ETV Bharat / international

ଚୀନ ଛାଡି ଇଟାଲୀ ଓ ଦକ୍ଷିଣ କୋରିଆରେ ମାତିଛି କୋରୋନା

author img

By

Published : Mar 9, 2020, 4:36 PM IST

ଚୀନରେ ଧୀରେ ଧୀରେ ହ୍ରାସ ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । କିନ୍ତୁ ଇଟାଲୀ ଓ ଦକ୍ଷିଣ କୋରିଆରେ ଉପୁଜିଛି ସାଙ୍ଘାତିକ ସ୍ଥିତି । ଅଧିକ ପଢନ୍ତୁ...

ଚୀନରେ ହ୍ରାସ ପାଉଛି କୋରାନା ପ୍ରଭାବ
ଚୀନରେ ହ୍ରାସ ପାଉଛି କୋରାନା ପ୍ରଭାବ

ବେଞ୍ଜିଂ: ଆଜି ପୁଣି ଚୀନରେ 22 ଜଣଙ୍କ ଜୀବନ ନେଲା କୋରୋନା । ଏହାସହ 40ଟି ନୂଆ ମାମଲା ସାମ୍ନାକୁ ଆସିଛି । ହୁବାଇରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି । ଏହି 22 ମୃତକଙ୍କ ମଧ୍ୟରୁ 21 ହୁବାଇର ବୋଲି ଜଣାପଡିଛି । ଏଯାବତ ଦେଶରେ ମୃତ୍ୟୁ ସଂଖ୍ୟା 3119 ଛୁଇଁଛି । ଏହି ରିପୋର୍ଟକୁ ଅନୁଧ୍ୟାନ କଲେ ଗତ ଜାନୁଆରୀ ଅପେକ୍ଷା ବର୍ତ୍ତମାନ ଧୀରେ ଧୀରେ ହ୍ରାସ ପାଉଛି ଆକ୍ରାନ୍ତ ତଥା ମୃତକଙ୍କ ସଂଖ୍ୟା ।

ମେନଲାଣ୍ଡ ଚାଇନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 80 ହଜାର 7 ଶହକୁ ଛୁଇଁଛି । ଗତ କିଛି ସପ୍ତାହ ଧରି ହୁବାଇରେ ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ସୋମବାର ଚିହ୍ନଟ ହୋଇଥିବା ସମସ୍ତ ରୋଗୀ ଉହାନର ।

ସେପଟେ, ଚୀନରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ, ଇଟାଲୀରେ ସାଙ୍ଘାତିକ ହେଉଛି ସ୍ଥିତି । ବର୍ତ୍ତମାନ ଇଟାଲୀରେ 133ଜଣଙ୍କ ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.