ETV Bharat / international

ବ୍ରିଟେନ ନିର୍ବାଚନରେ ବିଜୟୀ ଜନସନ, ବ୍ରେକଜିଟ ପାଇଁ ରାସ୍ତା ସଫା - ବ୍ରେକଜିଟ ପାଇଁ ରାସ୍ତା ସଫା

ବ୍ରେକଜିଟ ପାଇଁ ରାସ୍ତା ସଫା । ବ୍ରିଟେନ ନିର୍ବାଚନରେ ଜନସନ ବିଜୟୀ ହେବାପରେ ବ୍ରେକଜିଟ ଡିଲ ନେଇ ପଥ ପରିଷ୍କାର ହୋଇଯାଇଛି । ଆଗକୁ ପଢନ୍ତୁ...

British on election
ବ୍ରେକଜିଟ ପାଇଁ ରାସ୍ତା ସଫା
author img

By

Published : Dec 19, 2019, 5:05 PM IST

ହାଇଦ୍ରାବାଦ: ବ୍ରେକଜିଟ ଡିଲ ଶୀଘ୍ର କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର ହୋଇଯାଇଛି। ଏହି ନିଷ୍ପତ୍ତି ପକ୍କା ଏବଂ ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ । ଚର୍ଚ୍ଚିତ ଚେହେରା ବୋରିସ ଜନସନ ଗେଟ ବ୍ରିଟେନ ଡନ ନାରାରେ ବିଜୟ ହାସଲ କରିଛନ୍ତି । ଗତ ଜୁଲାଇରେ ଥେରେସାଙ୍କ ପରେ ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାର ସମ୍ଭାଳିଛନ୍ତି । 1987ରେ ନିଯୁକ୍ତି ପାଇଥିବା ମାର୍ଗାରିଟ ଥେଚରଙ୍କ ଠାରୁ ସବୁଠୁ ବଡ ବିଜୟ ବୋରିସଙ୍କର ହୋଇଛି ।

2016 ମସିହାରେ ଜନମତ ଗ୍ରହଣ ପରେ ମତଦାତା ବ୍ରେକ୍ସିଟ ୟୁରୋପିଆନ ସଙ୍ଘରୁ ବ୍ରିଟେନକୁ ବାଦ ଦେବା ଲାଗି ପ୍ରଧାନମନ୍ତ୍ରୀ ବୋରିସ ଚେଷ୍ଟା ଚଲାଇଥିଲେ । ଦେଶରେ ନୂତନ 14ଟି ମଲଟି ସ୍ପେଶାଲିଟି ହସ୍ପିଟାଲ, 20 ହଜାର ପୋଲିସ କର୍ମଚାରୀ, 50 ହଜାର ନର୍ସଙ୍କ ନିଯୁକ୍ତି ଆଦି ନେଇ ସେ ଜନତାଙ୍କ ନିକଟରେ ଅନେକ ପ୍ରତିଶୃତି ଦେଇଥିଲେ । ସେହି ସମୟରେ ଗେଟ ବ୍ରେକ୍ସିଟ ଡନରେ ମତଦାତା ନାରା ଦେଉଥିଲେ ।

କନଜରଭେଟିଭ ପାର୍ଟିକୁ ବର୍ତ୍ତମାନ ପାର୍ଲାମେଣ୍ଟର 650 ଆସନରୁ 78 ବହୁମତ ମିଳିଛି । ଏଥିନେଇ ଲେବର ପାର୍ଟିକୁ କ୍ଷତି ସହିବାକୁ ପଡିଥିଲା । ଜେରେମି କର୍ବନ ପ୍ରାୟ ଗୋଟିଏ ଶତକ ପାଇଁ ଲେବର ପାର୍ଟିର ଏତେ ଲୋକପ୍ରିୟ ନେତା ନଥିଲେ ।

ବିପୁଳ ସଂଖ୍ୟାଗରିଷ୍ଠତା ସହ ପ୍ରଧାନମନ୍ତ୍ରୀ ଜନସନ କ୍ଷମତାକୁ ଫେରିଥିବାରୁ ବିଭିନ୍ନ ମହଲରୁ ଅଭିନନ୍ଦନ ଆସିଥିଲା । ଏହି ବିଜୟ ଫଳରେ ବ୍ରେକଜିଟକୁ ସଫଳ କରିବା ଲାଗି ଭୋଟ ଦେବାକୁ ଜନସନ ଜୋରଦାର ପ୍ରଚାର ଚଳାଇଥିଲେ। ଏହି ନିର୍ବାଚନରେ ଉଭୟ କନଜରଭେଟିଭ ଓ ଲେବର ପାର୍ଟିରୁ ୧୫ ଜଣ ଭାରତୀୟ ବଂଶୋଦ୍ଭବ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଜାତୀୟ ଏକତ୍ରୀକରଣ ନିମନ୍ତେ ସ୍କଟଲ୍ୟାଣ୍ଡର ସ୍ବାଧିନତା ପାଇଁ ‘ୱାନ ବ୍ରିଟେନ’ ନିର୍ମାଣ ନେଇ କହିଛନ୍ତି ନବନିଯୁକ୍ତ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଜାନୁୟାରୀ 31ରେ ୟୁରୋପୀୟ ସଂଘ ବ୍ରିଟେନ ଛାଡିବା ପରେ, ବ୍ରିଟେନ ପାଇଁ ଆଗକୁ ଯିବା ପଥ କଠିନ ହେବ । ଭବିଷ୍ୟତରେ ୟୁରୋପୀୟ ସଂଘ ବ୍ରିଟେନକୁ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ସାହାଯ୍ୟ କରିବ କି ନାହିଁ ତାହା ଦେଖିବା ବାକି ରହିଲା ।

ବର୍ତ୍ତମାନ ବ୍ରିଟେନର ଅର୍ଥନୈତିକ ସ୍ଥିତି ସୁଦୃଢ କରିବା ପାଇଁ ବ୍ୟାପର ପାଇଁ ଏକ ଶକ୍ତିଶାଳୀ ଭାଗିଦାରୀ ଆବଶ୍ୟକ ହେବ । ପୂର୍ବ ଥର ଏହାର ବିକାଶ ଦର ଶୂନ୍ୟ ଥିଲା । ଜନସନ ନିଜ ଅନ୍ଦାଜରେ ବ୍ରିଟେନକୁ ଚଳାଇବାର ଆଶା ରଖିପାରୁ ନାହାଁନ୍ତି । ୟୁରୋପୀୟ ସଂଘ, ଭାରତ ଏବଂ ଆମେରିକା ସହ ବାଣିଜ୍ୟ ସହ କଠିନ ପରିଶ୍ରମ ହିଁ ବୋରିସଙ୍କୁ ଆର୍ଥିକ ବିକାଶରେ ସହାୟକ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.