ETV Bharat / international

ଆମେରିକାକୁ 80 ଟନ୍ ଚିକିତ୍ସା ସାମଗ୍ରୀ ପଠାଇଲା ଚୀନ - କୋରୋନା ସତର୍କତା

ମାର୍ଚ୍ଚ 29 ରେ, ସାଂଘାଇରୁ ନ୍ୟୁୟର୍କକୁ ପଠାଯାଇଥିବା ପ୍ରଥମ ବ୍ୟାଚର 80 ଟନ୍ ଚିକିତ୍ସା ସାମଗ୍ରୀ ପହଞ୍ଚିଛି । ବର୍ତ୍ତମାନ ଆମେରିକାରେ କୋରୋନା ସଂକ୍ରମଣ ରିପୋର୍ଟ ସବୁଠାରୁ ଅଧିକ ରହିଛି । ଏହାସହ ବର୍ତ୍ତମାନ ସୁଦ୍ଧ ଆମେରିକାରେ 4 ହଜାରରୁ ଉର୍ଦ୍ଧ୍ବ ଲୋକ କୋରୋନାରେ ପ୍ରାଣ ହରାଇସାରିଲେଣି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 1, 2020, 5:42 PM IST

ବେଜିଂ: କୋରୋନା ମହାମାରୀକୁ ନେଇ ଆନ୍ତର୍ଜାତୀୟ ସହଯୋଗ ବୃଦ୍ଧି ସ୍ବରୁପ ଚୀନ୍ ବିଶ୍ବର ବିଭିନ୍ନ ଦେଶକୁ ଚିକିତ୍ସା ସହାୟତା ଯୋଗାଉଛି । ମାର୍ଚ୍ଚ 29 ରେ, ସାଂଘାଇରୁ ନ୍ୟୁୟର୍କକୁ ପଠାଯାଇଥିବା ପ୍ରଥମ ବ୍ୟାଚର 80 ଟନ୍ ଚିକିତ୍ସା ସାମଗ୍ରୀ ପହଞ୍ଚିଛି । ବର୍ତ୍ତମାନ ଆମେରିକାରୋ କୋରୋନା ସଂକ୍ରମଣ ରିପୋର୍ଟ ସବୁଠାରୁ ଅଧିକ ରହିଛି । ଏହାସହ ବର୍ତ୍ତମାନ ସୁଦ୍ଧ ଆମେରିକାରେ 4ହଜାରରୁ ଉର୍ଦ୍ଧ୍ବ ଲୋକ କୋରୋନାରେ ପ୍ରାଣ ହରାଇସାରିଲେଣି ।

ଏହି 80 ଟନ ଚିକିତ୍ସା ସାମଗ୍ରୀ ମଧ୍ୟରେ 12 ମିଲିୟନ୍ ଗ୍ଲୋଭସ୍, 1.3 ମିଲିୟନ୍ N 95 ମାସ୍କ, 1.7 ମିଲିୟନ୍ ସର୍ଜିକାଲ୍ ମାସ୍କ ଏବଂ 50,000 ସେଟ୍ ପ୍ରତିରକ୍ଷା ପୋଷାକ ସହିତ JFK ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା ​​|ମାର୍ଚ୍ଚ 27 ରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ କଥା ହୋଇଥିଲେ ଯେ ବର୍ତ୍ତମାନ ପରିସ୍ଥିତିରେ ଚୀନ୍ ଏବଂ ଆମେରିକା ଏକଜୁଟ ହୋଇ ମହାମାରୀ ବିରୋଧରେ ଲଢିବା ଉଚିତ୍ ।

ଆମେରିକାର ପ୍ରତିନିଧି ଫୋନ୍ ମାଧ୍ୟମରେ ଚୀନ୍‌କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ମେଡିକାଲ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଆଦାନ ପ୍ରଦାନ ବୃଦ୍ଧି କରିବାକୁ ଆମେରିକା ପ୍ରସ୍ତୁତ ଅଛି । ଏଠାରେ ସୂଚନା ଯୋଗ୍ୟ ଯେ, କୋଭିଡ-19 ସଂକ୍ରମଣରେ ଆମେରିକା 189633 ମାମଲା ସହ ସର୍ବାଗ୍ରେ ରହିଛି । ଆମେରିକାରେ 4081 ମୃତ୍ୟୁ ରେକର୍ଡ ହୋଇଛି । 7136 ଜଣ କୋରୋନା କବଳରୁ ମୁକ୍ତ ହୋଇଛନ୍ତି ।

@IANS ଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.