ETV Bharat / international

ଚୀନରେ ରିମୋଟ ସେନସିଂ ସାଟେଲାଇଟ ୟୋଗାନ-33 ଉତକ୍ଷେପଣ - China

ବୈଜ୍ଞାନିକ ପରୀକ୍ଷଣ ପାଇଁ ଚୀନ ଏକ ନୂତନ ରିମୋଟ ସେନସିଂ ସାଟେଲାଇଟ ୟୋଗାନ-33 ଉତକ୍ଷେପଣ କରିଛି । ଅଧିକ ପଢନ୍ତୁ...

ରିମୋଟ ସେନସିଂ ସାଟେଲାଇଟ ୟୋଗାନ-33
ରିମୋଟ ସେନସିଂ ସାଟେଲାଇଟ ୟୋଗାନ-33
author img

By

Published : Dec 28, 2020, 11:49 AM IST

ବେଜିଂ: ଚୀନ ତାର ବୈଜ୍ଞାନିକ ପରୀକ୍ଷଣ ପାଇଁ ଏକ ନୂତନ ରିମୋଟ ସେନସିଂ ସାଟେଲାଇଟ ୟୋଗାନର ପରୀକ୍ଷଣ କରିଛି । ରବିବାର ସମୟ 11ଟା 44ରେ ଜିଓକାନ୍ ସାଟେଲାଇଟ୍ ଲଞ୍ଚ ସେଣ୍ଟରରୁ ଉତକ୍ଷେପଣ ହୋଇଛି ।

ସାଟେଲାଇଟ ୟୋଗାନ୍ -33, ଏକ ଲଙ୍ଗ ମାର୍ଚ୍ଚ -4ସି ରକେଟରେ ଉତକ୍ଷେପଣ କରାଯାଇଥିଲା ଏବଂ ଯୋଜନାବଦ୍ଧ ଭାବରେ କକ୍ଷପଥରେ ସଫଳତାର ସହ ପ୍ରବେଶ କରିଛି । ଏହା ଲଙ୍ଗ ମାର୍ଚ୍ଚ କ୍ୟାରିଅରରେ ରକେଟ୍ ସିରିଜର 357ତମ ଫ୍ଲାଇଟ୍ ମିଶନ ଥିଲା । ଏହି ମିଶନ କକ୍ଷପଥରେ ଏକ ମାଇକ୍ରୋ ଏବଂ ନାନୋ ଟେକ୍ନୋଲୋଜି ପରୀକ୍ଷଣ ଉପଗ୍ରହ ପଠାଇବାରେ ସଫଳ ହୋଇଛି ।

ଏହି ଦୁଇଟି ଉପଗ୍ରହ ବୈଜ୍ଞାନିକ ପରୀକ୍ଷଣ, ଭୂମି ସମ୍ବଳର ସର୍ଭେ,ଫସଲ ଅମଳର ଆକଳନ ଓ ପ୍ରାକୃତିକ ବିପର୍ଯ୍ୟାୟ ନିରାକରଣ କ୍ଷେତ୍ରରେ ସହାୟକ ହେବ ବୋଲି ଚୀନ ପକ୍ଷରୁ ସୂଚନା ମିଳିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.