ETV Bharat / international

ପାକ୍‌ ଷ୍ଟକ ଏକ୍ସଚେଞ୍ଜ ଆକ୍ରମଣରେ ନିଜକୁ ଦାୟୀ କଲା ବାଲୁଚିସ୍ତାନ ଲିବରେସନ୍ ଆର୍ମି - ପାକ୍‌ ଷ୍ଟକ ଏକ୍ସଚେଞ୍ଜ ଆକ୍ରମଣ

କରାଚିସ୍ଥିତ ଷ୍ଟକ୍ ଏକ୍ସଚେଞ୍ଜରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ବାଲୁଚିସ୍ତାନ ଲିବରେସନ୍ ଆର୍ମି ସୋମବାର ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି । ସୂଚନା ଯେ, ଷ୍ଟକ ଏକ୍ସଚେଞ୍ଜ ଉପରେ ଏହି ଆକ୍ରମଣରେ ଏକ ଘଣ୍ଟା ଧରି ଗୁଳି ବିନିମୟରେ ସମସ୍ତ ଚାରିଜଣ ଆତଙ୍କୀଙ୍କ ମୃତ୍ୟୁ ଘଟିଥିଲା । ଏଥିରେ 4 ଆତଙ୍କୀଙ୍କ ସମେତ ସୁରକ୍ଷାକର୍ମୀ ଓ ପୋଲିସକୁ ମିଶାଇ ମୋଟ 10 ଜଣଙ୍କ ଜୀବନ ହାନୀ ହୋଇଛି ।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Jun 30, 2020, 1:30 PM IST

ଇସଲାମାବାଦ: ପାକିସ୍ତାନର କରାଚିସ୍ଥିତ ଷ୍ଟକ୍ ଏକ୍ସଚେଞ୍ଜରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ବାଲୁଚିସ୍ତାନ ଲିବରେସନ୍ ଆର୍ମି ସୋମବାର ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି । ସୂଚନା ଯେ, ଷ୍ଟକ ଏକ୍ସଚେଞ୍ଜ ଉପରେ ଏହି ଆକ୍ରମଣରେ ଏକ ଘଣ୍ଟା ଧରି ଗୁଳି ବିନିମୟରେ ସମସ୍ତ ଚାରିଜଣ ଆତଙ୍କୀଙ୍କ ମୃତ୍ୟୁ ଘଟିଥିଲା । ଏଥିରେ 4 ଆତଙ୍କୀଙ୍କ ସମେତ ସୁରକ୍ଷାକର୍ମୀ ଓ ପୋଲିସକୁ ମିଶାଇ ମୋଟ 10 ଜଣଙ୍କ ଜୀବନ ହାନୀ ହୋଇଛି ।

ଏହି ଆକ୍ରମଣର କିଛି ଘଣ୍ଟା ପରେ ବାଲୁଚିସ୍ତାନ ଲିବରେସନ୍ ଆର୍ମି (B.L.A.) ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି । ଏହା ଏକ ଗୋଷ୍ଠୀ ଯାହାକି ଦୀର୍ଘ ଦିନ ଧରି ସ୍ବାଧୀନ ବାଲୁଚିସ୍ତାନ ଦାବି କରି ଆସୁଛି ।

ଏହି ଗୋଷ୍ଠୀ ପାକିସ୍ତାନରେ ଚାଇନାର ପୁଞ୍ଜି ବିନିଯୋଗକୁ ଟାର୍ଗେଟ କରିଆସୁଥିଲା, 2018 ରେ ଏହା କରାଚିରେ ଥିବା ଚୀନ୍ ବାଣିଜ୍ୟ ଦୂତାବାସକୁ ବିସ୍ଫୋରଣରେ ଉଡାଇଦେବାକୁ ଚେଷ୍ଟା କରିଥିଲା ।

ଏହା ପରେ ଗତବର୍ଷ ଚାଇନାର ଆର୍ଥିକ ଅନୁଦାନ ପ୍ରାପ୍ତ ଗଦାୱାରେ ଥିବା ପାଞ୍ଚ ତାରକା ହୋଟେଲ ଉପରେ ବାଲୁଚିସ୍ତାନ ଲିବରେସନ୍ ଆର୍ମି ଆକ୍ରମଣ କରିଥିଲା । ପାକିସ୍ତାନୀ ଷ୍ଟକ୍ ଏକ୍ସଚେଞ୍ଜ ଉପରେ ହୋଇଥିବା ଆକ୍ରମଣ ମଧ୍ୟ ଚାଇନାର ନିବେଶକୁ ଟାର୍ଗେଟ କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି କୁହାଯାଉଛି ।

ଉଲ୍ଲେଖନୀୟ କଥା ହେଉଛି, ଏକ ପ୍ରଦେଶ ଭାବରେ ବାଲୁଚିସ୍ତାନ ଦୀର୍ଘ ସମୟ ଧରି ସଂଘର୍ଷ କରି ଆସୁଛି । ପ୍ରାକୃତିକ ସମ୍ପଦରେ ସବୁଠାରୁ ଧନୀ ହୋଇଥିଲେ ମଧ୍ୟ ପ୍ରଦେଶର ବିକାଶ ପାଇଁ ପାକ୍‌ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେବାରେ ସକ୍ଷମ ହୋଇନାହାଁନ୍ତି । ବାଲୁଚିସ୍ତାନରେ ପାକ୍ ସେନାର ଦମନ ଲୀଳା ଏବେ ମଧ୍ୟ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.