ETV Bharat / international

ଉଇଗୁର ମୁସଲମାନଙ୍କୁ ବାଧ୍ୟତାମୂଳକ ପିପିଇ କିଟ୍‌ ଉତ୍ପାଦନରେ ବ୍ୟବହାର କରୁଛି ଚୀନ !

କୋରୋନା ଭାଇରସ ସଂକ୍ରମଣର ମାମଲା ଲଗାତାର ବୃଦ୍ଧି ପାଉଥିବା ବେଳେ ଉଇଗୁର ଶ୍ରମିକଙ୍କୁ ବାଧ୍ୟତାମୂଳକ ଭାବରେ ପିପିଇ କିଟ୍‌ ଉତ୍ପାଦନରେ ଲଗାଇଛି ଚୀନ ।

author img

By

Published : Jul 20, 2020, 4:12 PM IST

ଚୀନ
ଚୀନ

ବେଜିଂ: ଚୀନ କ୍ରମାଗତ ଭାବରେ ଉଇଗୁର ମୁସଲିମଙ୍କୁ ନିର୍ଯାତନା ଦେଇ ଆସୁଛି । କୋରୋନା ଭାଇରସ ସଂକ୍ରମଣର ମାମଲା ଲଗାତାର ବୃଦ୍ଧି ପାଉଥିବା ବେଳେ ଉଇଗୁର ଶ୍ରମିକଙ୍କୁ ବାଧ୍ୟତାମୂଳକ ଭାବରେ ପିପିଇ କିଟ୍‌ ଉତ୍ପାଦନରେ ଲଗାଇଛି ଚୀନ । ଚୀନର କମ୍ପାନୀଗୁଡିକ ସରକାରୀ ପ୍ରାୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ଉଇଗୁର ଶ୍ରମିକମାନଙ୍କୁ ଉଭୟ ଘରୋଇ ଉଦ୍ଦେଶ୍ୟ ତଥା ରପ୍ତାନି ପାଇଁ ପିପିଇ କିଟ୍‌ ଉତ୍ପାଦନ ପାଇଁ ବ୍ୟବହାର କରୁଛନ୍ତି । ଏନେଇ ନ୍ୟୁୟର୍କ ଟାଇମ୍ସର ରିପୋର୍ଟରେ ପ୍ରକାଶ ପାଇଛି ।

ରିପୋର୍ଟ ଅନୁଯାୟୀ, ସରକାରୀ ପ୍ରାୟୋଜିତ କାର୍ଯ୍ୟକ୍ରମ ଅଧୀନରେ ଉଇଗୁର ଏବଂ ଅନ୍ୟ ଅନୁସୂଚିତ ଜନଜାତିଙ୍କୁ କାରଖାନା ଏବଂ ଅନ୍ୟାନ୍ୟ ସେବାରେ ଯୋଗ ଦେବାକୁ ଜୋରଜବରଦସ୍ତି ପଠାଯାଉଛି । ଚୀନର ପ୍ରାୟ 71 ଟି କମ୍ପାନୀ ଏହି କାର୍ଯ୍ୟକ୍ରମର ଅଂଶ ଅଟନ୍ତି। ଏହି କାର୍ଯ୍ୟକ୍ରମ ଏକ ଦାରିଦ୍ର୍ୟ ହ୍ରାସ ପଦକ୍ଷେପ ବୋଲି କୁହାଯାଉ ଥିବାବେଳେ ଶ୍ରମିକମାନଙ୍କୁ ଏହି କାର୍ଯ୍ୟ ଶିଖିବାକୁ ବାଧ୍ୟ କରାଯାଉଛି ।

ଏହି କାରଖାନାଗୁଡ଼ିକରେ ନିର୍ମିତ ଉତ୍ପାଦଗୁଡ଼ିକ ଆମେରିକାକୁ ମଧ୍ୟ ରପ୍ତାନି କରାଯାଉଛି । ତେବେ ଏଥିରେ ଭାଗ ନେବାକୁ ଇଚ୍ଛୁକ ନଥିବା ବ୍ୟକ୍ତିଙ୍କ ପାଇଁ ଦଣ୍ଡବିଧାନ ମଧ୍ୟ ରହିଛି । ଏହାକୁ ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ବାଧ୍ୟତାମୂଳକ ଶ୍ରମ ବୋଲି ବିବେଚନା କରାଯାଇପାରେ ।

ସୂଚନାଯୋଗ୍ୟ ଯେ, ଇସଲାମରେ ବିଶ୍ବାସ କରୁଥିବା ଉଇଗୁରୁ ସମ୍ପ୍ରଦାୟର ଲୋକମାନେ ଚୀନର ସବୁଠୁ ବଡ ଏବଂ ପଶ୍ଚିମ ଅଞ୍ଚଳ ଜିନଜିଆଙ୍ଗ ପ୍ରଦେଶରେ ବାସ କରନ୍ତି । ଚୀନରେ ଉଇଗୁର ଜନସଂଖ୍ୟା ଏକ କୋଟିରୁ ଅଧିକ । ବହୁ ମାନବାଧିକାର ଗୋଷ୍ଠୀ କହିଛନ୍ତି ଯେ, ଚୀନ୍‌ର ଉତ୍ତର-ପଶ୍ଚିମରେ ଥିବା ଜିନଜିଆଙ୍ଗ ପ୍ରଦେଶର ଶିବିରରେ ଅତି କମରେ ୧ ମିଲିୟନ ଉଇଗୁର ଏବଂ ଅନ୍ୟ ତୁର୍କୀ ମୂଳ ମୁସଲମାନମାନେ ଶିବିରରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.