କ୍ବେଟା: ପାକିସ୍ତାନ ଅଧିକୃତ ବାଲୁଚିସ୍ତାନର ରାଜଧାନୀ କ୍ବେଟାରେ ବଡ ଧରଣର ବୋମା ବିସ୍ଫୋରଣ ହୋଇଛି । ଘଟଣାରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 7 ଜଣ ଆହତ ହୋଇଥିବା ସବୂଚନା ମିଳିଛି ।
ଏହି ବିସ୍ଫୋରଣ କ୍ବେଟାର ହଜରତଗଞ୍ଜ ଅଞ୍ଚଳରେ ଥିବା ଏକ ବଜାରରେ ହୋଇଛି । ତେବେ ବିସ୍ଫୋରଣ ସମୟରେ ସହରର ଅୟୁବ ମୈଦାନରେ ପାକିସ୍ତାନ ଡେମୋକ୍ରାଟିକ ଆଲାଏନ୍ସର ଏକ ସରକାର ବିରୋଧୀ ରାଲି ଚାଲିଥିଲା ।
ପିଡିଏମ ପାକିସ୍ତାନର ମୁଖ୍ୟ ବିରୋଧୀ ମେଣ୍ଟଦଳ । ରବିବାର ପିଡିଏମ ପକ୍ଷରୁ ପାକିସ୍ତାନର ଇମ୍ରାନ ସରକାରଙ୍କ ବିରୋଧରେ ରାଲିର ଆୟୋଜନ କରାଯାଇଥିଲା । ଏହି ବିସ୍ଫୋରଣ ସଭାସ୍ଥଳୀଠାରୁ 30ରୁ 50 କିଲୋମିଟର ଦୂରତାରେ ହୋଇଥିବା କୁହାଯାଉଛି ।