ETV Bharat / international

କୋରୋନା ପ୍ରଭାବ: ନେପାଳ ପର୍ଯ୍ୟଟନକୁ 330 ମିଲିୟନ ଡଲାର କ୍ଷତି

author img

By

Published : Jul 5, 2020, 2:25 AM IST

କୋରୋନା ପ୍ରଭାବରେ ନେପାଳରେ ଲାଗୁ ହୋଇଥିବା ଲକଡାଉନ ପାଇଁ ଦେଶର ପର୍ଯ୍ୟଟନ କ୍ଷେତ୍ରରେ ବିପୁଳ କ୍ଷତି ସହିବାକୁ ପଡିଛି । ଇତିମଧ୍ୟରେ ପର୍ଯ୍ୟଟନ ବିଭାଗକୁ 330 ମିଲିୟନ ଡଲାରର କ୍ଷତି ସହିବାକୁ ପଡିଥିବା ଜଣା ପଡିଛି । ଅଧିକ ପଢନ୍ତୁ...

corona effect on nepal, corona effect on nepal tourism sector, nepal tourism, corona update in nepal, ନେପାଳରେ କୋରୋନା ପ୍ରଭାବ, ନେପାଳ ପର୍ଯ୍ୟଟନକୁ କୋରୋନା ମାଡ, ନେପାଳ ପର୍ଯ୍ୟଟନ, ନେପାଳରେ କୋରୋନା ଅପଡେଟ
କୋରୋନା ପ୍ରଭାବ: ନେପାଳ ପର୍ଯ୍ୟଟନକୁ 330 ମିଲିୟନ ଡଲାର କ୍ଷତି

କାଠମାଣ୍ଡୁ: କୋରୋନା ପ୍ରଭାବରେ ନେପାଳରେ ଲାଗୁ ହୋଇଥିବା ଲକଡାଉନ ପାଇଁ ଦେଶର ପର୍ଯ୍ୟଟନ କ୍ଷେତ୍ରରେ ବିପୁଳ କ୍ଷତି ସହିବାକୁ ପଡିଛି । ଧିରେ ଧିରେ ଦେଶରେ ଲକଡାଉନ କଟକଣା କୋହଳ ହେବା ସହ ପର୍ଯ୍ୟଟନ ବ୍ୟବସାୟ ପୁଣି ସ୍ବାଭାବିକ ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ହେଲେ ଇତିମଧ୍ୟରେ ପର୍ଯ୍ୟଟନ ବିଭାଗକୁ 330 ମିଲିୟନ ଡଲାରର କ୍ଷତି ସହିବାକୁ ପଡିଥିବା ଜଣା ପଡିଛି । ଏନେଇ ସାଂସ୍କୃତିକ, ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଶନିବାର ସୂଚନା ଦେଇଛନ୍ତି ।

ଏହି ଆକଳନ ଆଗକୁ ଆହୁରି ବଢି ଜୁଲାଇ 21 ସୁଦ୍ଧା 332 ମିଲିୟନ ଡଲାର ଛୁଇଁବ ବୋଲି ମଧ୍ୟ ଅନୁମାନ କରାଯାଉଛି । ଏହି କ୍ରମରେ ପ୍ରତିମାସ ହାରହାରି 83 ମିଲିୟନ ଡଲାରର କ୍ଷତି ହୋଇଥିବା ପ୍ରତ୍ୟେକ ବିଭାଗ ଆକଳନ କରିଛନ୍ତି । କେବଳ ପର୍ଯ୍ୟଟନ ନୁହେଁ ଲକଡାଉନ ପ୍ରଭାବରେ ଆତିଥ୍ୟ ବିଭାଗ ଅଧିନସ୍ଥ ଟ୍ରାଭେଲ, ହୋଟେଲ ଓ ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ ବିପୁଳ କ୍ଷତି ସହିବାକୁ ପଡିଛି ।

ଜୁନ 10ରୁ ଦେଶରେ ପର୍ଯ୍ୟାକ୍ରମେ କଟକଣା କୋହଳ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ପର୍ଯ୍ୟଟନ ବିଭାଗ ଓ ବିମାନ ଚଳାଚଳ ବିଭାଗକୁ ସ୍ବାଭାବିକ ହେବା ପାଇଁ ଅନୁମତି ଦିଆଯାଇଥିଲା । ସେପଟେ ପରିସ୍ଥିତିକୁ ନଜରରେ ରଖି ଆଗାମୀ ଜୁଲାଇ 21 ଯାଏଁ ପୁଣି ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବାକୁ ନେପାଳ କ୍ୟାବିନେଟ ବ୍ୟାନ କରିଛି । ଯାହା କ୍ଷତିର ପରିମାଣ ବଢାଇବା ନେଇ ଆଶଙ୍କା ପ୍ରକାଶ ପାଇଛି । ସେପଟେ ବର୍ତ୍ତମାନ କେବଳ ମେଡିକାଲ ଆବଶ୍ୟକତା ପୂରଣ କରିବା ସହ ଆପାତକାଳୀନ ସେବା ପାଇଁ ବିମାନ ସେବା ଜାରି ରହିଥିବା ଜଣା ପଡିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.