ETV Bharat / international

ପାକିସ୍ତାନରେ କୋରୋନା ବିତ୍ପାତ, ଆକ୍ରାନ୍ତ ସଂଖ୍ୟା 1 ଲକ୍ଷ 32 ହଜାରକୁ ବୃଦ୍ଧି

author img

By

Published : Jun 14, 2020, 8:36 PM IST

ପାକିସ୍ତାନରେ ନିଆଁ ବେଗରେ ବ୍ୟାପିବାରେ ଲାଗିଛି କୋରୋନା ସଂକ୍ରମଣ । ଏମିତିରେ କେବଳ ଜୁନ ମାସରେ ଏଯାବତ୍‌ ଦେଶରେ ପ୍ରାୟ 50,000 ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି ।

corona situation in pakistan, corona update in pakistan, corona virus news, ପାକିସ୍ତାନରେ କୋରୋନା ସ୍ଥିତି, ପାକିସ୍ତାନରେ କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌
ପାକିସ୍ତାନରେ କୋରୋନା ବିତ୍ପାତ, ଆକ୍ରାନ୍ତ ସଂଖ୍ୟା 132,399କୁ ବୃଦ୍ଧି

ଇସଲାମାବାଦ: ପାକିସ୍ତାନରେ ନିଆଁ ବେଗରେ ବ୍ୟାପିବାରେ ଲାଗିଛି କୋରୋନା ସଂକ୍ରମଣ । ଏମିତିରେ କେବଳ ଜୁନ ମାସରେ ଏଯାବତ୍‌ ଦେଶରେ ପ୍ରାୟ 50,000 ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି । ଏଥିସହ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା 1,32,399ରେ ପହଞ୍ଚିଛି । ସେପଟେ ମୃତ୍ୟୁ ସଂଖ୍ୟା 2551ରେ ସ୍ଥିର ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

ଶନିବାର ପାକିସ୍ତାନରେ 6472 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ଏପର୍ଯ୍ୟନ୍ତର ସର୍ବାଧିକ ଦୈନିକ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ବୋଲି ଜଣା ପଡିଛି । ସେପଟେ ଗତ 24 ଘଣ୍ଟାରେ ଦେଶରେ 88 ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ୟାହା ଦେଶର ମୋଟ ମୃତ୍ୟୁ ସଂଖ୍ୟାକୁ 2551ରେ ପହଞ୍ଚାଇଛି । ଏପର୍ଯ୍ୟନ୍ତ ଦେଶରେ ମୋଟ 40,247 ଜଣ ସୁସ୍ଥ ହୋଇସାରିଥିବା ମଧ୍ୟ ଜଣା ପଡିଛି ।

ଦେଶରେ ଏଯାବତ୍‌ ପ୍ରାୟ 8,39,019 ଜଣ ଲୋକଙ୍କ ଟେଷ୍ଟିଂ ଶେଷ ହୋଇଛି । ଯେଉଁଥିରେ କେବଳ ଗତ 24 ଘଣ୍ଟା ମଧ୍ୟରେ 30,000 ଟେଷ୍ଟ ହୋଇଥିବା ସ୍ପଷ୍ଟ ହୋଇଛି । ଗତ ମେ’ ମାସ 9 ତାରିଖରେ ଦେଶରେ ମାତ୍ର 29,465 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଇମରାନ ଖାନ ଲକଡାଉନ କଟକଣା ପର୍ଯ୍ୟାୟକ୍ରମେ କୋହଳ କରିବା ପାଇଁ ଘୋଷଣା କରିଥିଲେ । ହେଲେ ସ୍ଥିତି ସୁଧୁରିବା ପରିବର୍ତ୍ତେ ମାସେ ମଧ୍ୟରେ ଅଧିକ ଭଯଙ୍କର ହେଉଥିବା ସ୍ପଷ୍ଟ ଦେଖାଯାଉଛି ।

ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପାକିସ୍ତାନକୁ କୋରୋନା ପାଇଁ ଦ୍ବିତୀୟ ଭୟଙ୍କର ଦେଶ ବୋଲି ଘୋଷଣା କରିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.