ETV Bharat / international

କୋରୋନା ଆତଙ୍କ: ଚୀନରେ ଆଜି ଜୀବନ ହାରିଲେ ଆଉ 47 ଆକ୍ରାନ୍ତ

author img

By

Published : Feb 29, 2020, 11:29 AM IST

ପ୍ରତିଦିନ ଚୀନରେ ରେକର୍ଡ ଭାଙ୍ଗୁଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା । 2835ରେ ମୃ୍ତ୍ୟୁ ସଂଖ୍ୟା ପହଞ୍ଚିଥିବାବେଳେ, 79 ହଜାରରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

କୋରୋନା କାୟା: ଶନିବାର ସୁଦ୍ଧା ଚାଇନାରେ ଆଉ 47 ମୃତ୍ୟୁ

ଚୀନ: କଲବଲ କରୁଛି କୋରୋନା । ଦିନକୁ ଦିନ ଭୟଙ୍କରୁ ଅତି ଭୟଙ୍କର ହେଉଛି ଏହି ଭାଇରସ । ଯାହାର ଜାଲରେ ଛନ୍ଦି ହୋଇପଡିଛି ଚୀନ ସମେତ 48 ଟି ଦେଶ । ପ୍ରତିଦିନ ମୃତ୍ୟୁ ସଂଖ୍ୟା ଶହେକୁ ଟପି ଯାଉଛି । ଏହି ପ୍ରାଣଘାତୀ ଭାଇରସ ଶନିବାର ସୁଦ୍ଧା 48ଜଣଙ୍କ ଜୀବନ ନେବା ପରେ 2835ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା । ଏହାସହ 427ଟି ନୂଆ ମାମଲା ମଧ୍ୟ ସାମ୍ନାକୁ ଆସିଛି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା 79 ହଜାର 251ରେ ପହଞ୍ଚିଛି । ବେନଜିନ ଓ ହେନାନରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ, ହୁବାଇରେ 45 ଜଣ ପ୍ରାଣ ହାରିଛନ୍ତି ।

ଗତ ସପ୍ତାହେ ପୂର୍ବରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଥିଲା, ଯେ ଚୀନ ଅପେକ୍ଷା ବର୍ତ୍ତମାନ ଅନ୍ୟ ଦେଶରେ କୋରୋନାର ମାତ୍ରାଧିକ ପ୍ରଭାବ ଦେଖିବାକୁ ମିଳୁଛି । ସେପଟେ, ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ସମସ୍ତ ସ୍କୁଲ, କଲେଜ ଓ ଦୋକାନ ବଜାର ଧୀରେ ଧୀରେ ଖୋଲିବାରେ ଲାଗିଛି ।

ସୂଚନାଯୋଗ୍ୟ, ଚୀନ ସମେତ ଦକ୍ଷିଣ କୋରିଆ, ଇଟାଲୀ , ଇରାନରେ ବି କୋରୋନା ଭୟଙ୍କର ସ୍ଥିତି ନେଇଛି । ତେବେ ପ୍ରଥମ ଥର ଆମେରିକାର ଓରେଗନ ଅଞ୍ଚଳରେ ଜଣେ କୋରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛିି । ବର୍ତ୍ତମାନ ସୁଦ୍ଧା ଆମେରିକାରେ 3ଜଣଙ୍କ ଠାରେ କୋରୋନା ଚିହ୍ନଟ ହୋଇଛି ।

ସୌଜନ୍ୟ@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.