ETV Bharat / international

କୋରୋନା ବିରୋଧରେ ମିଳିତ ଯୋଜନା ପାଇଁ ଆସିଆନ ନେତାଙ୍କ ପ୍ରସ୍ତୁତି - ମାନବ ଅଧିକାର ପାଇଁ ଆସିଆନ ସଂସଦୀୟ ଦଳ

ଦକ୍ଷିଣପୂର୍ବ ଏସିଆର ଏକ ଆଞ୍ଚଳିକ ସଂସଦୀୟ ଦଳ ଦକ୍ଷିଣପୂର୍ବ ଏସିଆନ ରାଷ୍ଟ୍ର ଆସୋସିଏସନ(ଆସିଆନ)ର ନେତାମାନଙ୍କ ମିଳିତ ସହଯୋଗରେ କୋରୋନା ଲଢେଇ ପାଇଁ ଆରମ୍ଭ କରିବେ ନୂଆ ଯୋଜନା । ଏହି ଯୋଜନା ଦ୍ବାରା କୋରୋନା ମହାମାରୀ ସମୟରେ ମାନବ ଅଧିକାରକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ମୂଳ ଲକ୍ଷ୍ୟ ରହିବ ବୋଲି ସ୍ପଷ୍ଟ ହୋଇଛି ।

asean countries, asean's plan against corona, asean Parliamentarians for Human Rights, asean to plan for protection of human rights, ଆସିଆନ ରାଷ୍ଟ୍ରସମୂହ, ଆସିଆନର କୋରୋନା ମୁକାବିଲା ପାଇଁ ଯୋଜନା, ମାନବ ଅଧିକାର ପାଇଁ ଆସିଆନ ସଂସଦୀୟ ଦଳ, ଆସିଆନ ରାଷ୍ଟ୍ରରେ ମାନବ ଅଧିକାରର ସୁରକ୍ଷା ପାଇଁ ଯୋଜନା
କୋରୋନା ବିରୋଧରେ ମିଳିତ ଯୋଜନା ପାଇଁ ଆସିଆନ ନେତାଙ୍କ ପ୍ରସ୍ତୁତି
author img

By

Published : Jun 25, 2020, 8:46 PM IST

ହାନୋଇ: ଦକ୍ଷିଣପୂର୍ବ ଏସିଆର ଏକ ଆଞ୍ଚଳିକ ସଂସଦୀୟ ଦଳ ଦକ୍ଷିଣପୂର୍ବ ଏସିଆନ ରାଷ୍ଟ୍ର ଆସୋସିଏସନ(ଆସିଆନ)ର ନେତାମାନଙ୍କ ମିଳିତ ସହଯୋଗରେ କୋରୋନା ଲଢେଇ ପାଇଁ ଆରମ୍ଭ କରିବେ ନୂଆ ଯୋଜନା । ଏହି ଯୋଜନା ଦ୍ବାରା କୋରୋନା ମହାମାରୀ ସମୟରେ ମାନବ ଅଧିକାରକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ମୂଳ ଲକ୍ଷ୍ୟ ରହିବ ବୋଲି ସ୍ପଷ୍ଟ ହୋଇଛି । ଶୁକ୍ରବାର ଏନେଇ ଆସିଆନ ରାଷ୍ଟ୍ରସମୂହର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀନମାନେ ଏକାଠି ହୋଇ ବାର୍ଷିକ ସମ୍ମିଳନୀରେ ଆଲୋଚନା କରିବେ । ଚଳିତବର୍ଷର ଯାତାୟତ କଟକଣାକୁ ନଜରରେ ରଖି ଏହି ଆଲଚନା ଅନଲାଇନ ମାଧ୍ୟମରେ କରାଯିବ ।

