ETV Bharat / international

ମଝି ଆକାଶରେ ଶୁଭିଲା କୁଆଁ କୁଆଁ

ଆଫଗାନିସ୍ତାନରୁ ଯାତ୍ରୀଙ୍କୁ ନେଇ ଲଣ୍ଡନକୁ ଉଡାଣ ଆରମ୍ଭ କରିଥିବା ବେଳେ ହଠାତ ମଝି ଆକାଶରେ ଶୁଭିଲା କୁଆଁ କୁଆଁ ସ୍ବର । ଅଧିକ ପଢନ୍ତୁ...

author img

By

Published : Aug 29, 2021, 8:04 AM IST

ଉଡୁଥିଲା ବିମାନ, ମଝି ଆକାଶରେ ଜନ୍ମ ନେଲା ଶିଶୁ କନ୍ୟା

କାବୁଲ: ମଝି ଆକାଶରେ ଜନ୍ମ ନେଲା ଏକ ଶିଶୁ କନ୍ୟା । ଆଫଗାନିସ୍ତାନରୁ ଯାତ୍ରୀଙ୍କୁ ନେଇ ଲଣ୍ଡନକୁ ଉଡାଣ ଆରମ୍ଭ କରିଥିବା ବେଳେ ହଠାତ ମଝି ଆକାଶରେ ପ୍ରସବ ବେଦନା ପାଇଥିଲେ ଜଣେ ମହିଳା ଯାତ୍ରୀ । ଫଳରେ ଫ୍ଲାଇଟରେ ଥିବା କ୍ରୁ ମେମ୍ବରଙ୍କ ଦ୍ବାରା ଶିଶୁ କନ୍ୟାଟିକୁ ଜଣେ ମହିଳା ଯାତ୍ରୀ ଜନ୍ମ ଦେଇଥିଲେ । ଏନେଇ ତୁର୍କୀ ଗଣମାଧ୍ୟମ ସୂଚନା ଦେଇଛି ।

ତୁର୍କୀ ଏୟାରଲାଇନ୍ସର କର୍ମଚାରୀ ଜଣେ ୨୬ ବର୍ଷିୟ ଆଫଗାନ ମହିଳାଙ୍କୁ ୩୦ ହଜାର ଫୁଟ ଉଚ୍ଚତାରୁ ପ୍ରସବ କରିଥିବାରେ ସାହାଯ୍ୟ କରିଥିବା ଏକ ନ୍ୟୁଜ ଏଜେନ୍ସି କହିଛି । ଶୁକ୍ରବାର ବିମାନଟି ଉଡାଣ ଆରମ୍ଭ କରିବାର କିଛି ସମୟ ପରେ ମହିଳାଜଣଙ୍କ ପ୍ରସବ ଯନ୍ତ୍ରଣା ପାଇଥିଲେ । ତାଙ୍କ ନିକଟରେ ତାଙ୍କ ସ୍ବାମୀ ମଧ୍ୟଥିଲେ । ଏହାପରେ ବିମାନରେ କେହି ଡାକ୍ତର ଥିବା ନେଇ ପଚାରିଥିଲେ । ତେବେ ଡାକ୍ତର ନଥିବାରୁ ବିମାନରେ ଥିବା କ୍ରୁମେମ୍ବର ମାନେ ମହିଳା ଜଣଙ୍କର ପ୍ରସବ କରାଇଥିଲେ । ଶେଷରେ ମହିଳାଜଣଙ୍କ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ମଝି ଆକାଶରେ ଝିଅଟି ଜନ୍ମ ହୋଇଥିବାରୁ ତାର ନା ହାଭା ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.