ETV Bharat / international

ଇସ୍ରାଏଲରେ ଚୀନ ରାଷ୍ଟ୍ରଦୂତଙ୍କ ମୃତ୍ୟୁ, ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି - ଇସ୍ରାଏଲରେ ଚୀନ ରାଷ୍ଟ୍ରଦୂତ ମୃତ

ଇସ୍ରାଏଲରେ ଚାଞ୍ଚଲ୍ୟ । ରବିବାର ବୈଦେଶିକ ମନ୍ତ୍ରଣାଳୟର ସୂଚନା ମୁତାବକ ହର୍ଜିଲିୟା ସହରରେ ଠାବ ହୋଇଛି ଚୀନ ରାଷ୍ଟ୍ରଦୂତ ଡୁ ୱେଇସଙ୍କ ମର ଶରୀର ।

israel latest news, chinese ambassador to isreal dound dead, chinese ambassador's death, ଇସ୍ରାଏଲ ଲାଟେଷ୍ଟ ନ୍ୟୁଜ୍‌, ଇସ୍ରାଏଲରେ ଚୀନ ରାଷ୍ଟ୍ରଦୂତ ମୃତ, ଚୀନ ରାଷ୍ଟ୍ରଦୂତଙ୍କ ମୃତ୍ୟୁ
ଇସ୍ରାଏଲରେ ଚୀନ ରାଷ୍ଟ୍ରଦୂତଙ୍କ ମୃତ୍ୟୁ, ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି
author img

By

Published : May 18, 2020, 1:02 AM IST

ଜେରୁସେଲମ: ଇସ୍ରାଏଲରେ ଚାଞ୍ଚଲ୍ୟ । ରବିବାର ବୈଦେଶିକ ମନ୍ତ୍ରଣାଳୟର ସୂଚନା ମୁତାବକ ହର୍ଜିଲିୟା ସହରରେ ଠାବ ହୋଇଛି ଚୀନ ରାଷ୍ଟ୍ରଦୂତ ଡୁ ୱେଇସଙ୍କ ମର ଶରୀର । ସମ୍ପୃକ୍ତ ସହରରେ ଥିବା ତାଙ୍କର ସରକାରୀ ବାସଭବନରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ ରବିବାର ସକାଳେ ତାଙ୍କ ସହକାରୀ ତାଙ୍କୁ ଉଠାଇବାକୁ ଯିବା ସମୟରେ ଦେଖିଥିଲେ କି ୱେଇସ ବିଛଣା ଉପରେ ନିସ୍ତେଜ ପଡି ରହିଛନ୍ତି । ପାଖରୁ ଯାଇ ଦେଖିବା ପରେ ଜଣା ପଡିଥିଲା କି ନିଶ୍ବାସ ବନ୍ଦ ହୋଇ ସାରିଛି । ତେବେ ଶନିବାର ରାତିରେ ତାଙ୍କ ହୃତସ୍ପନ୍ଦନ ବନ୍ଦ ହୋଇଥିବା ଅନୁମାନ କରାଯାଉଛି ।

ଏନେଇ ଇସ୍ରାଏଲ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ନିର୍ଦ୍ଦେଶକ ଜେନେରାଲ ୟୁଭାଲ ରୋତେମ ଏ ବିଷୟରେ ସହକାରୀ ରାଷ୍ଟ୍ରଦୂତ ଦାଇ ୟୁମିଙ୍ଗଙ୍କ ସହ କଥା ହୋଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ଆବଶ୍ୟକ କ୍ଷେତ୍ରରେ ସମସ୍ତ ସାହାଯ୍ୟ କରିବା ପାଇଁ ମଧ୍ୟ ଇସ୍ରାଏଲ ଇଚ୍ଛା ପ୍ରକାଶ କରିଥିବା କୁହାଯାଇଛି । ତେବେ ମୃତକଙ୍କ ପରିବାର ଇସ୍ରାଏଲରେ ନଥିବା ଜଣାପଡିଛି ।

ୱେଇସ ଫେବୃଆରୀ 15ରେ ନିଜ ପଦ ଗ୍ରହଣ କରିବା ପାଇଁ ଇସ୍ରାଏଲ ଆସିଥିଲେ ଏବଂ ପହଞ୍ଚିବାର 2 ସପ୍ତାହ ପର୍ଯ୍ୟନ୍ତ କ୍ବାରେନଣ୍ଟାଇନରେ ରହିଥିଲେ । ଦେଶରେ ଲାଗୁ ହୋଇଥିବା ଲକଡାଉନ କଟକଣା ପାଇଁ ସେ ନିଜ ଜରୁରୀ କାଗଜ ପତ୍ର ଯାଞ୍ଚ ପାଇଁ ରାଷ୍ଟ୍ରପତି ରିୟୁଭେନ ରିଭଲିନଙ୍କୁ ଦେଖାଇ ମଧ୍ୟ ପାରିନଥିଲେ । ତେବେ ଏନେଇ ଚୀନ ପକ୍ଷରୁ କୌଣସି ପ୍ରତିକ୍ରିୟା ଏଯାବତ ମିଳିପାରିନାହିଁ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.