ETV Bharat / international

ପାକିସ୍ତାନରେ କୋରୋନା ମାମଲା 40 ହଜାର ପାର, ଆରମ୍ଭ ହେଲା ପରିବହନ ସେବା - ପାକିସ୍ତାନରେ କୋରୋନା ମାମଲା 40 ହଜାର ପାର

ପାକିସ୍ତାନରେ ଗତ 24 ଘଣ୍ଟା ଭିତରେ 1,352 ଜଣ କୋରୋନା ସଂକ୍ରମିତ ହୋଇଥିବା ରିପୋର୍ଟ ହୋଇଛି । ଦେଶରେ ସୁସ୍ଥ ହୋଇଛନ୍ତି 11 ହଜାର 341 । ଅଧିକ ପଢନ୍ତୁ...

ପାକିସ୍ତାନରେ କୋରୋନା ମାମଲା 40 ହଜାର ପାର, ଆରମ୍ଭ ହେଲା ପରିବହନ ସେବା

author img

By

Published : May 18, 2020, 8:53 AM IST

ଇସଲାମାବାଦ: ପାକିସ୍ତାନରେ ଗତ 24 ଘଣ୍ଟା ଭିତରେ 1,352 ଜଣ କୋରୋନା ସଂକ୍ରମିତ ହୋଇଥିବା ରିପୋର୍ଟ ହୋଇଛି । ଏହା ପରେ ଦେଶରେ କୋଭିଡ-19 ମାମଲା 40 ହଜାର ଅତିକ୍ରମ କରିଥିଲା। ଏଥି ସହିତ, ଆଉ 40 ଜଣଙ୍କର ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା 873 ରେ ପହଞ୍ଚିଛି। ଜାତୀୟ ସ୍ୱାସ୍ଥ୍ୟ ସେବା ମନ୍ତ୍ରଣାଳୟର ସୂଚନା ଅନୂଯାୟୀ,40 ହଜାର 151 ମାମଲା ମଧ୍ୟରୁ ସିନ୍ଧରେ ସର୍ବାଧିକ 15 ହଜାର 590 ମାମଲା ରହିଛି । ଏହା ପରେ ପଞ୍ଜାବରେ 14 ହଜାର 584 ମାମଲା ରିପୋର୍ଟ ହୋଇଛି, ଖୈବର-ପଖତୁନଖୱାରେ 5,847, ବାଲୁଚିସ୍ତାନରେ 2544, ଇସଲାମାବାଦରେ 947, ଗିଲଗିଟ-ବାଲ୍ଟିସ୍ତାନରେ 527 ମାମଲା ରହିଛି । ଏହା ବ୍ୟତୀତ 11 ହଜାର 341 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।

ପାକିସ୍ତାନରେ କୋରୋନା ମାମଲା 40 ହଜାର ପାର, ଆରମ୍ଭ ହେଲା ପରିବହନ ସେବା
ପାକିସ୍ତାନରେ କୋରୋନା ମାମଲା 40 ହଜାର ପାର, ଆରମ୍ଭ ହେଲା ପରିବହନ ସେବା

ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ 3 ଲକ୍ଷ73 ହଜାର 410ଟି ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତ 24 ଘଣ୍ଟା ମଧ୍ୟରେ 14 ହଜାର 175 ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ସଂଖ୍ୟା ବୃଦ୍ଧି ସତ୍ତ୍ବେ ପାକିସ୍ତାନ ସରକାର ଲକଡାଉନ ପ୍ରତିବନ୍ଧକକୁ କୋହଳ କରିଛନ୍ତି ଏବଂ ଦେଶରେ ଅଧିକାଂଶ ଦୋକାନ ଆଦି ଖୋଲିଛି । ସୂଚନା ମନ୍ତ୍ରୀ ଶିବଲି ଫରାଜଙ୍କ ଅନୁଯାୟୀ, ସଂକ୍ରମଣ ଦ୍ୱାରା ଅଧିକ ପ୍ରଭାବିତ ଅଞ୍ଚଳରେ ଗତିବିଧି ରୋକିବା ପାଇଁ ଏକ ଚୟନକୃତ ଲକଡାଉନ ନୀତି ପ୍ରଣୟନ କରାଯାଇଛି।

ପାକିସ୍ତାନ ଶନିବାର ପର୍ଯ୍ୟାୟକ୍ରମେ ଘରୋଇ ବିମାନ ଚଳାଚଳ ଆରମ୍ଭ କରିଛି ଏବଂ ସୋମବାର ଠାରୁ ପରିବହନ ସେବା ଆରମ୍ଭ ହେବ। ପଞ୍ଜାବ ଘୋଷଣା କରିଛି ଯେ, ସୋମବାର ଠାରୁ ଏହା ସାଧାରଣ ପରିବହନକୁ ଅନୁମତି ଦେବ । ପାକିସ୍ତାନ ଆଫଗାନିସ୍ତାନ ସହ ଲାଗିଥିବା ଏହାର ସୀମାକୁ ଖୋଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.