ETV Bharat / international

ରଷକୁ ପଛରେ ପକାଇ କୋରୋନା ସଂକ୍ରମଣରେ ବ୍ରାଜିଲ ଆଗ, ପ୍ରଥମ ସ୍ଥାନରେ ଆମେରିକା - କୋରୋନା ମହାମାରୀ

ରଷକୁ ପଛରେ ପକାଇ କୋରୋନା ସଂକ୍ରମିତ ମାମଲାରେ ଦ୍ବିତୀୟ ସ୍ଥାନରେ ପହଁଞ୍ଚିଲା ବ୍ରାଜିଲ। ସମଗ୍ର ବିଶ୍ବରେ ଆମେରିକା ସର୍ବାଧିକ କୋରୋନା ଆକ୍ରାନ୍ତ ଥିବା ବେଳେ ଏହାର ପଛକୁ ରହିଛି ବ୍ରାଜିଲ।

ରଷକୁ ପଛରେ ପକାଇ କୋରୋନା ସଂକ୍ରମଣରେ ବ୍ରାଜିଲ ଆଗ, ପ୍ରଥମ ସ୍ଥାନରେ ଆମେରିକା

author img

By

Published : May 23, 2020, 10:31 AM IST

ନୂଆଦିଲ୍ଲୀ: ରଷକୁ ପଛରେ ପକାଇ କୋରୋନା ସଂକ୍ରମିତ ମାମଲାରେ ଦ୍ବିତୀୟ ସ୍ଥାନରେ ପହଁଞ୍ଚିଲା ବ୍ରାଜିଲ। ସମଗ୍ର ବିଶ୍ବରେ ଆମେରିକା ସର୍ବାଧିକ କୋରୋନା ଆକ୍ରାନ୍ତ ଥିବା ବେଳେ ଏହାର ପଛକୁ ରହିଛି ବ୍ରାଜିଲ। ବର୍ତ୍ତମାନ ସମୟରେ କୋଭିଡ୍ 19 କେନ୍ଦ୍ରସ୍ଥଳ ପାଲଟିଛି ଆମେରିକା। ଏଠି ପ୍ରତ୍ୟେକ ଦିନ ଶହ ଶହ ଲୋକ ମୃତ୍ୟୁବରଣ କରୁଥିବା ବେଳେ ହଜାର ହଜାର ଆକ୍ରାନ୍ତ ବାହାରୁଛନ୍ତି।

ରଷକୁ ପଛରେ ପକାଇ କୋରୋନା ସଂକ୍ରମଣରେ ବ୍ରାଜିଲ ଆଗ, ପ୍ରଥମ ସ୍ଥାନରେ ଆମେରିକା
ରଷକୁ ପଛରେ ପକାଇ କୋରୋନା ସଂକ୍ରମଣରେ ବ୍ରାଜିଲ ଆଗ, ପ୍ରଥମ ସ୍ଥାନରେ ଆମେରିକା

ସୂଚନା ଥାଉକି, ବ୍ରାଜିଲରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ କୋରୋନାରେ ପ୍ରାଣ ହରାଉଛନ୍ତି। ଯାହାକୁ ମିଶାଇ ଦେଶରେ ମୃତ୍ୟୁସଂଖ୍ୟା 21,048ରେ ପହଁଞ୍ଚିଥିବା ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦକ୍ଷିଣ ଆମେରିକାକୁ ମହାମାରୀର ଏକ ନୂତନ କେନ୍ଦ୍ର ବୋଲି ଘୋଷଣା କରିଛନ୍ତି । WHO ଜରୁରୀକାଳୀନ ନିର୍ଦ୍ଦେଶକ ମାଇକ ରିୟାନ୍ କହିଛନ୍ତି ଯେ ଖାଲି ସେତିକି ନୁହେଁ ସେହି ଦେଶ ମଧ୍ୟରେ ଅନେକ ସମସ୍ୟା ରହିଛି, କିନ୍ତୁ ବ୍ରାଜିଲ୍ ସର୍ବାଧିକ କୋରୋନା ମାମଲା ସହ ବିଶେଷ ପ୍ରଭାବିତ ହୋଇଛି।

ଆମେରିକା, ବ୍ରିଟେନ, ଇଟାଲୀ, ସ୍ପେନ୍ ଏବଂ ଫ୍ରାନ୍ସ ପଛରେ ବ୍ରାଜିଲର ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ବିଶ୍ୱରେ ଷଷ୍ଠ ସର୍ବାଧିକ। କିନ୍ତୁ ଜୁନ୍ ପର୍ଯ୍ୟନ୍ତ ବ୍ରାଜିଲରେ ଏହି ସଙ୍କଟ ବୃଦ୍ଧି ପାଇବ ବୋଲି ଆଶା କରାଯାଉନାହିଁ। 210 ନିୟୁତ ଲୋକଙ୍କ ଦେଶରେ ଏହି ମହାମାରୀକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ସାଓ ପାଉଲୋରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ସହର ଯେଉଁଠି କୋରୋନା ମୃତକଙ୍କୁ କବର ଦେବାକୁ ସ୍ଥାନ ମିଳିନଥିବା ଏରିଏଲ୍ ଭିଡିଓରେ ଦେଖିବାକୁ ମିଳିଛି। ଦେଶରେ ହୁ ହୁ ହୋଇ କୋରୋନା ମାମଲା ବୃଦ୍ଧି ପାଉଥିବାରୁ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କୁ ଚାରିଆଡୁ ତୀବ୍ର ସମାଲୋଚନାର ଶୀକାର ହୋଇଥିବା ବେଳେ ଦେଶର ସୃଷ୍ଟ ରାଜନୈତିକ ସଙ୍କଟ ପାଇଁ ତାଙ୍କୁ ହିଁ ଦାୟୀ କରାଯାଉଛି।

ଏହି ରୋଗ ଆରମ୍ଭ ହେବା ଦିନଠୁ ବ୍ରାଜିଲ ରାଷ୍ଟ୍ରପତି ଦୁଇ ଜଣ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହରାଇସାରିଲେଣି। କ୍ଲୋରୋକ୍ଇନ୍ ଏବଂ ହାଇଡ୍ରୋକ୍ସିକ୍ଲୋରୋକାଇନ୍ ପରି ମ୍ୟାଲେରିଆ ବିରୋଧୀ ଔଷଧର ବ୍ୟବହାର ପରେ ବି କୌଣସି ସୁଫଳ ନମିଳିବାରୁ ଅନେକ ଉଚ୍ଚ-ପ୍ରୋଫାଇଲ୍ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ପଦ ଛାଡି ଚାଲିଯାଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.