ମସ୍କୋ: ହଂକଂରେ ଦେଖାଦେଇଥିବା ବିକ୍ଷୋଭ ପଛରେ ପାଶ୍ଚାତ୍ୟ ଦେଶମାନେ ଦାୟୀ । ସମସ୍ତ ପ୍ରକାର ଧାରଣା, ଆନ୍ଦୋଳନ ଏହି ରାଷ୍ଟ୍ରଙ୍କ ଦ୍ବାରା ଆୟୋଜନ ହେଉଛି ବୋଲି ଚୀନ ରାଷ୍ଟ୍ରଦୂତ ଜାଙ୍ଗ୍ ହାନହୁଇ କହିଛନ୍ତି । ବୁଧବାର ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ସମାଲୋଚନା କରି ଋଷର ଚୀନ ରାଷ୍ଟ୍ରଦୂତ ଏହି ଅଭିଯୋଗ କରିଛନ୍ତି ।
ହଂକଂର ବିକ୍ଷୋଭ ପଛରେ ଆମେରିକାର ହାତ ରହିଛି । ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ସହ ମିଶି ଏହା ବିକ୍ଷୋଭକାରୀଙ୍କୁ ତାଲିମ ଦେଉଛି । ଏହାସହ ସେମାନଙ୍କୁ ଅର୍ଥ ମଧ୍ୟ ଯୋଗାଉଛି ବୋଲି ଜାଙ୍ଗ୍ ଅଭିଯୋଗ କରିଛନ୍ତି । ଚୀନକୁ ବିଭାଜିତ କରିବା ଏମାନଙ୍କର ଉଦ୍ଦେଶ୍ୟ । ଚୀନର ବିକାଶରେ ବାଧା ଦେବା ଏହି ରାଷ୍ଟ୍ରଙ୍କ ମୂଳ ଲକ୍ଷ୍ୟ । ସେଥିପାଇଁ ଏପରି ବିକ୍ଷୋଭକୁ ସମର୍ଥନ ଦେଉଛନ୍ତି ବୋଲି ସେ କହିଛନ୍ତି ।
ପ୍ରକାଶ ଥାଉ କି ଗତବର୍ଷ ଜୁନ୍ ମାସରୁ ଚୀନ ସରକାର ବିରୋଧରେ ହଂକଂରେ ଆନ୍ଦୋଳନ ଚାଲି ଆସୁଛି । ନିକଟରେ ହଂକଂ ପାଇଁ ଏକ ସିକ୍ୟୁରିଟି ବିଲ ପାସ କରିବାର ଯୋଜନା କରିଛନ୍ତି ଚୀନ ସରକାର । ସେଥିପାଇଁ ଏହି ଆନ୍ଦୋଳନ ଏବେ ତୀବ୍ର ରୂପ ନେଇଛି । ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ରାଜରାସ୍ତାରେ ଧାରଣା ଓ ବିକ୍ଷୋଭ କରୁଛନ୍ତି । ତେବେ ଚୀନ ଏହି ଅଶାନ୍ତି ପାଇଁ ଅନ୍ତର୍ଜାତୀୟ ହସ୍ତକ୍ଷେପକୁ ଦାୟୀ କରିବା ସହ ଗୋଟିଏ ଦେଶ 2ଟି ବ୍ୟବସ୍ଥାକୁ ମାନିବାକୁ ଦାବି କରିଛି ।
ହଂକଂ ବିକ୍ଷୋଭ ପଛରେ ପାଶ୍ଚାତ୍ୟ ଦେଶ ଦାୟୀ: ଚୀନ ରାଷ୍ଟ୍ରଦୂତ
ବୁଧବାର ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ସମାଲୋଚନା କରି ଋଷର ଚୀନ ରାଷ୍ଟ୍ରଦୂତ ଏହି ଅଭିଯୋଗ କରିଛନ୍ତି । ସେ ହଂକଂରେ ଦେଖାଦେଇଥିବା ବିକ୍ଷୋଭ ପଛରେ ପାଶ୍ଚାତ୍ୟ ଦେଶମାନେ ଦାୟୀ । ଅଧିକ ପଢନ୍ତୁ...