ETV Bharat / international

ବାଲୁଚ ଛାତ୍ରଙ୍କୁ ହତ୍ୟା ମାମଲା, ପାକିସ୍ତାନରେ 'ଗୃହଯୁଦ୍ଧ'

author img

By

Published : Aug 20, 2020, 6:46 AM IST

ବର୍ତ୍ତମାନ ବାଲୁଚିସ୍ତାନରେ ଜଣେ ଛାତ୍ରଙ୍କ ହତ୍ୟା ପରେ ସମଗ୍ର ପାକିସ୍ତାନରେ କ୍ରୋଧର ନିଆଁ ଜଳୁଛି । ଲୋକେ ରାଜରାସ୍ତା ଓହ୍ଲାଇ ଆସିଛନ୍ତି । ଇମ୍ରାନ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରି ବାଲୁଚିସ୍ତାନର ଛାତ୍ର ହୟାତ୍ ବାଲୋଚଙ୍କୁ ନ୍ୟାୟ ଦେବା ପାଇଁ ଦାବି ହେଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବାଲୁଚ ଛାତ୍ରଙ୍କୁ ହତ୍ୟା କରିବା ମାମଲା
ବାଲୁଚ ଛାତ୍ରଙ୍କୁ ହତ୍ୟା କରିବା ମାମଲା

ଇସଲାମାବାଦ: ପାକିସ୍ତାନରେ ବାଲୁଚ ନାଗରିକଙ୍କ ଉପରେ ସେଠାକାର ସୁରକ୍ଷାକର୍ମୀଙ୍କ ଦ୍ୱାରା କରାଯାଇଥିବା ଅତ୍ୟାଚାରର ଘଟଣା କାହାକୁ ବା ଅଛପା । ବର୍ତ୍ତମାନ ବାଲୁଚିସ୍ତାନରେ ଜଣେ ଛାତ୍ରଙ୍କ ହତ୍ୟା ପରେ ସମଗ୍ର ପାକିସ୍ତାନରେ କ୍ରୋଧର ନିଆଁ ଜଳୁଛି । ଲୋକେ ରାଜରାସ୍ତା ଓହ୍ଲାଇ ଆସିଛନ୍ତି । ବ୍ୟାନର ଧରି ରାସ୍ତାରେ ପ୍ରଦର୍ଶନ କରୁଛନ୍ତି । ଇମ୍ରାନ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରି ବାଲୁଚିସ୍ତାନର ଛାତ୍ର ହୟାତ୍ ବାଲୋଚଙ୍କୁ ନ୍ୟାୟ ଦେବା ପାଇଁ ଦାବି ହେଉଛି ।

ପାକିସ୍ତାନର କରାଚି ସହରରେ ବାଲୁଚି ଛାତ୍ରଙ୍କ ହାତରେ ବ୍ୟାନର ପୋଷ୍ଟର ଧରି ନ୍ୟାୟ ପାଇଁ ଦାବି କରାଯାଉଛି । ଶତାଧିକ ଲୋକ ରାସ୍ତାରେ ଆସି ସରକାର ଏବଂ ପ୍ରଶାସନ ନିକଟରେ ନ୍ୟାୟ ପାଇଁ ନିବେଦନ କରୁଛନ୍ତି । ସୂଚନା ଥାଉକି, କରାଚି ବିଶ୍ବବିଦ୍ୟାଳୟର ଛାତ୍ର ହୟାତ୍ ବାଲୋଚଙ୍କୁ ପାକିସ୍ତାନୀ ସେନାର କିଛି ସୈନିକମାନେ ହତ୍ୟା କରିଥିଲେ । ଏହା ପରେ ପାକିସ୍ତାନର ଅନେକ ସହରରେ ଲୋକେ କ୍ରୋଧିତ ହୋଇ ଇମ୍ରାନ ସରକାରଙ୍କ ବିରୋଧରେ କ୍ରମାଗତ ଭାବରେ ବିରୋଧ କରୁଛନ୍ତି । ଲୋକେ କେବଳ କରାଚିରେ ନୁହେଁ ବାଲୁଚିସ୍ତାନରେ ମଧ୍ୟ ବିରୋଧ ପ୍ରଦର୍ଶନ କରୁଛନ୍ତି । ମୃତ ହୟାତ ବାଲୁଚଙ୍କୁ ନ୍ୟାୟ ଦେବା ପାଇଁ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ପ୍ରଦର୍ଶନ ଜାରି ରହିଛି ।

ମହିଳାମାନେ ହାତରେ ବ୍ୟାନର ଏବଂ ହୟାତ୍ ବାଲୋଚଙ୍କ ଫଟୋ ନେଇ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି । ପାକିସ୍ତାନର ଅନେକ ସହରରେ ହୟାତ୍ ବାଲୋଚଙ୍କୁ କାହିଁକି ହତ୍ୟା କରାଯାଇଥିଲା ସେ ନେଇ ଲୋକଙ୍କ ମଧ୍ୟରେ କ୍ରୋଧ ରହିଛି । କାହିଁକି ପାକିସ୍ତାନୀ ସେନା ଉକ୍ତ ଛାତ୍ରକୁ ହତ୍ୟା କଲେ ସେନେଇ ଇମ୍ରାନଙ୍କୁ ପ୍ରଶ୍ନର ଉତ୍ତର ଦେବାକୁ ଦାବି କରୁଛନ୍ତି ।

ହୟାତ୍ ବାଲୋଚ୍ କରାଚି ବିଶ୍ବବିଦ୍ୟାଳୟର ଫାର୍ମାସିର ଛାତ୍ର ଥିଲେ । ହୟାତ୍ ବାଲୋଚ୍ ବ୍ଲୁଚିସ୍ତାନର ଥିଲେ । ହାୟତଙ୍କୁ ପାକ୍ ସେନା କର୍ମଚାରୀମାନେ ତାଙ୍କ ଘରୁ ଉଠାଇ ନେଇଥିଲେ । ଘରୁ ନେବା ପରେ ତାଙ୍କୁ ପ୍ରଥମେ ମାଡ ମରାଯାଇଥିଲା ପରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.