ETV Bharat / international

କାଳ ସାଜୁଛି କୋରୋନା, 902 ଛୁଇଁଲା ମୃତ୍ୟୁ ସଂଖ୍ୟା

କରୋନା ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ 902 ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ 40 ହଜାରରୁ ଉର୍ଦ୍ଧ୍ବ ଏହି ଭାଇରସ ପ୍ରଭାବରେ ସଂକ୍ରମଣର ଶିକାର ହୋଇଥିବା ଚୀନ ସରକାରଙ୍କ ପକ୍ଷରୁ କୁହାଯାଇଛି ।

author img

By

Published : Feb 10, 2020, 5:47 AM IST

କାଳ ସାଜୁଛି କୋରୋନା,  902 ଛୁଇଁଲା ମୃତ୍ୟୁ ସଂଖ୍ୟା
କାଳ ସାଜୁଛି କୋରୋନା, 902 ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ଚୀନରେ ଧିରେ ଧିରେ କାୟା ବିସ୍ତାର କରୁଛି କୋରୋନା ଭାଇରସ । ଏହି ମହାମାରୀ କୋରୋନାର ପ୍ରକୋପ ଏବେ ଭୟଙ୍କର ରୂପ ନେଇଛି । ଭାଇରସ ପ୍ରଭାବରେ ମୃତ୍ୟୁ ସଂଖ୍ୟା ଥମିବାକୁ ନାଁ ନେଉ ନାହିଁ । କୋରୋନା ଯୋଗୁ ଚୀନରେ ବର୍ତ୍ତମାନ ସୁଦ୍ଧା 902 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭାଇରସର ଉତ୍ପତ୍ତି ହୋଇଥିବା ହୁଓ୍ବେଇରେ ଶନିବାର 91 ଜଣଙ୍କର ମୃତ୍ୟୁ ହୋଇଛି । ସାରା ଦେଶରେ ପାଖାପାଖି 40 ହଜାର କୋରୋନା ଦ୍ବାରା ସଂକ୍ରମଣର ଶିକାର ହୋଇଥିବା ଅନମାନ କରାଯାଉଛି ବୋଲି ଚୀନ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଚୀନରେ ମହାମାରୀ କୋରୋନା ଦ୍ବାରା ବଢୁଥିବା ମୃତ୍ୟୁ ସଂଖ୍ୟା 2002-2003ର ବିଶ୍ବ ମହାମାରୀ ସିଭିୟର ଆକ୍ୟୁଟ ରେସପିରେଟୋରୀ ସିଣ୍ଡରମ ମୃତ୍ୟୁ ସଂଖ୍ୟାକୁ ମଧ୍ୟ ଟପିଯାଇଛି । SARS ଭାଇରସ ଯୋଗୁଁ 2002-2003ରେ 774 ଜଣଙ୍କର ମୃତ୍ୟୁ ହୋଇଥିଲା ।

। ମହାମାରୀ କୋରୋନା ଭାଇରସର ଉତ୍ପତ୍ତି ସ୍ଥାନ ହୁଓ୍ବେଇରେ ନୂଆ 2618 ଆକ୍ରାନ୍ତ ମାମଲା ସ୍ପଷ୍ଟ କରିଛି ଚୀନ ସ୍ବାସ୍ଥ୍ୟ ଆୟୋଗ । ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ମୋଟ 21ଟି ଦେଶ ଏହି ଭାଇରସକୁ ରୋକିବା ପାଇଁ ବେଜିଂକୁ ସହଯୋଗର ହାତ ବଢାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଭାଇରସକୁ ରୋକିବା ପାଇଁ ସ୍ବତନ୍ତ୍ର ଔଷଧ ବାହାରି ନଥିବା ବେଳେ, ବିଶ୍ବରେ ଥିବା ସମସ୍ତ ସ୍ବାସ୍ଥ୍ୟ ବିଭାଗ ଏହାର ଉପଚାର ବାହାର କରିବା ପାଇଁ ପରୀକ୍ଷା ଆରମ୍ଭ କରିଛନ୍ତି । ସେପଟେ କୋରୋନା ଭାଇରସ ପ୍ରକୋପରେ ପ୍ରଭାବିତ ଚୀନକୁ ସହଯୋଗ କରିବା ନେଇ ପ୍ରତିଶୃତି ଦେଇଛି ଭାରତ । ସେହିପରି 100 ମିଲିୟନ ଡଲାରର ସହୟାତାର ହାତ ବଢାଇଛି ଆମେରିକା ।

Intro:Body:

SDF

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.