ETV Bharat / international

Bhutan Highest Civilian Award: ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନ

author img

By

Published : Dec 17, 2021, 11:57 AM IST

Updated : Dec 17, 2021, 12:07 PM IST

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନ । ଟ୍ବିଟ୍ ଯୋଗେ ସୂଚନା ଦେଲେ ଭୁଟାନ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କଲେ ଭୁଟାନ ସରକାର

ନୂଆଦିଲ୍ଲୀ: ବିଦେଶରେ ପୁଣି ଭାରତର ଦବଦବା । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନ(Bhutan confers highest civilian award on PM Modi) । ଭୁଟାନ ସରକାର ପିଏମ ନରେନ୍ଦ୍ର ମୋଦିଙ୍କୁ ନିଜର ସର୍ବୋଚ୍ଚ ବେସାମରିକ ସମ୍ମାନ 'ନାଗଦାଗ ପେଲ ଗି ଖୋର୍ଲୋ'(Ngadag Pel gi Khorlo)ରେ ସମ୍ମାନିତ କରିଛନ୍ତି । ଏନେଇ ଭୁଟାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

ବନ୍ଧୁତା ଏବଂ ସହଭାଗିତା ପାଇଁ ଭୁଟାନ ସରକାର ମୋଦିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ବିଗତ ବର୍ଷରେ ଭାରତ ଭୁଟାନ ପ୍ରତି ସହଯୋଗ ଏବଂ ନିଃସର୍ତ୍ତ ବନ୍ଧୁତ୍ବପୂର୍ଣ୍ଣ ଭାବ ପ୍ରଦର୍ଶନ କରିଆସିଛି । ବିଶେଷକରି ମହାମାରୀ ସମୟରେ ଭାରତ ସରକାର ବିଶେଷ ସହାୟତା କରିଛନ୍ତି । ଏହି ସର୍ବୋଚ୍ଚ ସମ୍ମାନ ପାଇଁ ଭୁଟାନ ପିଏମ୍ ନିଜ ଦେଶବାସୀଙ୍କ ପକ୍ଷରୁ ମୋଦିଙ୍କୁ ଶୁଭେଚ୍ଛା ଜଣାଇ ସେ ତାଙ୍କୁ ସବୁବେଳେ ଜଣେ ଆଧ୍ୟାତ୍ମିକ ପୁରୁଷ ଭାବେ ଦେଖୁଥିବା କହିଛନ୍ତି ଏବଂ ଭୁଟାନ ଆସିବାକୁ ନିମନ୍ତ୍ରଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 17, 2021, 12:07 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.