ETV Bharat / international

ବିନା ଟ୍ରାଏଲରେ ଜୁଲାଇରୁ ନାଗରିକଙ୍କୁ କୋରୋନା ଟିକା ଦେଉଛି ଚୀନ ! - କୋଭିଡ-19

ଜୁଲାଇ 22ରୁ ନିଜ ନାଗରିକଙ୍କୁ କୋରୋନା ଟିକା ଦେଉଛି ଚୀନ । କୋଭିଡର ଗୁରୁତର ରୋଗୀଙ୍କ ଠାରେ ଏହି ଟିକା ପ୍ରୟୋଗ କରିଥିବା ନେଇ ଚୀନ ଦାବି କରିଛି ।

Breaking News
author img

By

Published : Aug 26, 2020, 1:51 PM IST

ବେଜିଂ: ଋଷିଆ ପୂର୍ବରୁ ପ୍ରଥମେ କୋରୋନା ଭ୍ୟାକ୍ସିନ ବ୍ୟବହାର କଲା ଚୀନ । ବିଶ୍ବବ୍ୟାପୀ କୋରୋନା ବ୍ୟାପିବା ପଛରେ ବଡ ଭୂମିକା ନିଭାଇଥିବା ଚୀନ ନିଜ ନାଗରିକଙ୍କୁ କୋଭିଡ ଟିକା ଦେଇଥିବା ଦାବି କରିଛି । ଏହି ଟିକା କେବଳ ଗୁରୁତର କୋଭିଡ ଆକ୍ରାନ୍ତଙ୍କ ଠାରେ ପ୍ରୟୋଗ କରାଯାଇଛି ।

ଶନିବାର ଚୀନର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଆୟୋଗ ଖୁଲାସା କରିଛି ଯେ, ଜୁଲାଇ 22ରୁ ଚୀନର ନାଗରିକମାନଙ୍କୁ ଟିକା ଦିଆଯାଇଛି । ଏଥିସହ ଆୟୋଗ ଦାବି କରିଛି ଯେ, ଟିକା ଦ୍ବାରା କୌଣସି ଖରାପ ପ୍ରତିକ୍ରିୟା ନାହିଁ । ତେବେ ,ଚୀନର କ୍ଲିନିକାଲ ପରୀକ୍ଷାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା 4 ଟିକା ମଧ୍ୟରୁ କେଉଁ ଟିକା ଦିଆଯାଇଛି ତାହା ସ୍ପଷ୍ଟ କରିନାହିଁ । ଟିକାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଇମିଗ୍ରେସନ ଅଧିକାରୀ ଓ ମେଡିକାଲ କର୍ମଚାରୀଙ୍କୁ ଦିଆଯାଇଥିଲା । ସେମାନଙ୍କୁ କୁହାଯାଇଥିଲା ଯେ, ବିଦେଶରୁ ଚୀନକୁ କୋରୋନା ଭାଇରସ ଆସୁଛି । ଏଥିପାଇଁ ବିଦେଶରୁ ଆସୁଥିବା ଲୋକଙ୍କୁ ପ୍ରଥମେ ଦିଆଯିବ ।

ରୁଷିଆ ଟିକା ତୁଳନାରେ ଚୀନ ତିନି ସପ୍ତାହ ପୂର୍ବରୁ ନିଜର ନାଗରିକମାନଙ୍କ ଟିକା ଦେଇଥିଲା । ଉଭୟର ଦେଶର ଟିକା କ୍ଲିନିକାଲ ପରୀକ୍ଷା ସମୟରେ ହିଁ ଉଭୟର ମାନକୁ ପ୍ରମାଣିତ କରାଯାଇପାରିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.