ETV Bharat / international

ହଂକଂ ଜାତୀୟ ସୁରକ୍ଷା ଆଇନରେ ଚୀନର ପୁନଃ ଯାଞ୍ଚ ଜାରି - ଜାତୀୟ ସୁରକ୍ଷା ଆଇନ

ହଂକଂରେ ଲାଗୁ ହେବାକୁ ଥିବା ନୂଆ ଜାତୀୟ ସୁରକ୍ଷା ଆଇନର ପୁନଃ ସମୀକ୍ଷା ଆରମ୍ଭ କରିଛି ଚୀନର ନ୍ୟାସନାଲ ପିପୁଲ୍ସ କଂଗ୍ରେସର ଷ୍ଟାଣ୍ଡିଂ କମିଟି ।

hong kong national security law, china-hong kong clash, national security law, revision of hong kong national security law, ହଂକଂ ଜାତୀୟ ସୁରକ୍ଷା ଆଇନ, ଚୀନ-ହଂକଂ ବିବାଦ, ଜାତୀୟ ସୁରକ୍ଷା ଆଇନ, ହଂକଂ ଜାତୀୟ ସୁରକ୍ଷା ଆଇନ ପୁନଃ ସମୀକ୍ଷା
ହଂକଂ ଜାତୀୟ ସୁରକ୍ଷା ଆଇନରେ ଚୀନର ପୁନଃ ଯାଞ୍ଚ ଜାରି
author img

By

Published : Jun 29, 2020, 11:50 PM IST

ବେଜିଂ: ହଂକଂରେ ଲାଗୁ ହେବାକୁ ଥିବା ନୂଆ ଜାତୀୟ ସୁରକ୍ଷା ଆଇନର ପୁନଃ ସମୀକ୍ଷା ଆରମ୍ଭ କରିଛି ଚୀନର ନ୍ୟାସନାଲ ପିପୁଲ୍ସ କଂଗ୍ରେସର ଷ୍ଟାଣ୍ଡିଂ କମିଟି । ସୋମବାର ଏହି ବିବାଦୀୟ ଆଇନର ସମୀକ୍ଷା ଆରମ୍ଭ ହୋଇଥିବା ବେଳେ ଚଳିତ ଅଧିବେଶନରେ ଏଥିରେ ଆବଶ୍ୟକୟ ହେଲେ କିଛି ପରିବର୍ତ୍ତନ ହେବାର ସମ୍ଭାବନୀ ରହିଛି ।

ଏନେଇ ଚାଇନିଜ ଡେପୁଟିଙ୍କ ସୂଚନା ମୁତାବକ ପ୍ରସ୍ତୁତ ହୋଇଥିବା ଜାତୀୟ ସୁରକ୍ଷା ଆଇନ ଯେତେ ଶୀଘ୍ର ପ୍ରଣୟନ ହେବ ସେତେ ଜଲଦି ସ୍ବତନ୍ତ୍ର ପ୍ରାନ୍ତର ମାନ୍ୟତା ପାଇଥିବା ହଂକଂରେ ଆଇନଗତ ସୁରକ୍ଷା ପ୍ରଦାନ କରାଯାଇପାରିବ । ଏଥିସହ ଜାତୀୟ ସୁରକ୍ଷାକୁ କଡାକଡି କରାଯାଇ ଅନେକ ଅପରାଧିକ ମାମଲାରେ ବିରାମ ଲଗାଯାଇପାରିବ । ତେବେ ବର୍ତ୍ତମାନ ଏହି ସଦ୍ୟ ପ୍ରସ୍ତୁତ ଆଇନର କେଉଁ ଧାରା ଉପରେ ସମୀକ୍ଷା ଚାଲିଛି ତାହା ସ୍ପଷ୍ଟ ହୋଇନାହିଁ ।

ଏହା ଜାତୀୟ ସୁରକ୍ଷା ଆଇନର ଦ୍ବିତୀୟ ପର୍ଯ୍ୟାୟ ସମୀକ୍ଷା ହୋଇଥିବା ବେଳେ ଗତ ମାସରେ ଷ୍ଟାଣ୍ଡିଂ କମିଟିର ବାର୍ଷିକ ସମ୍ମିଳନୀରେ ପ୍ରାଥମିକ ସ୍ତରରେ ଏଥିରେ ମୋହର ବାଜିଥିଲା । ଜୁନ 18ରୁ 20 ମଧ୍ୟରେ ଏହି ଆଇନର ପ୍ରଥମ ସମୀକ୍ଷା ହୋଇଥିଲା । ତେବେ ଏହି ଆଇନର ମୂଳ ଲକ୍ଷ୍ୟ ହେଉଛି ହଂକଂରେ ପୂର୍ବରୁ ଚାଲିଥିବା ଜୀବନ ଯାତ୍ରାରେ ପରିବର୍ତ୍ତନ ସହ ଜାତୀୟ ସୁରକ୍ଷାକୁ ଗୁରୁତ୍ବ ଦେବା । ବିଦେଶୀ ରାଷ୍ଟ୍ରଙ୍କ ସହ ଯୋଗାଯୋଗରେ ବାଧା ସୃଷ୍ଟି ଓ ଅପରାଧିକ ମାମଲାର ନୂଆ କରି ଦଣ୍ଡ ବିଧାନ ପ୍ରକ୍ରିୟା । ଖୁବଶୀଘ୍ର ଏନେଇ ଚୀନ ଘୋଷଣା କରିବ ବୋଲି ଜଣା ପଡିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.