ETV Bharat / international

କୋଭିଡ ସମ୍ପର୍କିତ ଗୁଜବ ପ୍ରଚାର କରି ବ୍ରିଟିଶ-ପାକିସ୍ତାନୀ ଡାକ୍ତରଙ୍କ ଲାଇସେନ୍ସ ରଦ୍ଦ - misinformation about Covid-19

ବ୍ରିଟିଶ-ପାକିସ୍ତାନୀ ଡାକ୍ତରଙ୍କ ଲାଇସେନ୍ସକୁ ସ୍ଥଗିତ ରଖିଲା ବ୍ରିଟେନ ମେଡିକାଲ କାଉନସିଲ(GMC) । କୋଭିଡ ସମ୍ପର୍କିତ ଦେଇଥିଲେ ମିଥ୍ୟା ସୂଚନା । ଅଧିକ ପଢନ୍ତୁ...

ବ୍ରିଟିଶ-ପାକିସ୍ତାନୀ ଡାକ୍ତରଙ୍କ ଲାଇସେନ୍ସ ସ୍ଥଗିତ

author img

By

Published : Jun 29, 2020, 11:16 AM IST

ଲଣ୍ଡନ: ବ୍ରିଟିଶ-ପାକିସ୍ତାନୀ ଡାକ୍ତରଙ୍କ ଲାଇସେନ୍ସ ସ୍ଥଗିତ କଲା ବ୍ରିଟେନ ମେଡିକାଲ କାଉନସିଲ(GMC) । ବିଶ୍ବକୁ ନିୟନ୍ତ୍ରଣ କରିବା ପାଇଁ କୋଭିଡ-19 ଏକ ଷଡଯନ୍ତ୍ର ବୋଲି ସେ ଦାବି କରିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ବ୍ରିଟେନରେ ଡାକ୍ତରୀ ଚିକିତ୍ସକଙ୍କ ସରକାରୀ ତାଲିକା ବଜାୟ ରଖିଥିବା ଜିଏମସି ଡ. ଇକବାଲ ଆଦିଲଙ୍କ ରେଫରେନ୍ସ ନମ୍ବରକୁ ନିଜ ୱେବସାଇଟରୁ ହଟାଇ ଦେଇଛି ବୋଲି ଜିଓ ନ୍ୟୁଜ୍ ରିପୋର୍ଟ କରିଛି।

ଏହି ବ୍ୟକ୍ତିଙ୍କୁ ମେଡିକାଲ ରେଜିଷ୍ଟରରୁ ନିଲମ୍ବିତ କରାଯାଇଛି ଏବଂ ସେ ବ୍ରିଟେନରେ ଡାକ୍ତର ଭାବରେ ଚିକିତ୍ସା କରିପାରିବେ ନାହିଁ ବୋଲି ୱେବସାଇଟରେ କୁହାଯାଇଛି । ଏବା ସହ ସେ ଜେନେରାଲ ପ୍ରାକ୍ଟିସିନର (ଜିପି) ରେଜିଷ୍ଟରରେ କିମ୍ବା ବିଶେଷଜ୍ଞଙ୍କ ନାମରେ ମଧ୍ୟରେ ନାହାଁନ୍ତି।

ୱେବସାଇଟରେ ଆହୁରି ମଧ୍ୟ କୁହାଯାଇଛି, ଏହି ଡାକ୍ତର ପୁନଃ ବୈଧତାରେ ନାହାଁନ୍ତି, କେବଳ ଅଭ୍ୟାସ କରିବାକୁ ଲାଇସେନ୍ସ ସହିତ ସମ୍ପୂର୍ଣ୍ଣ ପଞ୍ଜୀକରଣ କରିଥିବା ଡାକ୍ତରମାନେ ପୁନଃ ବୈଧତା ଗ୍ରହଣ କରିପାରିବେ ।

