ବେଜିଂ: ଚୀନରେ କୋରୋନା ଭାଇରସରେ ମୃତ୍ୟୁ ସଂଖ୍ୟା 425ରେ ପହଞ୍ଚିଛି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 20ହଜାର 4ଶହକୁ ଅତିକ୍ରମ କରିଥିବା ଚୀନ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି ।
ସୂଚନା ଥାଉକି, ଚୀନର ଉହାନ ପ୍ରାନ୍ତରୁ ବ୍ୟାପୁଥିବା କୋରୋନା ଭାଇରସ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହା ସମଗ୍ର ବିଶ୍ବ ପାଇଁ ଉଦବେଗର ବିଷୟ ହୋଇଛି ।