେ ବୟୋଜ୍ୟେଷ୍ଠ ଓ ଅଧିକ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳକୁ ପ୍ରାଧାନ୍ୟ ଦେବାକୁ କୁହାଯାଇଛି ।

ସେପଟେ ଏହି ଯୋଜନାକୁ କିଛି ବରିଷ୍ଠ ସ୍ବାସ୍ଥ୍ୟକର୍ମୀମାନେ ଅସମ୍ଭବ ବୋଲି କହିଛନ୍ତି । ଏହି ସହିତ ଏହି ଯୋଜନା ଅଧିକ ବ୍ୟୟସାପେକ୍ଷ ବୋଲି ସେମାନେ ମତ ଦେଇଛନ୍ତି । ତେଣେ ଏତେ ମାତ୍ରାରେ ଟେଷ୍ଟିଂ ଦ୍ବାରା ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ମତ ଦେଇଛନ୍ତି ଉହାନ ୟୁନିଭର୍ସିଟିର ଜୋଙ୍ଗାନ ହସ୍ପିଟାଲସ୍ଥିତ ଇଣ୍ଟେନ୍ସ କେୟାର ୟୁନିଟ ନିର୍ଦ୍ଦେଶକ ପେଙ୍ଗ ଜିୟୋଙ୍ଗ ମତ ଦେଇଛନ୍ତି । ଉହାନ ୟୁନିଭର୍ସିଟିର ଅନ୍ୟ ଜଣେ ନିର୍ଦ୍ଦେଶକ କହିଛନ୍ତି କି ଏହା ପୂର୍ବରୁ ସହରର 3-5 ମିଲିୟନ ଲୋକଙ୍କ ଟେଷ୍ଟିଂ ସରିଛି । ତେଣୁ ବର୍ତ୍ତମାନର 10 ଦିନିଆ ଯୋଜନାରେ ବଳକା 6-8 ମିଲିୟନ ଲୋକଙ୍କ ଟେଷ୍ଟିଂ କରିବା ସମ୍ଭବପର ହୋଇପାରେ ।

ଗତ ସପ୍ତାହ ଶେଷ ସୁଦ୍ଧା ଉହାନରେ 6ଟି ନୂଆ କୋରୋନା ମାମଲା ଚିହ୍ନଟ ହେବା ପରେ ତତ୍ପରତା ପ୍ରକାଶ କରି ଏହି ନିଷ୍ପତ୍ତି ନିଆଯାଇଥିବା ଜଣା ପଡିଛି । ଏହାପୂର୍ବରୁ ଏପ୍ରିଲ 13 ପର୍ଯ୍ୟନ୍ତ ଉହାନରେ କୌଣସି ନୂଆ ମାମଲା ଦେଖାଯାଇନଥିଲା । ତେଣେ ବର୍ତ୍ତମାନ ସୁଦ୍ଧା ଚୀନରେ ମୋଟ 84,011 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା 4,637ରେ ପହଞ୍ଚିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.