ETV Bharat / international

ନେପାଳର ରାଜନୈତିକ ସଙ୍କଟ ସତ୍ତ୍ବେ ଏନସିପି ନେତାଙ୍କ ସହ ବୈଠକ କଲେ ଚୀନ ରାଷ୍ଟ୍ରଦୂତ

ନେପାଳର ରାଜନୈତିକ ସଙ୍କଟ ମଧ୍ୟରେ ନେପାଳ ସ୍ଥିତ ଚୀନର ରାଷ୍ଟ୍ରଦୂତ ହୋ ୟାନକି ଶାସକ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି)ର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମାଧବ କୁମାର ନେପାଳଙ୍କ ସହ ବୈଠକ କରିଛନ୍ତି ।

author img

By

Published : Jul 6, 2020, 1:50 PM IST

ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି
ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି

କାଠମାଣ୍ଡୁ: ନେପାଳର ରାଜନୈତିକ ସଙ୍କଟକୁ ଦୂର କରିବା ପାଇଁ ଚୀନର ସାହାଯ୍ୟ ନେଉଛନ୍ତି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ଏହି ସଙ୍କଟ ମଧ୍ୟରେ ନେପାଳ ସ୍ଥିତ ଚୀନର ରାଷ୍ଟ୍ରଦୂତ ହୋ ୟାନକି ଶାସକ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି)ର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମାଧବ କୁମାର ନେପାଳଙ୍କ ସହ ବୈଠକ କରିଛନ୍ତି । ଉଭୟ ରବିବାର ସନ୍ଧ୍ୟାରେ କୋଟେଶ୍ୱର ସ୍ଥିତ ବାସଭବନରେ ବୈଠକ କରିଥିବା ଜଣାପଡିଛି ।

ଶାସକ ଏନସିପି ମଧ୍ୟରେ ଦେଖାଦେଇଥିବା ଆନ୍ତପାର୍ଟି ବିବାଦ ବିଷୟରେ ପଚାରି ବୁଝିଥିଲେ ହୋ । ଏହାବ୍ୟତୀତ ଶାସକ ଏନସିପି ମଧ୍ୟରେ ଉପୁଜିଥିବା ବିବାଦକୁ ନେଇ ଉଦବେଗ ପ୍ରକାଶ କରିଥିଲେ ହୋ ୟାନକି ।

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଭାରତ ବିରୋଧୀ ଆଭିମୁଖ୍ୟକୁ ନେଇ ଦେଶରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାରୁ ଦଳରେ ମଧ୍ୟ ଏହାକୁ ନେଇ ବିଭାଜନ ଦେଖାଦେଇଛି। ନେପାଳ କମ୍ୟୁନିଷ୍ଟ ପାର୍ଟି(ଏନସିପି)ର ବରିଷ୍ଠ ନେତାମାନେ ଓଲିଙ୍କ ଇସ୍ତଫା ଦାବି କରିଛନ୍ତି। ସେପଟେ ଓଲି ନିଜ ଆସନ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ।

ତେବେ ଏନସିପିର ବରିଷ୍ଠ ନେତା ନେପାଳଙ୍କ ସହ ରାଷ୍ଟ୍ରଦୂତ ହୋଙ୍କ ବୈଠକ ପରେ ଏନସିପିର ଗୁରୁତ୍ୱପୂର୍ଣ୍ଣ ଷ୍ଟାଣ୍ଡିଂ କମିଟି ବୈଠକ ବର୍ତ୍ତମାନ ଜୁଲାଇ 8 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସେପଟେ ଚୀନ ରାଷ୍ଟ୍ରଦୂତ ରବିବାର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କ ସହିତ ମଧ୍ୟ ସାକ୍ଷାତକାର କରିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.