ଡ .ଆଦିଲ ବ୍ରିଟେନରେ କଲୋରେକ୍ଟାଲ, ଜରୁରୀକାଳୀନ ସର୍ଜରୀ ଏବଂ ଲାପାରୋସ୍କୋପିରେ ବିଶେଷଜ୍ଞ ଭାବରେ କାର୍ଯ୍ୟ କରୁଥିଲେ ।1986 ମସିହାରେ ସେ ପାକିସ୍ତାନର ମୁଲତାନ ସହରର ବାହାଉଦ୍ଦିନ ଜାକରିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ।

ଡାକ୍ତର ଜଣକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏବଂ ଅନଲାଇନ ସାକ୍ଷାତକାରରେ କହିଥିଲେ, ’କୋରୋନା ଭାଇରସ ଷଡଯନ୍ତ୍ର ଓ ପ୍ରତାରଣା’ । ସେପଟେ, ବର୍ତ୍ତମାନ ସୁଦ୍ଧା ବିଶ୍ବରେ କୋଟିଏ ଲୋକେ ସଂକ୍ରମିତ ହୋଇଥିବାବେଳେ 5 ଲକ୍ଷ ଲୋକେ ମୃତ୍ୟୁବରଣ କରିସାରିଲେଣି ।

ଜିଓ ନ୍ୟୁଜ୍ ଅନୁଯାୟୀ, ଡ ଆଦିଲ କହିଛନ୍ତି ଯେ ସେ ବ୍ରିଟେନରେ ଜାତୀୟ ସ୍ୱାସ୍ଥ୍ୟ ସେବା (NHS) ରେ ପ୍ରାୟ 30 ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ । ତାଙ୍କୁ ରାଜନୈତିକର ଶିକାର କରାଯାଇ ବରଖାସ୍ତ କରାଯାଇଛି ।

ବିଭିନ୍ନ ସୋସିଆଲ ମିଡିଆ ଏବଂ ୟୁଟ୍ୟୁବ ଭିଡିଓରେ ଡାକ୍ତର ଜଣକ ଦାବି କରିଥିଲେ, କୋଭିଡ -19 ପାଇଁ ଏକ ଟିକା ଉପଶମ ନୁହେଁ । ଏହା ସହ ସାମାଜିକ ଦୂରତା ମଧ୍ୟ ଭୂତାଣୁ ସହ ମୁକାବିଲା କରିପାରିବ ନାହିଁ । ତାଙ୍କର ଏହି ବିବାଦୀୟ ଭିଡିଓଗୁଡିକୁ ୟୁଟ୍ୟୁବରୁ ହଟାଇ ଦିଆଯାଇଛି ।

ଲାଇସେନ୍ସ ସ୍ଥଗିତ ରହିବା ପରେ ଡାକ୍ତର Change.org ରେ ଏକ ପିଟିସନ ସ୍ଥାପନ କରିଥିଲେ, ଯାହା ଏପର୍ଯ୍ୟନ୍ତ 300 ରୁ ଅଧିକ ଦସ୍ତଖତ ପାଇଛି। ଏଥିରେ କୁହାଯାଇଛି ଯେ, ସେ "ଅଲ ପାକିସ୍ଥାନ ମେଡିକାଲ ଆସୋସିଏସନ ଏବଂ ଗ୍ଲୋବାଲ ନିଷ୍ଟାରିୟାନ ଅର୍ଗାନାଇଜେସନ (ଜିଏନଏ) ର ଚେୟାରମ୍ୟାନ୍ ଅଟନ୍ତି।

ପିଟିସିନ ଆହୁରି କହୁଯାଇଛି ଯେ, 12 ମାସର ନିଲମ୍ବନକୁ ଜିଏମସି ପ୍ରତ୍ୟାହାର କରିନେଉ । ତାଙ୍କୁ ପୁଣି ଥରେ ଏହି ଦେଶରେ ସ୍ୱାସ୍ଥ୍ୟ ବ୍ୟବସ୍ଥା, ସମ୍ପ୍ରଦାୟ ଏବଂ ମେଡିକାଲ ସ୍ନାତକମାନେ କାର୍ଯ୍ୟ କରିବାକୁ ଯଥେଷ୍ଟ ସୁଯୋଗ ଦିଆଯାଉ ବୋଲି ନିବେଦନ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.