ବର୍ତ୍ତମାନ ଆସିଆନର ପ୍ରତିନିଧିତ୍ବ କରୁଥିବା ଭିଏତନାମର ପ୍ରଧାନମନ୍ତ୍ରୀ ଗୁୟେନ ଜୁଆନ ଫୁକଙ୍କୁ ଏନେଇ ଚିଠି ଲେଖି ଜଣାଇଛି ଏପିଏଚଆର୍‌ ବା ମାନବ ଅଧିକାର ପାଇଁ ଆସିଆନ ସଂସଦୀୟ ଦଳ । କୋରୋନା ମହାମାରୀ ପାଇଁ ବିଶ୍ବରେ ଆପାତକାଳୀନ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ମାନବ ଅଧିକାରକୁ ନେଇ ସୃଷ୍ଟି ହୋଇଛି ବିଭିନ୍ନ ସମସ୍ୟା । ଆସିଆନ ଅଧିନସ୍ଥ ରାଷ୍ଟ୍ରମାନଙ୍କରେ କୋରୋନାର ଉତ୍କଟ ପ୍ରଭାବ ଦେଖିବାକୁ ନମିଳିଥିବା ସତ୍ତ୍ବେ ଏହାଦ୍ବାରା ମାନବ ଅଧିକାର ଅନେକ ସମୟରେ କ୍ଷୁର୍ଣ୍ଣ ହେବା ସହ ଅସମାନତାର ପରି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଛି ।

ଏହି କ୍ଷେତ୍ରରେ କମିଟି ଆବଶ୍ୟକ ସମୟରେ ଅତି ଜରୁରୀ ସେବା ଯେପରିକି ଶ୍ରମିକ ଓ ଶରଣାର୍ଥୀଙ୍କୁ ସୁରକ୍ଷା ସମେତ ଅନ୍ୟ ମୌଳିକ ଅଧିକାର ଯୋଗାଇବାରେ ଆସିଆନ କେଉଁଠି ନା କେଉଁଠି ବିଫଳ ହୋଇଥିବା ହୃଦବୋଧ କରିଛି । ଏନେଇ ଚିଠିରେ ଲେଖିଛନ୍ତି ଏପିଏଚଆର୍‌ ଅଧ୍ୟକ୍ଷ ତଥା ମାଲେସିଆ ସାଂସଦ ଚାର୍ଲ୍ସ ଶାଣ୍ଟିଆଗୋ । ଏନେଇ ମାଲେସିଆନ ସାଂସଦମାନେ ଉଦ୍‌ବେଗ ପ୍ରକାଶ କରି ସମ୍ପୃକ୍ତ ଅଞ୍ଚଳଗୁଡିକରେ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେଉଥିବା ପ୍ରକାଶ କରିଛନ୍ତି ।

ଶାଣ୍ଟିଆଗୋ ଏହା ମଧ୍ୟ କହିଛନ୍ତି କି କୋରୋନା ମହାମାରୀ ପାଇଁ ଆସିଆନ ରାଷ୍ଟ୍ରମାନଙ୍କରେ ଲିଙ୍ଗଗତ ଭେଦଭାବ ପୁଣି ମୁଣ୍ଡ ଟେକିଛି । ଏହାଦ୍ବାରା ମହିଳାମାନେ ଅଧିକ ପ୍ରତାଡିତ ହେବା ସହ ଘରୋଇ ହିଂସାର ସମ୍ମୁଖୀନ ହେଉଛନ୍ତି । ଏଥିସହ ସେମାନେ ସଠିକ୍‌ ସ୍ବାସ୍ଥ୍ୟସୁବିଧାରୁ ମଧ୍ୟ ବଞ୍ଚିତ ହେଉଥିବା ଦେଖାଯାଉଛି । ତେଣୁ ଆସିଆନର ନେତା ଭାବରେ ଏହି ସବୁ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବା ଦରକାର ଓ ଯୋଜନା ପ୍ରସ୍ତୁତ ହେବା ଦରକାର ବୋଲି ଚିଠିରେ ଉଲ୍ଲେଖ ରହିଛି ।

ସୂଚନା ମୁତାବକ ଆସିଆନରେ ସାମିଲ ରହିଛନ୍ତି ମିଆଁମାର, ବ୍ରୁନେଇ, କାମ୍ବୋଡିଆ, ଫିଲିପାଇନ୍ସ, ଇଣ୍ଡୋନେସିଆ. ଲାଓସ, ମାଲେସିଆ, ସିଙ୍ଗାପୁର, ଥାଇଲାଣ୍ଡ ଓ ଭିଏତନାମ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.