ETV Bharat / international

ଚିନ୍ତା ବଢାଉଛି କୋରୋନା, ମୃତ୍ୟୁ ସଂଖ୍ୟା ଛୁଇଁଲା 717

କରୋନା ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ 717 ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ 34 ହଜାରରୁ ଉର୍ଦ୍ଧ୍ବଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଚୀନ ସରକାରଙ୍କ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

author img

By

Published : Feb 8, 2020, 6:40 AM IST

ଚିନ୍ତା ବଢାଉଛି କୋରୋନା, ମୃତ୍ୟୁ ସଂଖ୍ୟା ଛୁଇଁଲା 717
ଚିନ୍ତା ବଢାଉଛି କୋରୋନା, ମୃତ୍ୟୁ ସଂଖ୍ୟା ଛୁଇଁଲା 717

ବେଜିଂ: ଚୀନରେ ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା ଭାଇରସ । ଉହାନ ସହରରୁ ଉତ୍ପତି ହୋଇଥିବା ଏହି ଭାଇରସ କବଳରେ ରହିଛି ସମଗ୍ର ଦେଶ । ଏହା ଦ୍ବାରା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉ ନାହିଁ । କରୋନା ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ 717 ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ 34 ହଜାରରୁ ଉର୍ଦ୍ଧ୍ବଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଚୀନ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ମହାମାରୀ କୋରୋନା ଭାଇରସର ଉତ୍ପତ୍ତି ସ୍ଥାନ ହୁଓ୍ବେଇରେ ନୂଆ 2447 ଆକ୍ରାନ୍ତ ମାମଲା ସ୍ପଷ୍ଟ କରିଛି ଚୀନ ସ୍ବାସ୍ଥ୍ୟ ଆୟୋଗ । ଚୀନ୍ ବୈଦେଶିକ ମନ୍ତ୍ରଣାଳୟଙ୍କ ରିପୋର୍ଟ ଅନୁଯାୟୀ, ମୋଟ 21ଟି ଦେଶ ଏହି ଭାଇରସକୁ ରୋକିବା ପାଇଁ ବେଜିଂକୁ ସହଯୋଗର ହାତ ବଢାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଭାଇରସକୁ ରୋକିବା ପାଇଁ ସ୍ବତନ୍ତ୍ର ଔଷଧ ବାହାରି ନଥିବା ବେଳେ, ବିଶ୍ବରେ ଥିବା ସମସ୍ତ ସ୍ବାସ୍ଥ୍ୟ ବିଭାଗ ଏହାର ଉପଚାର ବାହାର କରିବା ପାଇଁ ପରୀକ୍ଷା ଆରମ୍ଭ କରିଛନ୍ତି । ସେପଟେ କୋରୋନା ଭାଇରସ ପ୍ରକୋପରେ ପ୍ରଭାବିତ ଚୀନକୁ 100 ମିଲିୟନ ଡଲାରର ସହୟାତାର ହାତ ବଢାଇଛି ଆମେରିକା ।

Intro:Body:

sdg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.