ମାନିଲା: ବାଲ୍ୟବିବାହକୁ ବ୍ୟାନ କଲା ଫିଲିପାଇନ୍ସ । ବାଲ୍ୟ ବିବାହ ବ୍ୟାନ କରିବା ପାଇଁ ଫିଲିପାଇନ୍ସର ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟଙ୍କ ଗୁରବାର ଏକ ଆଇନ ସ୍ବାକ୍ଷରିତ କରିଥିଲେ, ଯେଉଁଥିରେକି ବାଲ୍ୟବିବାହକୁ ବ୍ୟାନ କରିବା ସହ ଏହାକୁ ବେଆଇନ ଘୋଷଣା ବୋଲି ଘୋଷଣା କରିଛନ୍ତି ।
ଫିଲିପାଇନ୍ସ ସରକାରଙ୍କ କହିବା ଅନୁସାରେ ବାଲ୍ୟବିବାହ ଏକ ଶିଶୁ ନିର୍ଯାତନା ଅଟେ, କାରଣ ଏହା ଶିଶୁମାନଙ୍କର ଅନ୍ତର୍ନିହିତ ଜ୍ଞାନ ଏବଂ ସମ୍ମାନର ଅବନତି କରିଥାଏ । ଆଇନ ଅନୁସାରେ ୧୮ ବର୍ଷ ବୟସ ପୂର୍ବରୁ ବିବାହ କରିବା ଅଥବା ବିବାହ ଆୟୋଜନ କରୁଥିବା ବ୍ୟକ୍ତିଙ୍କୁ ୧୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯିବା ନିୟମ ରହିଛି ।
ରିପୋର୍ଟ ଅନୁସାରେ ୧୮ ବର୍ଷ ବୟସ ପୂର୍ବରୁ ପ୍ରତି ଛଅ ଜଣ ମଧ୍ୟରେ ଜଣେ ବାଳିକା ବାଲ୍ୟ ବିବାହ କରିଥାନ୍ତି । ବ୍ରିଟେନ ଅଧିକାର ସଂଗଠନ ଇଣ୍ଟରନ୍ୟାସନାଲ ପ୍ଲାନ ଅନୁଯାୟୀ, ଦକ୍ଷିଣ ପୂର୍ବ ଏସୀୟ ଦେଶରେ ବାଲ୍ୟ ବିବାହରେ ଦ୍ବାଦଶ ସ୍ଥାନରେ ରହିଛି । ସାରା ବିଶ୍ବରେ ଆଫ୍ରିକା ଏବଂ ଦକ୍ଷିଣ ଏସିଆରେ ସର୍ବାଧିକ ବାଲ୍ୟ ବିବାହ ପ୍ରଚଳିତ ହେଉଛି ।