ETV Bharat / international

କୋରୋନା ପ୍ରଭାବ: ପାକିସ୍ତାନକୁ ଲକ୍‌ଡାଉନ୍ କରିବେନି ଇମ୍ରାନ - Corona effect

ପାକିସ୍ତାନକୁ ଲକ୍-ଡାଉନ କରିବେନି ଇମ୍ରାନ । ପାକିସ୍ତାନରେ କୋରୋନାକୁ ନେଇ ବିରୋଧି ଦଳ ସମ୍ପୂର୍ଣ୍ଣ ଦେଶକୁ ଲକଡାଉନ କରିବାକୁ କହୁଥିବା ବେଳେ ଏଥିରୁ ପଛଘୁଞ୍ଚା ଦେଉଛନ୍ତି ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ପାକିସ୍ତାନକୁ ଲକ୍-ଡାଉନ କରିବେନି ଇମ୍ରାନ
ପାକିସ୍ତାନକୁ ଲକ୍-ଡାଉନ କରିବେନି ଇମ୍ରାନ
author img

By

Published : Mar 22, 2020, 11:27 PM IST

ଇସଲାମାବାଦ: ବିଶ୍ବରେ କୋରୋନା କାୟା ବିସ୍ତାର କରିଥିବା ବେଳେ ବିଭିନ୍ନ ଦେଶରେ ସତର୍କ ରହିବା ପାଇଁ ଲକ୍‌ଡାଉନ ଘୋଷଣା କରାଯାଇଛି । ପାକିସ୍ତାନରେ ମଧ୍ୟ କୋରୋନା ନିଜର କାୟା ବିସ୍ତାର କରିସାରିଛି । ଧିରେ ଧିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତଥାପି କୋରୋନାକୁ ଖାତିର କରୁନି ପାକିସ୍ତାନ । ପାକିସ୍ତାନରେ କୋରୋନାକୁ ନେଇ ବିରୋଧି ଦଳ ସମ୍ପୂର୍ଣ୍ଣ ଦେଶକୁ ଲକଡାଉନ କରିବାକୁ କହୁଥିବା ବେଳେ ଏଥିରୁ ପଛଘୁଞ୍ଚା ଦେଉଛନ୍ତି ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।

ସେପେଟେ ସିନ୍ଧ ରାଜ୍ୟର ପାକିସ୍ତାନ ପିପୁଲ୍ସ ପାର୍ଟି ସରକାରଙ୍କ କହିବା କଥା ହେଲା ସେମାନେ ତାଙ୍କ ରାଜ୍ୟରେ ଲକଡାଉନ ଘୋଷଣା କରିବେ । ସେହିପରି କୋରୋନା ଭାଇରସ ସମ୍ପର୍କରେ ଇମ୍ରାନ ଖାନଙ୍କ କହିବା କଥା ହେଲା ‘ଯଦି ଆମର ଅବସ୍ଥା ଇଟାଲୀ ଏବଂ ଚୀନ ଭଳି ହୁଅନ୍ତା ତେବେ ପାକିସ୍ତାନ ଲକଡାଇନ ହୁଅନ୍ତା । ଲକଡାଉନ-କର୍ଫ୍ୟୁ ମାନେ ସମସ୍ତଙ୍କୁ ଘରେ ବନ୍ଦି ରଖିବା । ଏପରି ସ୍ଥଳେ ଯେଉଁମାନେ ଦିନମଜୁରିଆ ସେମାନଙ୍କ ଦାନାପାଣି ବନ୍ଦ ହୋଇଯିବ । ତେଣୁ ପାକିସ୍ତାନକୁ ଲକଡାଉନ କରିବା ଅସମ୍ଭବ ।’

ଇମ୍ରାନ ଖାନ ପୁଣି ଲୋକଙ୍କୁ ସହଯୋଗ ଦେବା ପାଇଁ ଅପିଲ କରି କହିଥିଲେ,‘ସରକାର ସ୍କୁଲ କଲେଜ, ବିଶ୍ବବିଦ୍ୟାଳୟ, ସପିଂ ମଲ, ବଡ଼ ଦୋକାନ ବନ୍ଦ କରିବାକୁ କହିଛି । ଏବେ ଦେଶବାସୀଙ୍କ ଉପରେ ରହିଲା, ସେ ନିଜକୁ ନିଜ ଲକଡାଉନ କରନ୍ତୁ କିମ୍ବା ନିଜକୁ ନିଜେ ଆଇସୋଲେସନରେ ରଖନ୍ତୁ । ନିଜ ନିଜ ଦାୟିତ୍ବ ନିଜେ ନେବା ଭଲ । ଯଦି କୋରୋନାର ଲକ୍ଷଣ ଦେଖନ୍ତି ତେବେ ଡାକ୍ତରଖାନା ଯାଇ ନିଜର ଚିକିତ୍ସା କରାନ୍ତୁ । ମୁଁ ମୋ ଟିମ ସହ ସଜାଗ ରହିବି ସର୍ବଦା ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.