ETV Bharat / international

ଆଫଗାନିସ୍ତାନରେ କାର ବୋମା ବିସ୍ଫୋରଣ; 12 ମୃତ, 100 ଆହତ - Taliban

ଆଫଗାନିସ୍ତାନରେ ଏକ ଆତ୍ମଘାତୀ କାର ବୋମା ବିସ୍ଫୋରଣ ହୋଇଛି । ଘଟଣାରେ 13 ମୃତ ଓ 100ରୁ ଉର୍ଦ୍ଧ୍ବ ଆହତ ନେଇ ସୂଚନା । ଅଧିକ ପଢନ୍ତୁ...

ଆଫଗାନିସ୍ତାନରେ କାର ବୋମା ବିସ୍ଫୋରଣ; 12 ମୃତ, 100 ଆହତ

author img

By

Published : Oct 18, 2020, 5:32 PM IST

Updated : Oct 18, 2020, 6:29 PM IST

କାବୁଲ: ଆଫଗାନିସ୍ତାନରେ ଏକ ଆତ୍ମଘାତି କାର ବୋମା ବିସ୍ଫୋରଣ ହୋଇଛି । ବିସ୍ପୋରଣରେ 13 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି 120 ଜଣ ଆହତ ହୋଇଛନ୍ତି ।

ଘୋର ଅଞ୍ଚଳରେ ଥିବା ଏକ ଡାକ୍ତରଖାନାର ମୁଖ୍ୟ ମହମ୍ମଦ ଓମର ଲାଲଜାଦ କହିଛନ୍ତି ଯେ ଏହି ବିସ୍ଫୋରଣରେ ଜରୁରୀକାଳୀନ କର୍ମଚାରୀମାନେ ଗୁରୁତର ଆହତମାନଙ୍କୁ ଚିକିତ୍ସା କରୁଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା ଥିବା ସେ କହିଛନ୍ତି ।

ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ତାରିକ ଆବର କହିଛନ୍ତି ଯେ କାର ବୋମା ବିସ୍ଫୋରଣ ପ୍ରାଦେଶିକ ପୋଲିସ ମୁଖ୍ୟ କାର୍ଯ୍ୟାଳୟର ପ୍ରବେଶ ଦ୍ବାର ତଥା ସେହି ଅଞ୍ଚଳର ଅନ୍ୟାନ୍ୟ ସରକାରୀ ଅଟ୍ଟାଳିକା ନିକଟରେ ଘଟିଛି । ପ୍ରାଥମିକ ରିପୋର୍ଟ ଅନୁଯାୟୀ ଏହି ଘଟଣାରେ କେହି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି ।

ଘୋର ପ୍ରାନ୍ତର ରାଜ୍ୟପାଳଙ୍କ ମୁଖପାତ୍ର ଆରିଫ ଆବର କହିଛନ୍ତି, ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ରାଜ୍ୟର ରାଜଧାନୀ ଫିରୋଜ କୋହକୁ ମଧ୍ୟ ଥରାଇଦେଇଥିଲା । ଘଟଣାରେ ରାଜ୍ୟ ପୋଲିସ ମୁଖ୍ୟାଳୟ, ମହିଳା ବ୍ୟାପାର ବିଭାଗ ଏବଂ ଶରଣାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ରାଜ୍ୟ କାର୍ଯ୍ୟାଳୟ ସମେତ କିଛି ସରକାରୀ ଅଟ୍ଟାଳିକାକୁ କ୍ଷତି ପହଞ୍ଚାଇଥିବା ସେ କହିଛନ୍ତି ।

ଏହାପୂର୍ବରୁ ଆଫଗାନିସ୍ତାନର ଘୋର ପ୍ରାନ୍ତର ଫିରୋଜକୋ ସହରରେ ଶୁକ୍ରବାର ବଡଧରଣର ବୋମା ବିସ୍ଫୋରଣ ହୋଇଥିଲା । ଘଟଣାରେ ପାଖାପାଖି 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଥିଲେ ।

ଟୋଲୋ ନ୍ୟୁଜ ଅନୁଯାୟୀ ଆଫଗାନିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ତାରିକ ବୋମା ବିସ୍ଫୋରଣ ଘଟଣାର ସୂଚନା ଦେଇଥିଲେ । ଆଫଗାନିସ୍ତାନରେ ସର୍ବଦା ବୋମା ବିସ୍ଫୋରଣର ଖବର ସାମ୍ନାକୁ ଆସୁଛି । ବୁଧବାର ମଧ୍ୟ ଆଫଗାନିସ୍ତାନରେ 2ଟି ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ 8 ଜଣ ପ୍ରାଣ ହରାଇଥିଲେ । ସୂଚନା ଅନୁଯାୟୀ ଏହି ଘଟଣା ହେରାନ୍ତ ପ୍ରାନ୍ତର କୁସି ହୁହନା ଜିଲ୍ଲାରେ ଘଟିଥିଲା । ଘଟଣାରେ 5 ଶିଶୁଙ୍କ ମୃତ୍ୟୁ ହେବା ସହ 10 ଜଣ ଆହତ ହୋଇଥିଲେ ।

Last Updated : Oct 18, 2020, 6:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.