କାଠମାଣ୍ଡୁ : ଗତ 24 ଘଣ୍ଟା ମଧ୍ୟରେ ନେପାଳର ବିଭିନ୍ନ ଜିଲ୍ଲାରେ ହୋଇଥିବା ଭୂସ୍ଖଳନ ଏବଂ ବନ୍ୟା ଯୋଗୁଁ ଅତି କମରେ 10 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାରେ ଅନ୍ୟ 40 ଜଣ ନିଖୋଜ ଥିବା ଅଧିକାରୀକ ସୂତ୍ରରୁ ଜଣାପଡିଛି ।
ସୂଚନା ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ନେପାଳର ମାୟାଗଡି, ଜାଜାର୍କୋଟ ଏବଂ ସିନ୍ଧପାଲଚୋକ ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।