ETV Bharat / international

କାବୁଲ ବିମାନବନ୍ଦରରେ ଗର୍ଜୁଛି ବନ୍ଧୁକ, ଗୁଳିବର୍ଷାରେ ୫ ମୃତ

କାବୁଲ ବିମାନବନ୍ଦରରେ ପରିସ୍ଥିତି ସମ୍ପୂର୍ଣ୍ଣ ବେକାବୁ । ଗୁଳିମାଡରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କର ମୃତ୍ୟୁ ନେଇ ସୂଚନା । ଅଧିକ ପଢନ୍ତୁ...

author img

By

Published : Aug 16, 2021, 3:46 PM IST

କାବୁଲ ବିମାନବନ୍ଦରରେ ଗର୍ଜୁଛି ବନ୍ଧୁକ, ଗୁଳି ବର୍ଷାରେ ୫ ମୃତ୍ୟୁ

କାବୁଲ: ଘନଘନ ବନ୍ଧୁକର ଗର୍ଜନ ସାଙ୍ଗକୁ ଗୁଳି ବର୍ଷା । କାବୁଲ ବିମାନବନ୍ଦରରେ ପରିସ୍ଥିତି ସମ୍ପୂର୍ଣ୍ଣ ବେକାବୁ । ଗୁଳିମାଡରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।

ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ଅନୁଯାୟୀ, କାବୁଲ ଏୟାରପୋର୍ଟରେ ହୋଇଥିବା ଗୁଳିମାଡରେ ମୃତ୍ୟୁ ସଂଖ୍ୟା ୫ ଛୁଇଁଛି । ରକ୍ତ ଜୁଡୁବୁଡୁ ୫ ମୃତଦେହ ଗାଡିରେ ନିଆଯାଉଥିବା ସମ୍ବାଦ ସରବରାହ ସଂସ୍ଥା ପକ୍ଷରୁ ଦାବି କରାଯାଇଛି ।

ତାଲିବାନର କବଜାକୁ ଆସିସାରିଥିବା ଆଫଗାନିସ୍ତାନ ରାଜଧାନୀ କାବୁଲ ବିମାନବନ୍ଦରରେ ସୋମବାର ସକାଳୁ କ୍ରମାଗତ ଭୟାବହ ଚିତ୍ର ସାମ୍ନାକୁ ଆସୁଛି । ତାଲିବାନ ଆତଙ୍କୀଙ୍କ କବଳରୁ ବଞ୍ଚିବା ପାଇଁ ହଜାର ହଜାର ଲୋକେ ଦେଶ ଛାଡିବାକୁ ତତ୍ପର ହେଉଛନ୍ତି । ହେଲେ ଏଠାରେ ହୋଇଥିବା ଗୁଳିମାଡରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି ।

ରବିବାର କାବୁଲକୁ କବଜା କରି ନେଇଥିଲା ତାଲିବାନ । ଏହା ପରେ ଆଫଗାନିସ୍ତାନ ରାଷ୍ଟ୍ରପତି ମଧ୍ୟ ଦେଶ ଛାଡି ପଳାୟନ କରିଛନ୍ତି । ଆଉ ଆଫଗାନିସ୍ତାନ ଏୟାରସ୍ପେସ ବନ୍ଦ କରିବାକୁ ନିଷ୍ପତ୍ତି ନେବା ପରେ କାବୁଲକୁ ବିମାନ ଉଡାଣ ବନ୍ଦ ରଖିଛି ଏୟାର ଇଣ୍ଡିଆ । ଅନ୍ୟପଟେ ବିମାନବନ୍ଦରରେ ଲୋକଙ୍କ ଲାଗିଛି ଅସମ୍ଭାଳ ଭିଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.