ETV Bharat / international

କୋରୋନା ଚିକିତ୍ସା ପାଇଁ ରେମେଡେସିଭିର ତିଆରି କଲା ବାଲାଂଦେଶୀ କମ୍ପାନୀ - ରେମେଡେସିଭିୟର

ରେମେଡେସିଭିର ଏକ ଜେନେରିକ୍ ଭର୍ଜନ ଉତ୍ପାଦନ କରିବାରେ ବାଂଲାଦେଶ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି । ବାଂଲାଦେଶର ଔଷଧ ତିଆରୀ କରୁଥିବା କମ୍ପାନୀ ବେକ୍ସିମୋ ଜେନେରିକ୍ ରେମେଡେସିଭିୟର ବିକ୍ରୟ କରିବାକୁ ଯାଉଛି। ଏହି କମ୍ପାନୀ କୋରୋନା ରୋଗୀଙ୍କ ଚିକିତ୍ସା କରୁଥିବା ସରକାରୀ ଡାକ୍ତରଖାନାକୁ ଏହାକୁ ମାଗଣାରେ ଦେବାକୁ କମ୍ପାନୀ କହିଛି।

corona medicine
କୋରୋନା ଚିକିତ୍ସା ପାଇଁ ରେମେଡେସିଭିୟରର ତିଆରୀ କଲା ବାଲାଂଦେଶୀ କମ୍ପାନୀ
author img

By

Published : May 23, 2020, 8:53 PM IST

ଢାକା: ରେମେଡେସିଭିର ଏକ ଜେନେରିକ୍ ଭର୍ଜନ ଉତ୍ପାଦନ କରିବାରେ ବାଂଲାଦେଶ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି । ବାଂଲାଦେଶର ଔଷଧ ତିଆରି କରୁଥିବା କମ୍ପାନୀ ବେକ୍ସିମୋ ଜେନେରିକ୍ ରେମେଡେସିଭିରର ବିକ୍ରୟ କରିବାକୁ ଯାଉଛି । ଏହି କମ୍ପାନୀ କୋରୋନା ରୋଗୀଙ୍କ ଚିକିତ୍ସା କରୁଥିବା ସରକାରୀ ଡାକ୍ତରଖାନାକୁ ଏହାକୁ ମାଗଣାରେ ଦେବାକୁ କହିଛି ।

ବେକ୍ସିମୋ ବିଶ୍ୱର ପ୍ରଥମ ଆଣ୍ଟି-ଭାଇରାଲ୍ ଜେନେରିକ ଔଷଧ ତିଆରି କରିବା କମ୍ପାନୀ ହୋଇପାରିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ନିୟମ ଅନୁଯାୟୀ ବାଂଲାଦେଶ ପେଟେଣ୍ଟ ଔଷଧର ଜେନେରିକ ଭର୍ଜନ ପ୍ରସ୍ତୁତ କରୁଛି । ଢାକାରେ ପ୍ରତିଷ୍ଠିତ ବେକ୍ସିମୋ କମ୍ପାନୀ ଜେନେରିକ୍ ରେମେଡେସିଭିରକୁ 5300 ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି ।

କିନ୍ତୁ କୋଭିଡ -19 ରୋଗୀଙ୍କ ଚିକିତ୍ସା କରୁଥିବା ସରକାରୀ ଡାକ୍ତରଖାନାଗୁଡ଼ିକ ପାଇଁ ଔଷଧ ମାଗଣାରେ ଉପଲବ୍ଧ ହେବ । କମ୍ପାନୀର ଜଣେ ଉଚ୍ଚ ପଦାଧିକାରୀ ରବୁର ରଜା କହିଛନ୍ତି ଯେ କୋଭିଡ -19 ଗୁରୁତର ରୋଗୀଙ୍କ ପାଇଁ 6ଟି ବୋତଲ ମେଡିସିନ ଆବଶ୍ୟକ ହେବ ।

ରେମେଡେସିଭିୟରକୁ ବିକାଶଶୀଳ ଦେଶଗୁଡିକରେ କୋରୋନା ଭାଇରସ ସଂକ୍ରମଣ ଚିକିତ୍ସାରେ ବ୍ୟବହାର କରାଯାଉଛି । ଏହାପୂର୍ବରୁ କୋଭିଡ -19 ରୋଗୀଙ୍କ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକାରେ ରେମେଡେସିଭିରର ବ୍ୟବହାର କରିବାକୁ ଅନୁମତି ଦିଆଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.