ETV Bharat / international

ଆସିଲା ନୂଆ ପଲିସି, ଅଧିକ ସନ୍ତାନ ଜନ୍ମ କରିପାରିବେ ଚୀନ ଦମ୍ପତି - ଏନପିସି

ବିଶ୍ବର ଜନସଂଖ୍ୟା ବହୁଳ ଦେଶ ଭାବେ ସବୁଠୁ ଆଗୁରେ ଚୀନ । ତଥାପି ଅଧିକ ସନ୍ତାନ ଜନ୍ମ କରିବା ପାଇଁ ନୂଆ ଶିଶୁ ନୀତି ଆଣିଛି ଚୀନ ସରକାର । ଅଧିକ ପଢନ୍ତୁ...

ଅଧିକ ସନ୍ତାନ ଜନ୍ମ ପାଇଁ ନୂଆ ପଲିସି ଆଣିଲା ଚୀନ

author img

By

Published : Aug 20, 2021, 5:14 PM IST

ବେଜିଂ: ବିଶ୍ବରେ ସର୍ବାଧିକ ଜନସଂଖ୍ୟା ଦେଶ ହେଉଛି ଚୀନ । ତଥାପି ଦେଶରେ ଦମ୍ପତିଙ୍କୁ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ଉତ୍ସାହିତ କରୁଛି ଚୀନ ସରକାର । ଏଥିଲାଗି ଆଣିଛି ନୂଆ ଶିଶୁ ନୀତି । ଚୀନ ସରକାର ଜନସଂଖ୍ୟା ଏବଂ ପରିବାର ଯୋଜନା ଆଇନକୁ ସଂଶୋଧିତ କରି ଦମ୍ପତିଙ୍କୁ ୩ଟି ସନ୍ତାନ ଜନ୍ମ କରିବା ପାଇଁ ଅନୁମତି ଦେଇଛି । ଏହାକୁ ନେସନାଲ ପିପୁଲ କଂଗ୍ରେସ କମିଟି (NPC) ପାରିତ କରିଛି ।

ଖର୍ଚ୍ଚ ବଢିବା କାରଣରୁ ଚୀନର ଦମ୍ପତି ଅଧିକ ସନ୍ତାନ ଜନ୍ମ କରିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ । କିନ୍ତୁ ଏହି ସଂଶୋଧିତ ଆଇନ ଖର୍ଚ୍ଚ ସମସ୍ୟାର ସମାଧାନ ପାଇଁ ଅଧିକ ସାମାଜିକ ତଥା ଅର୍ଥନୈତିକ ସହାୟତା ପଦକ୍ଷେପ ଗ୍ରହଣ କରିଛି । ଏହି ନୂତନ ଆଇନରେ ଦର୍ଶାଯାଇଛି ଯେ ପରିବାରର ଅର୍ଥନୈତିକ, ଟିକସ, ବୀମା, ଶିକ୍ଷା, ଗୃହ ଏବଂ ନିଯୁକ୍ତି କ୍ଷେତ୍ରରେ ପରିବାର ସଦସ୍ୟଙ୍କ ଭାର ହ୍ରାସ କରିବ ଏହି ନୀତି । ସଂଶୋଧିତ ନୀତିରେ ପିଲାମାନଙ୍କ ଶିକ୍ଷା ଖର୍ଚ୍ଚ ମଧ୍ୟ ହ୍ରାସ କରିବାକୁ ପଦକ୍ଷେପ ଗ୍ରହଣ କରିବ।

ପୂର୍ବରୁ ଚୀନରେ ମାତ୍ର ୨ଟି ସନ୍ତାନ ଜନ୍ମ ପାଇଁ ଆଇନ ପ୍ରଣୟନ କରାଯାଇଥିଲା । ତେବେ ଏହି ଆଇନକୁ ଭାଙ୍ଗିବା ପାଇଁ ପ୍ରୟାସ କରିଛି NPC । କେନ୍ଦ୍ରର ନେତୃତ୍ବକୁ ପ୍ରଚଳିତ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛି ଏହି କମିଟି । ଚଳିତ ବର୍ଷ ଚୀନର କମ୍ୟୁନିଷ୍ଟ ପାର୍ଟି ୨ଟି ସନ୍ତାନର ନିୟମକୁ କୋହଳ କରିଥିଲା । ଚୀନ ଦମ୍ପତି ୩ଟି ସନ୍ତାନ ଜନ୍ମ କରିପାରିବେ ବୋଲି ଶିଶୁ ନୀତିରେ କୁହାଯାଇଥିଲା ।

ଗତ ୨୦୧୬ ମସିହାରେ ଚୀନର ଦମ୍ପତିଙ୍କୁ ୨ଟି ସନ୍ତାନ ପାଇଁ ଅନୁମତି ରହିଥିଲା । ପୂର୍ବରୁ ଏହା ମାତ୍ର ଗୋଟିଏ ସନ୍ତାନ ପାଇଁ ଅନୁମତି ଦେଉଥିଲା । ଏହି ଗୋଟିଏ ସନ୍ତାନ ନୀତି ଦ୍ବାରା ଚୀନରେ ୩ ଦଶନ୍ଧି ଧରି ୪୦୦ ମିଲିୟନ ବା ୪୦ କୋଟି ଶିଶି ଜନ୍ମକୁ ରୋକା ଯାଇପାରିଥିଲା । କିନ୍ତୁ ଏହି ୩ଟି ସନ୍ତାନ ଶିଶୁ ନୀତି ଦ୍ବାରା ଚୀନରେ ଜନସଂଖ୍ୟା ବଢିବାକୁ ଯାଉଛି । ଗତ ବର୍ଷ ସୁଦ୍ଧା ଚୀନର ଜନସଂଖ୍ୟା ବଢି ୧.୪୧୨ ବିଲିୟନ ବା ୧ କୋଟି ୮୯ ଲକ୍ଷରୁ ଊର୍ଦ୍ଧ୍ବରେ ପହଞ୍ଚିବ ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.