ETV Bharat / international

ମହାକାଶକୁ ହାଇ-ରିଜୋଲ୍ୟୁସନ୍ ମ୍ୟାପିଂ ଉପଗ୍ରହ ଉତକ୍ଷେପଣ କଲା ଚୀନ - ଚୀନହାଇ-ରିଜୋଲ୍ୟୁସନ୍ ମ୍ୟାପିଂ ଉପଗ୍ରହ

ଜିୟୁୟାନ୍ III 03 ଉପଗ୍ରହକୁ ଲଙ୍ଗ୍‌ ମାର୍ଚ୍ଚ -4 ବି ରକେଟ୍ ସାହାଯ୍ୟରେ ଉତକ୍ଷେପଣ କରାଯାଇଛି । ଶନିବାର 11:13 ସମୟରେ ଏହାକୁ ଉତକ୍ଷେପଣ କରାଯାଇଥିଲା।

 ହାଇ-ରିଜୋଲ୍ୟୁସନ୍ ମ୍ୟାପିଂ ଉପଗ୍ରହ
ହାଇ-ରିଜୋଲ୍ୟୁସନ୍ ମ୍ୟାପିଂ ଉପଗ୍ରହ
author img

By

Published : Jul 25, 2020, 10:35 PM IST

ବେଜିଂ: ଶନିବାର ଏକ ନୂତନ ହାଇ-ରିଜୋଲ୍ୟୁସନ୍ ମ୍ୟାପିଂ ଉପଗ୍ରହ ମହାକାଶକୁ ପଠାଇଲା ଚୀନ । ଏହି ଉପଗ୍ରହକୁ ଚୀନ ଶାକଂସିର ଉତ୍ତର ପ୍ରାନ୍ତରେ ଥିବା ତାଇୟୁଆନ୍ ସାଟେଲାଇଟ୍ ଲଞ୍ଚ ସେଣ୍ଟରରୁ ପ୍ରେରଣ କରିଛି ।

ଜିୟୁୟାନ୍ III 03 ଉପଗ୍ରହକୁ ଲଙ୍ଗ୍‌ ମାର୍ଚ୍ଚ -4 ବି ରକେଟ୍ ସାହାଯ୍ୟରେ ଉତକ୍ଷେପଣ କରାଯାଇଛି । ଶନିବାର 11:13 ସମୟରେ ଏହାକୁ ଉତକ୍ଷେପଣ କରାଯାଇଥିଲା। ଲଙ୍ଗ୍‌ ମାର୍ଚ୍ଚ ରକେଟ୍ ସିରିଜ୍‌ର ଏହା 341 ତମ ବିମାନ ମିଶନ୍ ଥିଲା ।

ଲଙ୍ଗ୍ ମାର୍ଚ୍ଚ ରକେଟ୍ ଚୀନର ସ୍ପେସ୍ ଏଜେନ୍ସି ଦ୍ୱାରା ପରିଚାଳିତ ବ୍ୟୟବହୁଳ ଲଞ୍ଚ ସିଷ୍ଟମ୍ ରକେଟ୍ । ଏହାବ୍ୟତୀତ ରକେଟରେ ଅନ୍ଧାର ପଦାର୍ଥ ଚିହ୍ନଟ ଏବଂ ବ୍ୟବସାୟିକ ତଥ୍ୟ ହାସଲ ପାଇଁ ବ୍ୟବହୃତ ଦୁଇଟି ଉପଗ୍ରହ ଥିଲା | ସେଗୁଡିକ ସାଂଘାଇ ଏଏସଇଏସ ସ୍ପେସ୍ ଫ୍ଲାଇଟ୍ ଟେକ୍ନୋଲୋଜି କମ୍ପାନୀ ଲିମିଟେଡ୍ ଦ୍ୱାରା ବିକଶିତ ହୋଇଥିଲା ।

ସମସ୍ତ ତିନୋଟି ଉପଗ୍ରହ ପୂର୍ବନିର୍ଦ୍ଧାରିତ କକ୍ଷପଥରେ ପ୍ରବେଶ କରିଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.