ETV Bharat / international

କୋରୋନା ସଂକ୍ରମଣ ରୋକିବାକୁ ବେଜିଂରେ ନୂଆ ଗାଇଡଲାଇନ

author img

By

Published : Jun 28, 2020, 1:00 PM IST

କିଛି ଦିନର ବିରତି ପରେ ପୁଣି ଚୀନର ଆରମ୍ଭ ହୋଇଛି କୋରୋନା ସଂକ୍ରମଣ । ଏନେଇ ବେଜିଂ ନାଗରିକଙ୍କୁ କୋରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଶନିବାର ଜାରି ହୋଇଛି ନୂଆ ଗାଇଡଲାଇନ ।

new guideline issued in beijing for corona fight, corona fight in beijing, corona update in beijing, ବେଜିଂରେ କୋରୋନା ମୁକାବିଲା ପାଇଁ ନୂଆ ଗାଇଡଲାଇନ, ବେଜିଂରେ କୋରୋନା ମୁକାବିଲା, ବେଜିଂରେ କୋରୋନା ଅପଡେଟ
କୋରୋନା ସଂକ୍ରମଣ ରୋକିବାକୁ ବେଜିଂରେ ନୂଆ ଗାଇଡଲାଇନ

ବେଜିଂ: କିଛି ଦିନର ବିରତି ପରେ ପୁଣି ଚୀନର ଆରମ୍ଭ ହୋଇଛି କୋରୋନା ସଂକ୍ରମଣ । ଏନେଇ ବେଜିଂ ନାଗରିକଙ୍କୁ କୋରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଶନିବାର ଜାରି ହୋଇଛି ନୂଆ ଗାଇଡଲାଇନ । ଏହି ନୂଆ ଗାଇଡଲାଇନ ଅନୁଯାୟୀ ସହରବାସୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବା ସହ ନିୟମିତ ସମୟ ବ୍ୟବଧାନରେ ହାତ ଧୋଇବା ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି ।

ବେଜିଂର ହୋଲସେଲ ଫୁଡ ମାର୍କେଟରୁ ପୁନର୍ବାର ସଂକ୍ରମଣ ସ୍ଥାନୀୟ ସଂକ୍ରମଣ ଆକାରରେ ଆରମ୍ଭ ହୋଇଥିବା ବେଳେ ସହରବାସୀଙ୍କୁ ଅଧିକ ସତର୍କ ରହିବାର ଆବଶ୍ୟକ ରହିଥିବା ଗାଇଡଲାଇନରେ ସ୍ପଷ୍ଟ କରାଯାଇଛି । ଜନଗହଳିପୂର୍ଣ୍ଣ ଅଞ୍ଚଳ, ଡାକ୍ତରଖାନା, ସର୍ବସାଧାରଣ ପରିବହନମାନଙ୍କରେ ମାସ୍କ ବାଧ୍ୟତାମୂଳକ କରାଯିବା ନେଇ ସୂଚନା ଦେଇଛି ବେଜିଂ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ସେଣ୍ଟର ।

ଯେଉଁ ବ୍ୟକ୍ତିଙ୍କୁ ଶ୍ବାସକ୍ରିୟାଜନିତ ଅସୁବିଧା ଅଛି ସେମାନଙ୍କ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଯିବା ପାଇଁ ବାରଣ କରାଯାଇଛି । ଏଥିସହ ମାଛ, ମାଂସ, ଅଣ୍ଡା ଓ ସାମୂଦ୍ରିକ ଖାଦ୍ୟ ଆଦି ରୋଷେଇ କରିବା ସମୟରେ ହାତକୁ ବାରମ୍ବାର ସଫା କରିବା ପାଇଁ କୁହାଯାଇଛି । ଏଥିସହ ଅଧୁଆ ହାତକୁ ମୁହଁ, ନାକ, ପାଟି ଓ ଆଖିଠାରୁ ଦୂରରେ ରଖିବାକୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଚୀନରେ 84,725ଟି କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ 4642 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.